ଥିରୁଅନନ୍ତପୁରମ୍: ମାଲାବାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ରବିବାର ସକାଳେ କେରଳ ଥିରୁଅନନ୍ତପୁରମ ଜିଲ୍ଲାର ଭରକାଲା ନିକଟରେ ଟ୍ରେନ ଥିବାବେଳେ ଲାଗିଲା ନିଆଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କୌଣସି ମୃତାହତଙ୍କ ସୂଚନା ମିଳିନାହିଁ।
ତେବେ ଯାତ୍ରୀମାନେ ଏହି ଦୁର୍ଘଟଣାକୁ ଲକ୍ଷ୍ୟ କରି ଟ୍ରେନ ଚେନ ଟାଣି ଦେଇଥିଲେ। ନିଆଁ ଲାଗିବାର କୌଣସି କାରଣ ଜଣାପଡିନଥିବା ବେଳେ ଅଗ୍ନି ନିର୍ବାପକ କାର୍ଯ୍ୟ ଜାରି ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ