ଅଗରତାଲା: ତ୍ରିପୁରାର ପ୍ରଥମ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଚିକିତ୍ସା ପରେ ସୁସ୍ଥ ହୋଇ ସେ ଡିସଚାର୍ଜ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସେକ୍ରେଟାରୀ ଦେବାଶିଷ ବାସୁ ଏନେଇ ସୂଚନା ନେଇଛନ୍ତି ।
ଅଗରତାଲାର ଜିବି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ବୁଧବାର ଲଗାତାର 3ଟି ଟେଷ୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଛଡାଯାଇଛି । ତେବେ ରାଜ୍ୟର ଦ୍ବିତୀୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।
ଏପର୍ଯ୍ୟନ୍ତ ତ୍ରିପୁରାରେ 2ଟି କେସ ପଜିଟିଭ ବାହାରିଛି । ପ୍ରଥମ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦ୍ବିତୀୟ ଆକ୍ରାନ୍ତ କୋରୋନାର ଶିକାର ହୋଇଥିଲେ । ଏବେ ସୁଦ୍ଧା ରାଜ୍ୟରେ 1000 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏହାସହ 500 ନମୁନା ପରୀକ୍ଷା ହୋଇସାରିଛି ।
ସୌଜନ୍ୟ@ANI