ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ଏମ୍ସର ଗ୍ରାଉଣ୍ଡଫ୍ଲେର ଥୋରାସିକ ସାଇନ୍ସ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ 8ଟି ଦମକଳ ଗାଡି ନିୟୋଜିତ ରହିଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ଗତ ମାସରେ ଦିଲ୍ଲୀର ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ 43ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ । ତେବେ ଦେଶର ରାଜଧାନୀରେ ବାରମ୍ବାର ଅଗ୍ନିକାଣ୍ଡ ଘଟିବା ଏବେ ଚିନ୍ତାର ବିଷୟ ପାଲଟିଛି ।