ETV Bharat / bharat

ଏଫଆର ଟାୱାର ଅଗ୍ନିକାଣ୍ଡ ଘଟଣା, 25କୁ ଛୁଇଁଲା ମୃତ୍ୟୁସଂଖ୍ୟା - dead,

ଢାକା ଏଫଆର ଟାୱାରରେ ଭୟାବହ ଅଗ୍ନିକାଣ୍ଡରେ ଜୀଅନ୍ତା ଜଳି ଯାଇଥିଲେ 13 ଜଣ । ଆଉ ଏହି ଅଘଟଣରେ ମୃତ୍ୟୁସଂଖ୍ୟା 25କୁ ଛୁଇଁଛି । ଏହି ଅଗ୍ନିକାଣ୍ଡରେ 70 ଜଣ ଗୁରୁତର ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: @ANI
author img

By

Published : Mar 29, 2019, 8:14 PM IST

ଢାକା: ବାଲାଂଦେଶ ଏଫଆର ଟାୱାରଅଗ୍ନିକାଣ୍ଡଘଟଣାରେ 25 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 70 ଜଣ ଗୁରୁତର ହୋଇଛନ୍ତି। ଢାକାର ବନାନୀ ଅଞ୍ଚଳରେ ଥିବା ଏହି ଟାୱାରରେ ଲାଗିଥିଲା ନିଆଁ।

ପ୍ରଥମେ ଟାୱାରର 6 ମହଲାରେ ଲାଗିଥିଲା ନିଆଁ । ଦେଖୁ ଦେଖୁ ନିଆଁ ସବୁ ମହଲାକୁ ବ୍ୟାପିଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ। ଦମକଳବାହିନୀର ପ୍ରାୟ 21ଟି ଗାଡି 4 ଘଣ୍ଟା ଧରି ନିଆଁ ଲିଭାଇବାରେ ନିୟୋଜିତ ଥିଲେ। ଘଟଣାସ୍ଥଳରୁ 13 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ 12 ଜଣଙ୍କମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ନିଆଁରେ ଫସିଥିବା କିଛି ଲୋକ କୋଠା ଉପରୁ ଡେଇଁ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଏତେ ଉଚ୍ଚରୁ ପଡି ଅଧିକାଂଶ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରୀଲଙ୍କା ନାଗରିକ ଅଛନ୍ତି। ବାଲାଂଦେଶ ସରକାର ଅଗ୍ନିକାଣ୍ଡର ଯାଞ୍ଚ ପାଇଁ 4ଟି କମିଟି ଗଠନ କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।

Intro:Body:

ହାଇଦ୍ରାବାଦ: ନିକଟରେ ଆଲିୟା ଓ ରଣବୀର କପୁର ଏକ ଆୱାର୍ଡ ସେରିମୋନୀରେ ରୋମାଣ୍ଟିକ ଡାନ୍ସ କରି ଖୁଲମଖୁଲା ପ୍ରେମ କରିଛନ୍ତି। ତେବେ ଏହି ପ୍ରେମ ଦେଖି ଆଲିୟାଙ୍କୁ ରଣବୀରଙ୍କ ଅତୀତ ବିଷୟରେ ପଚରାଯାଇଥିଲା କିଛି ପ୍ରଶ୍ନ। ଯାହାର ଉତ୍ତରରେ ଆଲିୟା କିଛି ଏମିତି କହିଛନ୍ତି ଯେ ଆପଣ ଶୁଣିଲେ ଆଲିୟାଙ୍କୁ ଆହୁରି ପସନ୍ଦ କରିବାକୁ ବାଧ୍ୟ ହେବେ।

ରଣବୀରଙ୍କ ଅତୀତକୁ ନେଇ ଆଲିୟା ଚିନ୍ତିତ କି ନୁହେଁର ପ୍ରଶ୍ନରେ ଆଲିୟା କହିଛନ୍ତି ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ। ତାପରେ 'ମୁଁ ବି କୋଉ କମ ଅଟେ।' ଏହାପରେ ସେ ରଣବୀରଙ୍କ ପ୍ରଶଂସା କରି ସେ ଜଣେ ମୂଲ୍ୟବାନ ମଣି ମଧ୍ୟ କହିଛନ୍ତି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଉଭୟ ପ୍ରଥମଥର ପାଇଁ ଏକାଠି ନଜର ଆସୁଥିବାବେଳେ ବୁଲଗେରିୟାରେ ଏହାର ସୁଟିଂବେଳେ ଉଭୟ ପ୍ରେମରେ ପଡିଥିଲେ। ତେବେ ଦିନକୁ ଦିନ ଉଭୟଙ୍କ ସମ୍ପର୍କ ଦୃଢ ହେବାସହ ବ୍ୟକ୍ତିଗତ ଓ କର୍ମମୟ ଜୀବନରେ ଉଭଯ ବେଶ ଖୁସି ବୋଲି କହିଛନ୍ତି। 

ଆଲିୟା ଆହୁରି କହିଛନ୍ତି, ଏହା ଗୋଟିଏ ସମ୍ପର୍କ ନୁହେଁ, ଏହା ବନ୍ଧୁତା। ମୁଁ ଏହା ସମ୍ପୂର୍ଣ୍ଣ ଇମାନଦାରୀର ସହ କହୁଛି। ଏହା ଖୁବ ସୁନ୍ଦର। ମୁଁ ଏବେ ଚାନ୍ଦ,ତାରାରେ ଚାଲୁଛି। ସବୁଠୁ ଶ୍ରେଷ୍ଠ କଥା ହେଲା, ଆମେ ଦୁଇଟି ଭିନ୍ନ ମଣିଷ, ଯିଏକି ନିଜନିଜ କର୍ମମୟ ଜୀବନକୁ ଖୁବ ଉପଭୋଗ କରୁଛୁ। ତେବେ ଆଲିୟା ଏବେ ଫିଲ୍ମ 'କଲଙ୍କ'ର ରିଲିଜର ଅପେକ୍ଷାରେ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.