ETV Bharat / bharat

ଦିଲ୍ଲୀର ଶାହବାଦରେ ବଡ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ବସ୍ତି - ଅଗ୍ନିକାଣ୍ଡ ନ୍ୟୁଜ

ନୂଆଦିଲ୍ଲୀର ଶାହବାଦ ଅଞ୍ଚଳରେ ବଡ ଧରଣର ଅଗ୍ନିକାଣ୍ଡ ନେଇ ସୂଚନା । ନିଆଁକୁ ଆୟତ୍ତ ପାଇଁ ଘଟଣାସ୍ଥଳରେ 12ରୁ ଊର୍ଦ୍ଧ୍ବ ଦମକଳ ଗାଡି ଉପସ୍ଥିତ । ଅଧିକ ପଢନ୍ତୁ...

fire-breaks-out-in-shahbad-dairy-area-in-delhi

author img

By

Published : Jul 16, 2020, 2:53 AM IST

Updated : Jul 16, 2020, 9:06 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀର ଶାହବାଦ ଡାଏରୀ ଅଞ୍ଚଳରେ ବଡ ଧରଣର ଅଗ୍ନିକାଣ୍ଡ । ବୁଧବାର ବିଳମ୍ବିତ ରାତିରେ ଏହି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ 70ଟି ଘର ଜଳିକି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ 12ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ଘଟଣାସ୍ଥଳରେ 10ଟି କ୍ୟାଟସ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ରହିଛି । ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାବେଳେ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି । ଏପଟେ ଅଗ୍ନିକାଣ୍ଡ ଆହୁରି ଭୟଙ୍କର ହେବାରେ ଲାଗିଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଦିଲ୍ଲୀର ଶାହବାଦରେ ବଡ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ବସ୍ତି

ରୋହିଣୀର ଶାହବାଦ ଅଞ୍ଚଳରେ ଏହା ପ୍ରଥମ ଅଗ୍ନିକାଣ୍ଡ ଘଟଣା ନୁହେଁ । ଆଗରୁ ମଧ୍ୟ ଏଠାକାର ଡାଏରୀ ବସ୍ତି ଅଞ୍ଚଳରେ ଅନେକ ଥର ବଡ ଧରଣର ଅଗ୍ନିକାଣ୍ଡ ଘଟିସାରିଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ।

ପୂର୍ବରୁ ରବିବାର ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ଶୋଇଥିବା ଜଣେ ବ୍ୟକ୍ତିର ଏହି ଅଗ୍ନିକାଣ୍ଡିରେ ମୃତ୍ୟୁ ହୋଇଯାଇଥିଲା । ପରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2020, 9:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.