ETV Bharat / bharat

ବନ୍ଦେ ଭାରତ ମିଶନ, ପ୍ରଥମ ଥର ପାଇଁ ଫିନଲାଣ୍ଡରୁ ନୂଆଦିଲ୍ଲୀ ଅଭିମୁଖେ 227 ପ୍ରବାସୀ

author img

By

Published : Jun 13, 2020, 9:34 AM IST

ବନ୍ଦେ ଭାରତ ମିଶନ ଅଧୀନରେ ଫିନଲାଣ୍ଡରୁ ପ୍ରଥମ ବିମାନ ଗୁରୁବାର ଦିନ 227 ଜଣ ଭାରତୀୟଙ୍କ ସହ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି।

ବନ୍ଦେ ଭାରତ ମିଶନ
ବନ୍ଦେ ଭାରତ ମିଶନ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ସ୍ଥାନାନ୍ତରଣ ପ୍ରକ୍ରିୟା। ବନ୍ଦେ ଭାରତ ମିଶନ ଅଧୀନରେ ଫିନଲାଣ୍ଡରୁ ପ୍ରଥମ ବିମାନ ଗୁରୁବାର ଦିନ 227 ଜଣ ଭାରତୀୟଙ୍କ ସହ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି।

ହେଲସିଙ୍କିରୁ ନୂଆଦିଲ୍ଲୀକୁ @AirIndiaର ଐତିହାସିକ ପ୍ରଥମ ଯାତ୍ରୀ ଉଡ଼ାଣ। 227 ପ୍ୟାକ୍ସ ଇନକ୍ଲୁ ବରିଷ୍ଠ ନାଗରିକ, ପର୍ଯ୍ୟଟକ, ବ୍ୟବସାୟ ପରିଦର୍ଶକ, ପରିବାର ସହିତ ଯୋଗଦେବାକୁ ଆଗ୍ରହୀ ଛାତ୍ରଙ୍କ ସହିତ ଉଡ଼ାଣ ଭରିଛି ବିମାନ ବୋଲି ଫିନଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଟୁଇଟ୍ କରି କହିଛନ୍ତି ।

'ବନ୍ଦେ ଭାରତ' ମିଶନ ହେଉଛି ଭାରତ ସରକାରଙ୍କ କୋଭିଡ୍ 19 ବିସ୍ତାର ସମୟରେ ସବୁଠୁ ବଡ ସ୍ଥାନାନ୍ତରଣ ପ୍ରକ୍ରିୟା। ଏହା ଜରିଆରେ ପୃଥିବୀର ବିଭିନ୍ନ ସ୍ଥାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଭାରତ ସରକାରଙ୍କ ପଦକ୍ଷେପ ଗ୍ରହଣ କରିଛନ୍ତି।

ବନ୍ଦେ ଭାରତ ମିଶନ ଅଧୀନରେ 29,034 ପ୍ରବାସୀ ଶ୍ରମିକଙ୍କ ସମେତ ମୋଟ 1,65,375 ଲୋକ ଫେରି ଆସିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର କହିଛନ୍ତି।

ଏହି ସ୍ଥାନାନ୍ତରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ମେ 7 ରେ ଆରମ୍ଭ ହୋଇଥିଲା ଏବଂ ଏହାର ଦ୍ୱିତୀୟ ପର୍ଯ୍ୟାୟ ମେ 16 ରେ ଆରମ୍ଭ ହୋଇଥିଲା । ସେହିପରି ତୃତୀୟ ପର୍ଯ୍ୟାୟ ଜୁନ୍ 11 ରୁ ଆରମ୍ଭ ହୋଇ ଜୁନ୍ 30 ପର୍ଯ୍ୟନ୍ତ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.