ETV Bharat / bharat

ଗୋଆରେ ପ୍ରଥମ କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Apr 9, 2020, 1:14 AM IST

ପ୍ରଥମ ରୋଗୀ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ କୋରୋନା ଆକ୍ଟିଭ ସଂଖ୍ୟା 6କୁ ଖସିଛି । ଅଧିକ ପଢନ୍ତୁ...

ଗୋଆରେ ପ୍ରଥମ କୋରୋନା ଆକ୍ରାନ୍ତ ସୁସ୍ଥ
ଗୋଆରେ ପ୍ରଥମ କୋରୋନା ଆକ୍ରାନ୍ତ ସୁସ୍ଥ

ପାଣାଜୀ: ଗୋଆର ପ୍ରଥମ କୋରୋନା ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏନେଇ ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେ ସୂଚନା ଦେଇଛନ୍ତି । ଏହାସହ ବୁଧବାର କୌଣସି ନୂଆ କୋରୋନା ଆକ୍ରାନ୍ତ ହୋଇନଥିବା ସ୍ପଷ୍ଟ ହୋଇଛି ।

ପରୀକ୍ଷା ହୋଇଥିବା ସମସ୍ତ ନମୁନା ଭିତରୁ ବୁଧବାର କୌଣସି ଗୋଟିଏ ବି ପଜିଟିଭ ଆସିନାହିଁ । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 7ରେ ସୀମିତ ରହିଛି । ଏହାସହ ପ୍ରଥମ ରୋଗୀ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ କୋରୋନା ଆକ୍ଟିଭ ସଂଖ୍ୟା 6କୁ ଖସିଛି ।

ତେବେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ହସ୍ପିଟାଲରୁ ଡିସଚାର୍ଜ କରାଯାଇନାହିଁ । ତାଙ୍କର ଶେଷ ରିପୋର୍ଟ ନେଗେଟିଭ ଆସିବା ପରେ ସେ ସୁସ୍ଥ ହୋଇଥିବା ଜଣାପଡିଛି । ଏବେ ତାଙ୍କୁ ପ୍ରୋଟୋକଲ ଅନୁସାରେ 14 ଦିନ କ୍ବାରେଣ୍ଟାଇନରେ ରଖାଯିବ । ଏହାସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରତିଦିନ ମନିଟରିଂ କରାଯିବ ବୋଲି ରାଣେ କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.