ETV Bharat / bharat

ସର୍ଟସର୍କିଟ ଘଟି ଅଗ୍ନିକାଣ୍ଡ, 9 ଗୁରୁତର - fire breaks out at mumbai

ମୁମ୍ବାଇର ଏକ ଘରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିବା ଫଳରେ ସମ୍ପୂର୍ଣ୍ଣ ଘରଟି ଜଳିପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ...

Fire breaks out at house in mumbai
ସର୍ଟସର୍କିଟ ଘଟି ଅଗ୍ନିକାଣ୍ଡ
author img

By

Published : Feb 13, 2020, 8:50 AM IST

ମୁମ୍ବାଇ: ମୁମ୍ବାଇର ସମତା ନଗର ଅଞ୍ଚଳରେ ଏକ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ବୁଧବାର ବିଳମ୍ବତି ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ 9 ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ସର୍ଟସର୍କିଟ ଘଟି ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ନିଆଁ ଲାଗିବାର କିଛି ସମୟପରେ ଘରେ ଥିବା ଏକ ସିଲିଣ୍ଡର ଫାଟିବା ଯୋଗୁଁ ନିଆଁର ପ୍ରକୋପ ଆହୁରି ବୃଦ୍ଧି ପାଇଥିଲା। ଫଳରେ ଆଖିପିଛୁଳାକେ ସମ୍ପୂର୍ଣ୍ଣ ଘରଟି ଜଳି ଛାରଖାର ହୋଇଯାଇଥିଲା। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦିର୍ଘ ସମୟର କସରତ ପରେ ନିଆଁକୁ କାବୁ କରିଥିଲା ।

ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.