ନୂଆଦିଲ୍ଲୀ: 7 ଲୋକ କଲ୍ୟାଣ ମାର୍ଗସ୍ଥିତ ପିଏମଙ୍କ ଆବାସରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର 9 ଟି ଗାଡି ପହଞ୍ଚିଛି । ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଓ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ସ୍ପଷ୍ଟ କରାଯାଇଛି
ସୂଚନା ଅନୁସାରେ ସୋମବାର ସଂଧ୍ୟା 7.25 ମିନିଟରେ ନିଆଁ ଲାଗିଥିଲା । କୌଣସି ବଡ ଧରଣର ଅଗ୍ନିକାଣ୍ଡର ସୂଚନା ନାହିଁ ବୋଲି ପିଏମଓ ପକ୍ଷରୁ କୁହାଯାଇଛି ।
ଏହି ଅଗ୍ନିକାଣ୍ଡ ପିଏମଙ୍କ ଆବାସ କିମ୍ବା ଅଫିସ ଏରିଆରେ ହୋଇନଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ଅବଗତ କରାଯାଇଛି । ଅଗ୍ନିକାଣ୍ଡ LKM କମ୍ପ୍ଲେକ୍ସ ସ୍ଥିତ ଏସପିଜି ରିସେପ୍ସନ ଏରିଆରେ ହୋଇଥିବା କୁହାଯାଇଛି ।