ETV Bharat / bharat

ଗୁଜୁରାଟର ଆନନ୍ଦ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ - ଗୁଜୁରାଟର ଆନନ୍ଦ କେମିକାଲ ଫ୍ୟାକ୍ଟ୍ରି ଓ ଭଦଦୋରା ଫୁଡ କମ୍ପାନୀରେ ଭୟାବହ ଅଗ୍ନୀକାଣ୍ଡ

ଗୁଜୁରାଟର ଆନନ୍ଦ କେମିକାଲ ଫ୍ୟାକ୍ଟ୍ରି ଓ ଭଦଦୋରା ଫୁଡ କମ୍ପାନୀରେ ଭୟାବହ ଅଗ୍ନୀକାଣ୍ଡ । ଘଟଣାସ୍ଥଳରେ 15 ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଅଧିକ ପଢନ୍ତୁ...

firebreaks-in-gujarat-anand-chemical-factory-and-vaddora-food-company
ଗୁଜୁରାଟର ଆନନ୍ଦ କେମିକାଲ ଫ୍ୟାକ୍ଟ୍ରି ଓ ଫୁଡ କମ୍ପାନୀରେ ଭୟାବହ ଅଗ୍ନୀକାଣ୍ଡ
author img

By

Published : Jun 28, 2020, 7:26 PM IST

ଗୁଜୁରାଟ: ଆନନ୍ଦ କେମିକାଲ ଫ୍ୟାକ୍ଟ୍ରି ଓ ଭଦଦୋରା ଫୁଡ କମ୍ପାନୀରେ ଭୟାବହ ଅଗ୍ନୀକାଣ୍ଡ । ଘଟଣାସ୍ଥଳରେ 15 ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ଗୁଜୁରାଟ ଆନନ୍ଦ ଜିଲ୍ଲା ଅନ୍ତର୍ଗତ ଖମ୍ବାତରେ ଏକ କେମିକାଲ କାରଖାନାରେ ନିଆଁ ଲାଗି ଭୟାବହ ଅଗ୍ମୀକାଣ୍ଡ ଘଟିଛି । 15ଟି ଦମକଳଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । କେମିକାଲ ଫ୍ୟାକ୍ଟ୍ରିର ନିର୍ଦ୍ଦେଶକ ଅଗ୍ନୀକାଣ୍ଡ ଘଟଣାକୁ ନେଇ କହିଛନ୍ତି ତୁରନ୍ତ ଦମକଳ ବାହିନୀର କାର୍ଯ୍ୟ ଯୋଗୁଁ ଅଧିକ ପରିମାଣରେ କ୍ଷତି ହୋଇନାହିଁ । ଫ୍ୟାକ୍ଟ୍ରିର ଗୋଦାମରେ ନିଆଁ ଲାଗିଯାଇଥିବା ଯୋଗୁଁ ନିଆଁକୁ ଆୟତ୍ତ କରିବା ପାଇଁ ସମୟ ଲାଗି ଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି ।

ସେହିଭଳି ଭଦଦୋରାର ପାଦରା ଅଞ୍ଚଳରେ ଥିବା ଜୈନ ଫାର୍ମ ଫୁଡ କମ୍ପାନୀରେ ମଧ୍ୟ ଭୀଷଣ ନିଆଁ ଲାଗିରହିଥିବା ସୂଚନା ରହିଛି । ଘଟଣା ସ୍ଥଳରେ 8ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.