ETV Bharat / bharat

କର୍ତାରପୁର କରିଡର ଖୋଲିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର - କର୍ତାରପୁର କରିଡର

କୋରୋନା ସଂକ୍ରମଣ ପାଇଁ ବନ୍ଦ ରହିଥିବା କର୍ତାରପୁର କରିଡରକୁ ଆଜି (ଜୁନ 29)ରେ ଖୋଲିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ । ଏଯାବତ ଭାରତ ପଟୁ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଅଧିକ ପଢନ୍ତୁ...

କର୍ତାରପୁର କରିଡର ଖୋଲିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର

author img

By

Published : Jun 29, 2020, 2:14 PM IST

Updated : Jun 29, 2020, 3:20 PM IST

ନୂଆଦିଲ୍ଲୀ: ଆଜି(ସୋମବାର)ଠାରୁ କର୍ତାରପୁର କରିଡର ଖୋଲିବାକୁ ପାକିସ୍ତାନ ଘୋଷଣା କରିଛି । ଏଯାବତ ଭାରତ ପଟୁ ଏନେଇ କୌଣସି ଚୂଡାନ୍ତ ହୋଇନାହିଁ । ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟିର ମୁଖ୍ୟ ସଚିବ ଡ.ରୁପ ସିଂ କହିଛନ୍ତି କୋରିଡର ଖୋଲିବାର ଶେଷ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ ।

ସେ କହିଛନ୍ତି, କର୍ତାରପୁର କରିଡର ନିଶ୍ଚୟ ଖୋଲିବା ଜରୁରୀ । ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି ମଧ୍ୟ ଚାହେଁ ତୁରନ୍ତ ଏହି କରିଡରକୁ ପୁନଃ ଖୋଲାଯାଉ । କିନ୍ତୁ ଏହାର ସମ୍ପୂର୍ଣ୍ଣ ନିଷ୍ପତ୍ତି କେନ୍ଦ୍ର ଉପରେ ନିର୍ଭର କରେ ବୋଲି ଡ.ସିଂହ କହିଛନ୍ତି ।

ଟ୍ୱିଟରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶି କହିଛନ୍ତି ଯେ, କର୍ତାରପୁର ଗୁରୁଦ୍ୱାର ଦରବାର ସାହିବକୁ 4.7 କିଲୋମିଟର ରାସ୍ତା ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ ଥିବା ଭାରତୀୟଙ୍କୁ ଜଣାଇଥିଲା ।

କର୍ତାରପୁର ସାହିବ କରିଡର ହେଉଛି 4.7 କିଲୋମିଟର ଲମ୍ୱା ରାସ୍ତା ଯାହାକି ଭାରତର ଗୁରୁ ଦାସପୁରର ଡେରା ବାବା ନାନକ ସାହିବ ଏବଂ ପାକିସ୍ଥାନର କର୍ତାରପୁରରେ ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରେ । ଗତ ବର୍ଷ ଏହାର ଉଦଘାଟନ କରାଯାଇଥିଲା । କୋରୋନା ସଂକ୍ରମଣ ପାଇଁ କରିଡରକୁ ବନ୍ଦ କରାଯାଇଥିଲା ।

Last Updated : Jun 29, 2020, 3:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.