ETV Bharat / bharat

ଚଣ୍ଡିଗଡ: ପ୍ରଥମଥର ମତଦାତାଙ୍କୁ ଇସିଙ୍କ ନୋଟିସ

ପ୍ରଥମଥର ଭୋଟ ଦେଇଥିବା ଭୋଟରଙ୍କୁ ଇସିଙ୍କ ନୋଟିସ ।

author img

By

Published : May 20, 2019, 6:39 AM IST

Updated : May 20, 2019, 9:02 AM IST

ଫଟୋ ସୌଜନ୍ୟ; ସୋସିଆଲ ମିଡିଆ

ଚଣ୍ଡିଗଡ: ସରିଛି ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଇଭିଏମରେ ସିଲ ହୋଇଯାଇଛି ନେତାଙ୍କ ଭାଗ୍ୟ ଭବିଷ୍ୟତ । ଆଉ ଏବେ କେଉଁ ଦଳ ବାଜିମାତ କରିବ ସେ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଏତିକିବେଳେ ଚଣ୍ଡିଗଡରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା ।

ସିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ସାନ ଝିଅ ଗୁରଲିନ୍‌ କୌର ପ୍ରଥମଥର ପାଇଁ ଭୋଟ ଦେଇଥିଲେ । ସେ ଯେବେ ନିଜ ମତ ସାବ୍ୟସ୍ତ କରିବାକୁ ମୁକସ୍ତାର ପୁଲିଂ କେନ୍ଦ୍ରକୁ ଯାଇଥିଲେ, ସେଠାରେ ସେ ଅକାଳୀ ଦଳର ଏକ ବ୍ୟାଚ ପିନ୍ଧିଥିଲେ । ଫଳରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିବା ନେଇ ତାଙ୍କ ନିକଟକୁ ଇସି ନୋଟିସ ପଠାଇଛି । ଏହାର ତଦନ୍ତ ଚାଲିଥିବା ବେଳେ ପରିବାର ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଗୁରୁଲିନଙ୍କ ପରିବାର ବର୍ଗ ଝିଅ ପ୍ରଥମ ଥର ପାଇଁ ଭୋଟ ଦାନ କରିବା ନେଇ ବେଶ ଖୁସି ଅନୁଭବ କରିଛନ୍ତି ।

Intro:Body:

FBVGSF

Conclusion:
Last Updated : May 20, 2019, 9:02 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.