ETV Bharat / bharat

ଏହି ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କୋରୋନା - କୋରୋନା ଅପଡେଟ

ଦେଶରେ କୋରୋନା ସ୍ଥିତି ବେକାବୁ ହୋଇପଡିଛି । ପ୍ରତିଦିନ ଶହ ଶହ ମୁଣ୍ଡ ନେଉଛି କୋରୋନା । ଏହି ରାଜ୍ୟରେ ମଧ୍ୟ କୋରୋନା ଜନିତ ମୃତ୍ୟୁ ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

ଏହି ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କୋରୋନା
ଏହି ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କୋରୋନା
author img

By

Published : Jul 25, 2020, 7:38 AM IST

ଦିମାପୁର:ଦେଶରେ ଅସମ୍ଭାଳ କୋରୋନା ସ୍ଥିତି । ଭୟଙ୍କର ହେଉଛି ସଂକ୍ରମଣ ମାମଲା । ନାଗାଲାଣ୍ଡରେ ପ୍ରଥମ କୋରୋନା ଜନିତ ମୃତ୍ୟୁ ହୋଇଛି । ଆକ୍ରାନ୍ତ ଜଣକ ଦିମାପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଗତ 24 ଘଣ୍ଟା ମଧ୍ୟରେ ଶୁକ୍ରବାର 65ଟି ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ସଂକ୍ରମିତ ମାମଲା 1239ରେ ପହଞ୍ଚିଛି । ସେଥିରୁ 701ଟି ସଂକ୍ରମଣ ମାମଲା ସକ୍ରିୟ ରହିଥିବାବେଳେ 537 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ପ୍ରଥମ ଥର କୋଭିଡ ସଂକ୍ରମିତଙ୍କ ଜୀବନ ଯାଇଛି ।

ନାଗାଲାଣ୍ଡ ନୋଡାଲ ଅଫିସର ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅନୁଯାୟୀ, ସୁରକ୍ଷାବାହିନୀରୁ 32 ଜଣ ସଂକ୍ରମିତ ହୋଇଛନ୍ତି । 25 ଫେରନ୍ତାଙ୍କ ସଂକ୍ରମଣ ହୋଇଛନ୍ତି । ଏହା ସହ ଜଣେ ଫ୍ରଣ୍ଟଲାଇନର ଓ 7 କଣ୍ଟାକ୍ଟ ଟ୍ରେସିଂରୁ ।

ସେପଟେ,କୋରୋନା ବିସ୍ତାରକୁ ରୋକିବାକୁ ରେଲୱେ ପାର୍ସଲ ସେକ୍ସନ ଅଫିସ, ରେଲୱେ ୟୁନିୟନ ଏମ୍ପ୍ଲୟୀ କଲୋନୀ, ଜେନେରାଲ ରେଲୱେ ପୋଲିସ ଡିସି ଅଞ୍ଚଳକୁ ସିଲ କରି ଦିଆଯାଇଛି । ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ । ସକାଳ 9ଟାରୁ ଅପରାହ୍ନ 2 ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.