ETV Bharat / bharat

ୟୁପିରେ ରୁଜୁ ହେଲା ପ୍ରଥମ 'ଲଭ ଜିଆଦ' ମାମାଲା - ଉତ୍ତରପ୍ରଦେଶ ବରେଲି

ଯୋଗୀ ସରକାର ଲଭ ଜିହାଦ ବିରୋଧରେ ଅଧ୍ୟାଦେଶ ଆଣିବା ପରେ ଏହା ରାଜ୍ୟର ପ୍ରଥମ ମାମଲା। ଜଣେ ମୁସଲିମ ଯୁବକ ଜଣେ ହିନ୍ଦୁ ଯୁବତୀଙ୍କୁ ବଳପୂର୍ବକୁ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ6

ୟୁପିରେ ରୁଜୁ ହେଲା ପ୍ରଥମ 'ଲଭ ଜିଆଦ' ମାମାଲା
ୟୁପିରେ ରୁଜୁ ହେଲା ପ୍ରଥମ 'ଲଭ ଜିଆଦ' ମାମାଲା
author img

By

Published : Nov 29, 2020, 6:35 PM IST

ବରେଲି: ଉତ୍ତରପ୍ରଦେଶ ବରେଲିରେ 'ଲଭ ଜିଆଦ' କୁ ନେଇ ପ୍ରଥମ ମାମଲା ଦାୟର ହୋଇଛି । ଯୋଗୀ ସରକାର ଲଭ ଜିହାଦ ବିରୋଧରେ ଅଧ୍ୟାଦେଶ ଆଣିବା ପରେ ଏହା ରାଜ୍ୟର ପ୍ରଥମ ମାମଲା। ଜଣେ ମୁସଲିମ ଯୁବକ ଜଣେ ହିନ୍ଦୁ ଯୁବତୀଙ୍କୁ ବଳପୂର୍ବକୁ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।

ଦାୟର କରାଯାଇଥିବା ଅଭିଯୋଗ ମୁତାବକ, ବରେଲିର ଦେୱରନିଆ ଗାଁରେ ରହୁଥିବା ଟିକାରାମ ନାମକ ଜଣେ ବ୍ୟକ୍ତି ଥାନାରେ ଏହି ମାମଲା ରୁଜୁ କରିଛନ୍ତି । ସେ ନିଜ ଅଭିଯୋଗରେ କହିଛନ୍ତି ଯେ, ସେହି ଗାଁରେ ରହିବାକୁ ଥିବା ଜଣେ ଅଲଗା ସମ୍ପ୍ରଦାୟର ଜଣେ ଯୁବକ ତାଙ୍କ ଝିଅକୁ ବିଭିନ୍ନ ଆଳ ଦେଖାଇ ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଛି ।

ଏନେଇ ଟିକାରାମଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମଧ୍ୟ ମାମଲା ରୁଜୁ କରିଛି । ମିଡିଆ ରିପୋର୍ଟ ଅନୁସାରେ, ଅଭିଯୋଗକାରୀଙ୍କ କହିବାନୁସାରେ, ଶରିଫନଗର ଗାଁର ଅଧିବାସୀ ରଫିକ ଅହମ୍ମଦଙ୍କ ପୁଅ ଉବୈସ ଅହମ୍ମଦ ତାଙ୍କ ଝିଅଙ୍କ ସହ ପ୍ରଥମେ ଚିହ୍ନା ପରିଚୟ ବଢାଇଥିଲା । ପରେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରି ରାଜି ନହେବାରୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା । ଏଥିରୁ ବାଧ୍ୟ ହୋଇ ଅଭିଯୋଗକାରୀ ଥାନାରେ ମାମଲା ରୁଜୁ କରିଥିବାବେଳେ ଅଭିଯୁକ୍ତ ଯୁବକ ଏବେ ଫେରାର ଅଛି । ତେବେ ଏନେଇ ତଦନ୍ତ କରାଯିହବା ସହ ଅଭିଯୁକ୍ତ ଫେରାର ଯୁବକକୁ ଧରିବାକୁ ପୋଲିସ ଚଢାଉ ଜାରି ରଖିଛି ।

ଲଭ ଜିହାଦକୁ ନେଇ ସାରା ଦେଶରେ ବୟାନବାଜି ଜାରି ରହିଥିବାବେଳେ ଏହା ବିରୋଧରେ ଉତ୍ତରପ୍ରଦେଶର ଯୋଗୀ ସରକାର ଆଣିଥିବା ଧାର୍ମିକ ପରିବର୍ତ୍ତନ ନିଷେଧ ଆଇନ-2020କୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଥିଲା । ତେବେ ଏହି ଅଧ୍ୟାଦେଶ ପାରିତ ହେବା ପରେ ଲଭ ଜିହାଦକୁ ନେଇ ରାଜ୍ୟରେ ଦାୟର ହୋଇଥିବା ଏହା ପ୍ରଥମ ମାମଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.