ETV Bharat / bharat

ଉତ୍ତରକାଶୀରେ ହେବ ପ୍ରଥମ ସ୍ନୋ ଲିଓପାର୍ଡ ସଂରକ୍ଷଣ କେନ୍ଦ୍ର

author img

By

Published : Aug 2, 2020, 2:34 PM IST

ଦେଶରେ ପ୍ରଥମ କରି ଉତ୍ତରକାଶୀରେ ବରଫରେ ରହୁଥିବା କଲରାପତରିଆ ବାଘ( ସ୍ନୋ ଲିଓପାର୍ଡ )ଙ୍କ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ ।

ଉତ୍ତରକାଶୀରେ ପ୍ରଥମ କରି ସ୍ଥାପନ ହେବ ସ୍ନୋ ଲିଓପାର୍ଡ ସଂରକ୍ଷଣ କେନ୍ଦ୍ର

ଡେରାଡୁନ: ସ୍ନୋ ଲିଓପାର୍ଡ ବିଲୁପ୍ତ ପ୍ରଜାତି ପ୍ରାଣୀଙ୍କ ମଧ୍ୟରେ ଗଣନା କରାଯାଏ । ତେବେ ସେମାନଙ୍କ ସଂରକ୍ଷଣ ଉପରେ ଉତ୍ତରାଖଣ୍ଡ ସରକାର ଚିନ୍ତା ପ୍ରକଟ କରି ଖାସ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ବରଫରେ ରହୁଥିବା କଲରାପତରିଆ ବାଘ( ସ୍ନୋ ଲିଓପାର୍ଡ )ଙ୍କ ସଂରକ୍ଷଣ ପାଇଁ ପ୍ରଥମ କରି ଉତ୍ତରକାଶୀରେ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ । ଗାଇଡଲାଇନ ମୁତାବକ ସେମାନଙ୍କର ଗଣନା ବନବିଭାଗ କରିବ ।

ସୂଚନାଥାଉକି, ଉତ୍ତରକାଶୀ ଓ ପିଥୌରାଗଡ ଜିଲ୍ଲାରେ ସ୍ନୋ ଲିଓପାର୍ଡ ଅଧିକ ସଂଖ୍ୟକରେ ଅଛନ୍ତି । କିନ୍ତୁ ଏଯାଏଁ ସେମାନଙ୍କ ଗଣନା ହୋଇ ନାହିଁ । ବିଭିନ୍ନ ରିପୋର୍ଟ ଅନୁସାରେ ଉତ୍ତରାଖଣ୍ଡରେ ପ୍ରାୟ 86ଟି ବରଫରେ ରହୁଥିବା କଲରାପତରିଆ ବାଘ ରହିଛନ୍ତି । ସୂଚନାଥାଉକି, ହିମାଳୟର ଉଚ୍ଚତମ କ୍ଷେତ୍ରରେ କିଛି ବର୍ଷ ହେବ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ କହିଛନ୍ତି ଯେ, ରାଜ୍ୟରେ ସ୍ନୋ ଲିଓପାର୍ଡର ଗଣନା କରାଯିବ । ସେମାନଙ୍କ ସଂରକ୍ଷଣ ଓ ବଂଶ ବିସ୍ତାରରେ ବିଶେଷ ପ୍ରୟାସ କରିଯାଉଛି । ଯେଉଁ ସବୁ ସ୍ଥାନରେ ବରଫରେ ରହୁଥିବା କଲରାପତରିଆ ବାଘ ଦେଖାଯଉଛନ୍ତି, ସେଠାରେ ବନ ବିଭାଗ, ସ୍ଥାନୀୟ ବାସିନ୍ଦା ଓ ସୈନ୍ୟବଳଙ୍କ ସହଯୋଗରେ ସେମାନଙ୍କୁ ଚିହ୍ନିତ କରାଯିବ । ଏଥିସହ ସ୍ନୋ ଲିଓପାର୍ଡ ଓ ଅନ୍ୟ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଫଳରେ ରାଜ୍ୟରେ ଓ୍ବିଣ୍ଟର ଟୁରିଜିମକୁ ଖ୍ୟାତି ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.