ETV Bharat / bharat

ନିଆଁ କବଳରେ ଦିଲ୍ଲୀବାସୀ, ତୁଗଲକାବାଦର ଭାଲ୍ମିକୀ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ - ପୁଣି ତୁଗଲକାବାଦର ଭାଲମିକି ବସ୍ତିରେ ଅଗ୍ନିକାଣ୍ଡ

ତୁଗଲକାବାଦର ବସ୍ତି ଅଞ୍ଚଳର ଭାଲ୍ମିକୀ ବସ୍ତିରେ ଅଗ୍ନିକାଣ୍ଡ ଘଟି ଅନେକ ସଂଖ୍ୟାରେ ଝୁମ୍ପୁଡି ଘର ଭସ୍ମ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଁଞ୍ଚିବା ସହ ନିଆଁକୁ ଆୟତ କରିଥିଲା।

ନିଆଁ କବଳରେ ଦିଲ୍ଲୀବାସୀ, ତୁଗଲକାବାଦର ଭାଲମିକି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ

author img

By

Published : Jun 3, 2020, 8:16 AM IST

ନୂଆଦିଲ୍ଲୀ: ନିଆଁ କବଳରେ ଦେଶର ରାଜଧାନୀ ଦିଲ୍ଲୀ। ଗତ କିଛି ମାସ ମଧ୍ୟରେ ବାରମ୍ବାର ଅଗ୍ନିକାଣ୍ଡ ଘଟିବା ଦିଲ୍ଲୀ ସରକାରଙ୍କ ଚିନ୍ତାର କାରଣ ପାଲଟିଲାଣି। ଗୋଟିଏ ପଟେ କୋରୋନା ସହ ଲଢେଇ ଜାରି ରହିଥିବା ବେଳେ ଅନ୍ୟପଟେ ଆଉ ଏକ ଭୟଙ୍କର ଶକ୍ତି ଯାହା ନିମିଷକେ ସବୁକିଛି ଜାଳି ପୋଡି ଛାରଖାର କରିଦେଉଛି।

ବୁଧବାର ମଧ୍ୟରାତ୍ରିରେ ତୁଗଲକାବାଦର ବସ୍ତି ଅଞ୍ଚଳର ଭାଲ୍ମିକୀ ବସ୍ତିରେ ଅଗ୍ନିକାଣ୍ଡ ଘଟି ଅନେକ ସଂଖ୍ୟାରେ ଝୁମ୍ପୁଡି ଘର ଭସ୍ମ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଁଞ୍ଚିବା ସହ ନିଆଁକୁ ଆୟତ କରିଥିଲା।

ଡିଭିଜନାଲ ଅଗ୍ନିଶମ ଅଧିକାରୀ ଏସ.କେ ଦୁଆଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ସମ୍ପର୍କରେ ସକାଳ 1:31 ରେ ଏକ କଲ ଆସିଥିଲା, ପରେ ନିଆଁକୁ ଆୟତ୍ତ କରିବା ପାଇଁ 20 ଟି ଅଗ୍ନିଶମ ବାହିନୀଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ବର୍ତ୍ତମାନ ସମୟରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ଓ କ୍ଷୟକ୍ଷତି ବିଷୟରେ ସଠିକ୍ ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମେ 26ରେ ବିଳମ୍ବିତ ରାତିରେ ତୁଗଲକାବାଦ ବସ୍ତିରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ଧୀରେ ଧୀରେ ଅଗ୍ନିକାଣ୍ଡ ସାରା ବସ୍ତିରେ ବ୍ୟାପିବାରେ ଲାଗିଥିଲା । ତେବେ ବସ୍ତିରେ ସିଲିଣ୍ଡର ଫାଟି ଯିବାରୁ ଅଗ୍ନିକାଣ୍ଡର ପ୍ରଭାବ ବଢିଯାଇଥିଲା । ଏଥିରେ ୨୦୦ରୁ ଅଧିକ ଝୁମ୍ପୁଡି ଓ ଗୋଦାମ ଘର ପୋଡି ପାଉଁଶ ହୋଇଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.