ETV Bharat / bharat

ଗୋପାଳନ କେନ୍ଦ୍ରରେ ଅଗ୍ନିକାଣ୍ଡ, 24 ଗୋରୁ ଜୀବନ୍ତ ଦଗ୍ଧ - fire

ହରିୟାଣାର ରାବେଡିସ୍ଥିତ ଗୋପାଳନ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ । 24ଟି ଗୋରୁ ଜୀବନ୍ତ ଦଗ୍ଧ 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କ୍ୟାଟରିଂ ସାମଗ୍ରୀ ପୋଡି ନଷ୍ଟ ।

ପ୍ରତିକାତ୍ମକ ଫଟୋ
author img

By

Published : May 21, 2019, 11:59 PM IST

ଚଣ୍ଡିଗଡ: ହରିୟାଣାର ରାବେଡିସ୍ଥିତ ଗୋପାଳନ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 24ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଗୋପାଳନ କେନ୍ଦ୍ରରେ ଥିବା 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କ୍ୟାଟରିଂ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଜଣାପଡିଛି ।

ସୂଚନାନୂଯାୟୀ, ରାବେଡି ନିକଟସ୍ଥ ଏନଏଚ 71ର ରାମଗଡ ରୋଡ ନିକଟରେ ଥିବା ଗୋପାଳନ କେନ୍ଦ୍ରରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡର ମାତ୍ରା ଏତେ ଭୟାନକ ଥିଲାଯେ, ଆଖିପିଛୁଳାକେ ସମ୍ପୂର୍ଣ୍ଣ ଗୋପାଳନ କେନ୍ଦ୍ରଟି ଜଳିପୋଡି ପାଉଁଶ ହୋଇଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ କାବୁ କରିଥିଲେ ।

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ସର୍ଟସର୍କିଟ ଯୋଗୁଁ ଏହା ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Intro:ବୌଦ୍ଧ ଜିଲ୍ଲାର ଆଦୀମ ଅଧିବାସୀ ଙ୍କ ମଧ୍ୟରେ କନ୍ଧ ସଂପ୍ରଦାୟ ହେଉଛନ୍ତି ଅନ୍ୟତମ । ଏମାନଙ୍କ ବିଚିତ୍ର ପରମ୍ପରା ଓ ଜୀବନଶୈଳୀ ଯୋଗୁଁ ଏମାନଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ପ୍ରକୃତିର ଯଥାର୍ଥ ଉପାସକ ବୋଲି ମଧ୍ୟ ଏମାନଙ୍କୁ କୁହାଯାଇପାରେ । କାରଣ ଧରଣୀ ପେନୁ ହେଉ ଅବା ବରା ପେନୁ ହେଉ ପ୍ରକୃତିର ସମସ୍ତ ଦାନକୁ ଏମାନେ ସାଦରେ ଗ୍ରହଣ କରିବାସହ ଦେବତା ଭାବେ ପୂଜା କରିଥାନ୍ତି ।

Body:ବାର ଭାୟା ବତିଶ କନ୍ଧ ଙ୍କ ରାଜ୍ୟ ବୌଦ୍ଧ ଅଞ୍ଚଳ ।ଏଠାରେ କାହିଁ କେଉଁ ଆଦୀମ କାଳରୁ ବସବାସ କରିଆସୁଛନ୍ତି କନ୍ଧ ସଂପ୍ରଦାୟ ।ଏମାନଙ୍କ ନିଆରା ପୂଜା ପରମ୍ପରା ଓ ସଂସ୍କୃତି ଏମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ଏମାନଙ୍କ ବିଭିନ୍ନ ଯାତ୍ରା ମଧ୍ୟରୁ ଝାଗିଡି ଯାତ୍ରା ଅନ୍ୟତମ ।ଏହାଛଡା କନ୍ଧ ପରମ୍ପରାରେ ମାଙ୍ଗଳିକ କାର୍ଯ୍ୟ ଆରମ୍ଭରେ ଝାଗିଡି ପ୍ରଚଳିତ ।ମାଟି ମାକୁ ଏମାନେ ଧରଣୀପେନୁ ଭାବରେ ଅତ୍ୟନ୍ତ ଭକ୍ତି କରିବା ସହ ଝାଗିଡି ଯାତ୍ରା କାଳରେ ଢାଲ,ବର୍ଛା,ଟାଙ୍ଗୀ, ଖଣ୍ଡା ଭଳି ଅସ୍ତ୍ରକୁ ସ୍ବତନ୍ତ୍ର ପୂଜା ପରେ ରନ୍ଧା ମଦକୁ ପ୍ରସାଦ ଭଳି ମାଟି ମା ଙ୍କୁ ଉତ୍ସର୍ଗ କରି ନିଜେ ସେବନ କରିଥାନ୍ତି ।ଢୋଲ, ନିଷାଣ, ତାସା,ମହୁରୀର ତାଳରେ ଉଭୟ ପୁରୁଷ ଓମହିଳା ନାଚଗୀତ ରେ ମସଗୁଲ ହେବାପରେ ଏକ ସ୍ବତନ୍ତ୍ର ପୂଜାରେ ବଳୀପ୍ରଦାନ କରାଯାଇ ମାଟି ମା ଙ୍କୁ ଉତ୍ସର୍ଗ କରାଯାଏ ।ଅନେକ ବିଷୟକୁ ଗୋପନ ଆକାରରେ ପାଳନ କରାଯାଇଥାଏ ।

Conclusion:ବାଇଟ-୧-ବୀରକେଶରୀ ଦେହୁରୀ, କନ୍ଧ ପୂଜକ
ବାଇଟ-୨-ବଂଶୀଧର ଜାନୀ, ମୁଠା ମାଲିକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.