ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ସଂଘର୍ଷ । ପୂର୍ବ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ବୈଠକରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ବୈଠକ ଚାଲିଥିବା ବେଳେ ଉଭୟ ଦଳର ଦୁଇ କାଉନସିଲରଙ୍କ ମଧ୍ୟରେ ତର୍କ ହେବାରୁ ଆରମ୍ଭ ହୋଇଥିଲା ସଂଘର୍ଷ । ଘଟଣା ଏତେ ଉଗ୍ରରୂପ ଧାରଣା କରିଥିଲେ ଯେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ ।
ଏପରି କି କିଛି କର୍ମୀ ପ୍ରତିପକ୍ଷ ଦଳର କର୍ମୀଙ୍କୁ ଚପଲରେ ମାଡ ମାରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ଉଭୟ ଦଳର କର୍ମୀଙ୍କୁ ରୋକିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ନିୟନ୍ତ୍ରଣକୁ ଆସିନଥିଲା । ସଂଘର୍ଷ ଫଳରେ ବୈଠକକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ