ETV Bharat / bharat

ଆନ୍ଧ୍ରପ୍ରଦେଶରେ ଦୀପାବଳି, ଏଥର 2ଘଣ୍ଟା ଫୁଟିବ ବାଣ - Firecrackers will burst 2 hours in Andhrapradesh

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ରାଜ୍ୟରେ ଦୀପାବଳି ପାଇଁ ଭିନ୍ନ ଭିନ୍ନ ଗାଇଡଲାଇନ ଜାରି କରାଯାଇଛି । ତେବେ ଆନ୍ଧ୍ରପ୍ରଦେଶରେ ସରକାର ଚଳିତ ବର୍ଷ କେବଳ 2ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...

Firecrackers will burst 2 hours on Diwali in Andhrapradesh
ଚଳିତ ବର୍ଷ ଦୀପାବଳିରେ ଆନ୍ଧ୍ରପ୍ରଦେଶରେ 2ଘଣ୍ଟା ଫୁଟିବ ବାଣ
author img

By

Published : Nov 12, 2020, 1:51 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ସରକାର ଦୀପାବଳି ଉତ୍ସବରେ 2ଘଣ୍ଟା ବାଣ ଫୁଟାଇବାକୁ ବୁଧବାର ରାଜ୍ୟବାସୀଙ୍କୁ ଅନୁମତି ଦେଇଛନ୍ତି । ତେବେ ରାଜ୍ୟବାସୀ ରାତି 8ରୁ 10ଟା ପର୍ଯ୍ୟନ୍ତ କେବଳ ବାଣ ଫୁଟାଇ ପାରିବେ ବୋଲି ଜଣାପଡିଛି ।

ପ୍ରତିବର୍ଷ ରାଜ୍ୟରେ ଦୀପାବଳି ଦିନ ରାତି 11ଟା ପର୍ଯ୍ୟନ୍ତ ବାଣ ଫୁଟିବା ଲାଗି ସରକାର ଅନୁମତି ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ରାଜ୍ୟରେ ବାଣ ଫୁଟାଇବାକୁ ନେଇ ଅଲଗା ଅଲଗା ନିୟମାବଳୀ ଲାଗୁ ହୋଇଛି । କିଛି ରାଜ୍ୟରେ ଚଳିତ ବର୍ଷ ଦୀପାବଳି ଲାଗି ସଂପୂର୍ଣ୍ଣ ଭାବେ ବାଣ ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଅନ୍ୟ କିଛି ରାଜ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି ।

ତେବେ ଆନ୍ଧ୍ରପ୍ରଦେଶ ସରକାର କୋରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ମାତ୍ର 2ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ତେବେ ରାଜ୍ୟବାସୀ ଏହି ନିୟମାବଳୀ ଅନୁସାରେ ରାତି 8ଟାରୁ 10ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ । ରାଜ୍ୟରେ କୋରୋନା ପରିସ୍ଥିତିକୁ ନିରୀକ୍ଷଣ କରି ସ୍ବାସ୍ଥ୍ୟ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ରିପୋର୍ଟ ପାଇବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ସରକାରୁ ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପ୍ରାୟ 8ଲକ୍ଷରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦୀପାବଳି ସମୟରେ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢିବା ଆଶଙ୍କା ଥିବାରୁ ଏହାର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେବା ସହିତ ରାଜ୍ୟର 20ଟି ମୁଖ୍ୟ ସହରର ବାୟୁମଣ୍ଡଳର ସ୍ଥିତି ସଂପର୍କରେ ମଧ୍ୟ ଏକ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.