ETV Bharat / bharat

ଦିଲ୍ଲୀ ପେପର କାର୍ଡ କାରଖାନାରେ ଅଗ୍ନିକାଣ୍ଡ

ପେପର କାର୍ଡ଼ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ 29ଟି ଦମକଳ ଗାଡି ନିୟୋଜିତ । କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ।

ନିଆଁ ଲାଗିଥିବାର ଦୃଶ୍ୟ
author img

By

Published : Feb 14, 2019, 1:41 PM IST

ଦିଲ୍ଲୀ: କରୋଲବାଗର ଭୟାବହ ଅଗ୍ନିକାଣ୍ଡକୁ 24 ଘଣ୍ଟା ନପୁରୁଣୁ ପୁଣିଥରେ ଦିଲ୍ଲୀରେ ଆଉ ଏକ ଅନୁରୂପ ଘଟଣା ଦେଖିବାକୁ ମିଳିଛି । ନାରାୟଣାସ୍ଥିତ ଏକ ପେପର କାର୍ଡ଼ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ 29ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଏହି କାରଖାନାରେ କାର୍ଡ, ଷ୍ଟେସନାରୀ ଏବଂ ପର୍ଫ୍ୟୁମ ତିଆରି କରାଯାଏ । ଅଗ୍ନିକାଣ୍ଡଟି ସକାଳ 7ଟାରେ ହୋଇଥିବା ବେଳେ ଏଥିରେ କୌଣସି ପ୍ରାଣହାନୀ ହୋଇନଥିବା ସୂଚନା ମିଳିଛି।

ରାଜଧାନୀ ଦିଲ୍ଲୀରେ ସପ୍ତାହକ ମଧ୍ୟରେ 2ଥର ଅଗ୍ନିକାଣ୍ଡ ଘଟିଲାଣି । ମଙ୍ଗଳବାର ଦିଲ୍ଲୀ କରୋଲବାଗରସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ 17ଜଣ ପ୍ରାଣ ହରାଇଥିଲେ।

ଭୁବନେଶ୍ୱର:ବର୍ଷକ ପରେ ପୁଣି ଆରମ୍ଭ ହେବକୁ ଯାଉଛି ଯାତ୍ରା ମହାସମର।ମାଘ ସପ୍ତମୀ ମେଳା ପରେ ଖଣ୍ଡଗିରି ମେଳା ଆରମ୍ଭ ହୋଇଯାଇଛି।ରାଜ୍ୟର ନାମୀ ଦାମୀ ଅପେରା ମାନେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଶ୍ରେଷ୍ଠ ନାଟକ ଦର୍ଶକଙ୍କୁ ଭେଟି ଦେବେ।ନାଲି ନେଳି ଆଲୁଅର ଆଖି ଝାଳସା ଦୃଶ୍ୟ ସାଙ୍ଗକୁ ତଡ଼କା ଵାଲା ସଙ୍ଗୀତ ସାଙ୍ଗରେ ଡ୍ୟାନ୍ସ ,ଡ୍ରାମା ଓ ଡାଇଲଗରେ କମ୍ପିବ ମଞ୍ଚ। ଆଉ ଯାହାକୁ ଉପଭୋଗ କରିବାକୁ ଅପେକ୍ଷା କରି ରହିଛନ୍ତି ହଜାର ହଜାର ଯାତ୍ରାପ୍ରେମୀ ଦର୍ଶକ।
  ଉଲ୍ଲେଖଯୋଗ୍ୟ କି ମାଘ ସପ୍ତମୀ ମେଳା ପରେ ପ୍ରତିବର୍ଷ ପରି ଆସନ୍ତା କାଲି ସନ୍ଧ୍ୟା ଠାରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ଯାତ୍ରା ମହାସମର।ଆଜିର ଡିଜିଟାଲ ଓ ସୌଖିନ ଯୁଗରେ ବଲିଉଡ,ଓଲିଉଡ ଚଳଚ୍ଚିତ୍ର, ସୋସିଆଲ ମିଡିଆରେ ଚଟାପଟ ମନୋରଞ୍ଜନ ର ସୁଯୋଗ ହାତ ଟିପରେ ଥିବା ବେଳେ ଯାତ୍ରାର କାହାଣୀ,ସଂଳାପ, କମେଡି ଆଉ ଛାତିଥରା ଭିଲିଆନ ର ଡାଇଲାଗ ଶୁଣିବାକୁ ତାର ସ୍ୱତନ୍ତ୍ର ଦର୍ଶକ ଥାଆନ୍ତି।ଯାହାକୁ ଆଖି ଆଗରେ ରଖି ଯାତ୍ରା ପାର୍ଟି ମାଲିକ ଓ ଯାତ୍ରା ନାଟକ ଲେଖକ ମାନେ ସାମାଜିକ ଓ ପାରିବାରିକ ଘଟଣା ସହିତ ଇମୋସନ ଓ ହାସ୍ୟରସର ଭରପୁର ଖୋରାକ ରଖିଥିବା କହିଛନ୍ତି।
ଆସନ୍ତା କାଲି ରାତ୍ରିରୁ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଲଢେଇ ପାଇଁ ସାଂସ୍କୃତିକ ପରିଷଦ ମାନଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇ ଯାଇଥିବା କହିଛନ୍ତି ହରେକୃଷ୍ଣ ମହତାବ ମଣ୍ଡପର ଉପସଭାପତି ସତ୍ୟେନ୍ଦ୍ର ଜେନା।ସେହିପରି ଘାଟିକିଆ ସନାତନ ସେବା ସମତିର ସଭାପତି ଚତୁର୍ଭୁଜ ମାଝୀ ସବୁ ବର୍ଗର ଦର୍ଶକଙ୍କୁ କିପରି ଭଲ ଭାବରେ ଆସି ନାଟକ ଦେଖି ପାରିବେ ସେଥିପାଇଁ ସବୁ ଦିଗକୁ ଦୃଷ୍ଟିରେ ରଖା ଯିବା ସହ ସୁରକ୍ଷା ଦୃଷ୍ଟିରୁ ମଣ୍ଡପରେ ସିସି କ୍ୟାମେରା ଲଗା ଯାଇଥିବା କହିଛନ୍ତି।
ଦୁଇ ପର୍ଯ୍ୟାୟରେ 7ଟି ମଣ୍ଡପରେ 12ଟି ଅପେରା ନିଜର ଖେଳ ଦେଖାଇବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 4ଟି ଅପେରା ଧଉଳି ଗଣ ନାଟ୍ୟ ,ଯାତ୍ରା ସ୍ୱର୍ଣ୍ଣ ମହଲ ,ଗୌରୀ ଗଣ ନାଟ୍ୟ ଓ ଶିବାନୀ ଗଣ ନାଟ୍ୟ ପକ୍ଷରୁ ସେମାନଙ୍କର ଚର୍ଚ୍ଚିତ ନାଟକ ଯଥା "ଆମ ଗାଁ ଜଗନ୍ନାଥ ତମ ଗାଁ ଆଲ୍ଲା,ଗୀତାକୁ ଛୁଇଁଲି ପାପ,କହ ଗୌର ଦାସ କାହାର ଦୋଷ,ହସୁଛି କେବଳ କାନ୍ଦିବା ପାଇଁ,ବାଘ ବୁଲୁଛି ରାଜ ଧାନୀରେ,ସ୍ୱାମୀ ଆସିଥିଲା ରାତିକ ପାଇଁ" ପରିବେଷଣ କରାଯିବ ବୋଲି ସୂଚନା ରହିଛି।ତେବେ ଦେଖିବା ପରେ ଜଣା ପଡିବ କାହାର କାହାଣୀ କେତେ ଦମଦାର ଆଉ କାହାର ଅଭିନେତା ଲୋକଙ୍କ ମନ କିଣିବାରେ ସଫଳ ହେବା ସହିତ ମାଲିକ କୁ ଭଲ ବ୍ୟବସାୟ ଦେଉଛି।
Laxmikanta das 
Bhubaneswar
Byte-1-satyendra Jena -vp-mahataab manual
Byte-2-kabiraj swain-owner-jatra swarna mahal
Byte-3-Chaturbhuja majhi-president-ghatikia Santana seba samiti

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.