ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନୋଏଡା ସେକ୍ଟର 64ରେ ଅବସ୍ଥିତ ଏକ ଏକ୍ସପୋର୍ଟ କମ୍ପାନୀରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ବିଷୟରେ ଖବର ପାଇ 16 ଟି ଦମକଳ ବାହୀନି ଘଟଣାସ୍ଥଳରେ ପହଁଞ୍ଚିଛନ୍ତି।
ରବିବାର ରାତିରେ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା କିନ୍ତୁ ସୋମବାର ସକାଳେ ନିଆଁର ତୀବ୍ରତା ବୃଦ୍ଧି ପାଇଥିଲା। ଯାହାକୁ ନେଇ କମ୍ପାନୀ ଅଗ୍ନିଶମ ଅଧିକାରୀଙ୍କୁ ନିଆଁ ନିୟନ୍ତ୍ରଣ କରିବାରେ ଅଧିକ ସାହାଯ୍ୟ ମାଗିବାକୁ ବାଧ୍ୟ ହୋଇଥିଲା।
ତେବେ କେଉଁ କାରଣକୁ ନିଆଁ ଲାଗିଛି ସେ ବିଷୟରେ ଖବର ମିଳିନାହିଁ। ଏହା ସହ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଅଗ୍ନିକାଣ୍ଡ ଘଟିଥିବା କମ୍ପାନୀର ନାମ ହେଉଛି ରେଡିଏଣ୍ଟ୍ ଏକ୍ସପୋ ଭିଜନ୍ ଯାହା କପଡା ଉତ୍ପାଦନ ଏବଂ ରପ୍ତାନି ବ୍ୟବସାୟ ସହିତ ଜଡିତ।
ସେହିପରି ସୋମବାର କେନ୍ଦ୍ରୀୟ ଦିଲ୍ଲୀର ନିର୍ମନ ଭବନର ଚତୁର୍ଥ ମହଲାରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଚାରୋଟି ଅଗ୍ନିଶମ ଟେଣ୍ଡର। ଅଧିକ ବିବରଣୀ ଅପେକ୍ଷା କରନ୍ତୁ।