ETV Bharat / bharat

ଜଳିଗଲା ଜିଓ ଟାଓ୍ବାର, କାରଣ ଅସ୍ପଷ୍ଟ

author img

By

Published : Jan 7, 2021, 4:54 PM IST

ହରିୟାଣାର ଜିନ୍ଦ ଜିଲ୍ଲା ଜଲାଲପୁର ଗାଁ ରେ ଥିବା ଏକ ଜିଓ ମୋବାଇଲ ଟାଓ୍ବାରରେ ନିଆଁ ଲାଗିଯାଇଛି । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ନିଆଁ ଲାଗି ଜଳିଗଲା ଜିଓ ଟାଓ୍ବାର , କାରଣ ଅସ୍ପଷ୍ଟ

ଚଣ୍ଡିଗଡ: ହରିୟାଣାର ଜିନ୍ଦ ଜିଲ୍ଲା ଜଲାଲପୁର ଅଞ୍ଚଳରେ ଥିବା ଏକ ଜିଓ ମୋବାଇଲ ଟାଓ୍ବାରରେ ନିଆଁ ଲାଗିଯାଇଛି । ଫଳରେ ଟାଓ୍ବାର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିବା ଦେଖିବାକୁ ମିଳିଛି । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ନାହିଁ । ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ କୃଷକ ଆନ୍ଦୋଳନରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଉଛି ।

ଟାଓ୍ବାରରେ ନିଆଁ ଲାଗିଥିବା ଦେଖାଯିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ । ଦମକଳ ପହଞ୍ଚି ନିଆଁକୁ ଆୟତ କରିଛି । ଟାଓ୍ବାର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ଜଳିଯିବ ଫଳରେ ଟେଲି ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଜିଓ ନେଟଓ୍ବାର୍କ ଚାଲିଯାଇଥିବାରୁ ଜିଓ ଉପଭୋକ୍ତା ମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଟାଓ୍ବାରର କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ଜଣେ କର୍ମଚାରୀ ଘଟଣାକୁ ନେଇ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନା ଉଦ୍ଦେଶ୍ୟ ମୂଳକ ଭାବେ ନିଆଁ ଲଗାଯାଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.