ETV Bharat / bharat

ଜାତୀୟ କ୍ରୀଡା ଦିବସ: ଫିଟ ହେବ ଇଣ୍ଡିଆ, ମନ୍ତ୍ର ଦେବେ ମୋଦି - Fit India Movement

ଏବର୍ଷ ଜାତୀୟ କ୍ରୀଡା ଦିବସ ଅବସରରେ ମୋଦି ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ‘ଫିଟ ଇଣ୍ଡିଆ’ ଆନ୍ଦାଳନ ବାବଦରେ ଅଧିକ ବିବରଣୀ ଜାତୀୟ କ୍ରୀଡା ଦିବସ ଅବସରରେ ମୋଦି ଦେବେ ।

ଫାଇଲ ଫଟୋ
author img

By

Published : Aug 29, 2019, 6:56 AM IST

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳିତ ହେବ ଜାତୀୟ କ୍ରୀଡା ଦିବସ । ଭାରତର କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଆଜି ଜନ୍ମଦିନ । ଦେଶର ଜାତୀୟ ଖେଳ ପ୍ରତି ତାଙ୍କ ଅବଦାନ ଯୋଗୁଁ ଅଗଷ୍ଟ ୨୯ ତାରିଖକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ ।

ତେବେ ଏବର୍ଷ ଜାତୀୟ କ୍ରୀଡା ଦିବସ ଅବସରରେ ମୋଦି ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଯଦିଚ ଏହା ବିଷୟରେ ସବିଶେଷ ବିବରଣୀ ମିଳିନାହିଁ ତେବେ ଏହା ସାରା ଦେଶବାସୀଙ୍କୁ ଉକ୍ତ ଦିନ ହିଁ ଜଣାପଡିବ । ନିଜର ମାସିକିଆ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ରେ ପ୍ରଧାନମନ୍ତ୍ରୀ ମୋଦି ଏକ ନୂଆ ଆହ୍ବାନ ଦେଇଛନ୍ତି । ଦ୍ବିତୀୟ ପାଳିର ତୃତୀୟ ‘ମନ କି ବାତ’ରେ ସେ ଏହି କଥା କହିଛନ୍ତି ।

Fit India Movement
ଫିଟ ଇଣ୍ଡିଆ ଅଭିଯାନ

ଏଥର ଜାତୀୟ କ୍ରୀଡା ଦିବସ ଦିନଠାରୁ ଦେଶରେ ‘ଫିଟ ଇଣ୍ଡିଆ ଅଭିଯାନ’ ଆରମ୍ଭ କରିବାକୁ ସେ ଘୋଷଣା କରିଛନ୍ତି । ଏହା ଅନୁସାରେ ଦେଶବାସୀଙ୍କୁ ଫିଟ ଏବଂ ସୁସ୍ଥ ରଖିବା ହେଉଛି ଏହାର ଉଦ୍ଦେଶ୍ୟ । ଆବାଳବୃଦ୍ଧବନିତା ସମସ୍ତଙ୍କ ଲାଗି ଏହା ଏକ କୌତୁହଳପ୍ରଦ କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୁରା ଇଣ୍ଡିଆକୁ ଫିଟ କରିବାର ଲକ୍ଷ୍ୟ ନେଇ ଏହି ଅଭିଯାନ ମୋଦି ସରକାର ଆରମ୍ଭ କରିଛନ୍ତି । ତେବେ ଏହାର ମନ୍ତ୍ର ସେ ଅଗଷ୍ଟ 29 ଦିନ ହିଁ ଦେବେ । ‘ଫିଟ ଇଣ୍ଡିଆ’ ଆନ୍ଦାଳନ ବାବଦରେ ଅଧିକ ବିବରଣୀ ସେ ଜାତୀୟ କ୍ରୀଡା ଦିବସ ଦିନ ଦେବେ ବୋଲି କହିଥିଲେ । ଏବେ ସାରା ଦେଶ ଉତ୍ସୁକତାର ସହ ମୋଦିଙ୍କ ଫିଟ ମନ୍ତ୍ରକୁ ଅନାଇ ବସିଛି ।

Fit India Movement
ଫିଟ ଇଣ୍ଡିଆ ମୁଭମେଣ୍ଟ

ଏବର୍ଷ ଧ୍ୟାନଚାନ୍ଦଙ୍କ 114 ତମ ଜନ୍ମବାର୍ଷିକୀ ପାଳନ ହେଉଛି । ଧ୍ୟାନଚାନ୍ଦଙ୍କୁ କେବଳ ଦେଶର ନୁହେଁ ସମଗ୍ର ବିଶ୍ବର ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ । ହକିର ଯାଦୁଗର ବୋଲି ପ୍ରସିଦ୍ଧ ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୪ ଓ ୧୯୩୬ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଆଣିଥିଲା । ଧ୍ୟାନଚାନ୍ଦ ବ୍ୟକ୍ତିଗତ ଭାବରେ ତାଙ୍କର ୧୨ ବର୍ଷ କ୍ୟାରିୟରରେ ୪୦୦ଟି ଗୋଲ ଦେଇଥିଲେ ।

dhan chand
ଧ୍ୟାନଚାନ୍ଦ(ଫାଇଲ ଫଟୋ)

ଭାରତର ଏହି କିମ୍ବଦନ୍ତୀ ଖେଳାଳି ୧୯୨୬ରୁ ୧୯୪୮ ମଧ୍ୟରେ ଭାରତୀୟ ହକି ଟିମର ଆଇକନ ଖେଳାଳି ଥିଲେ । ତାଙ୍କ ହକି ଷ୍ଟିକ ଉପରେ ସାରା ବିଶ୍ବର ଖେଳପ୍ରେମୀ ଓ ଖେଳାଳିଙ୍କ ନଜର ଥିଲା । ଏପରିକି ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲର ମଧ୍ୟ ଏକଦା ଖେଳ ମଝିରେ ତାଙ୍କ ହକି ଷ୍ଟିକ ବ୍ୟାନ କରିଥିଲେ । ହିଟଲରଙ୍କୁ ଲାଗିଥିଲା ଧ୍ୟାନଚାନ୍ଦ ନିଜ ଷ୍ଟିକରେ କିଛି ସାମଗ୍ରୀ ଲଗାଇ ଖେଳୁଛନ୍ତି । ମାତ୍ର ଷ୍ଟିକ ପରିବର୍ତ୍ତନ ମଧ୍ୟ ଧ୍ୟାନଚାନ୍ଦଙ୍କ ଯାଦୁ ଅଟକାଇପାରିନଥିଲା । ନିଜେ ହିଟଲର ହିଁ ଧ୍ୟାନଚାନ୍ଦଙ୍କୁ ପରବର୍ତ୍ତୀ ସମୟରେ ପ୍ରଶଂସା ଓ ସମ୍ମାନିତ କରିଥିଲେ ।

ତେବେ ଏହି ମହାନ ଖେଳାଳିଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ସାରା ଦେଶ ଶ୍ରଦ୍ଧାଞ୍ଜଳି ଦେଇଥାଏ । ତାଙ୍କର ଜନ୍ମ ଦିବସକୁ ମନେ ପକାଇବା ପାଇଁ ଭାରତରେ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଇଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.