ETV Bharat / bharat

ହୁତୁହୁତୁ ହୋଇ ଜଳିଗଲା ରବର ପ୍ଲାଣ୍ଟ: 11 ଘଣ୍ଟା ପରେ ବି ଅଣାୟତଃ ନିଆଁ - ଗୁଜୁରାଟ ଭାଲସାଦ ଜିଲ୍ଲାର ସରିଗାମ GIDC ର ଦାଶମେଶ ରବର ଇଣ୍ଡଷ୍ଟ୍ରିଜ

ରବର ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଗୁଜୁରାଟ ଭାଲସାଦ ଜିଲ୍ଲାର ସରିଗାମ GIDCର ଦାଶମେଶ ରବର ପ୍ଲାଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଶୁକ୍ରବାର ରାତି ପ୍ରାୟ 11 ଟାରୁ ଆରମ୍ଭ ହୋଇ ଶନିବାର ରାତି 10ଟା ପର୍ଯ୍ୟନ୍ତ ନିଆଁ ଲିଭିନାହିଁ । ସେପଟେ ରବର ଫ୍ୟାକ୍ଟ୍ରି ନିକଟରେ ଥିବା ଅନ୍ୟ ଦୁଇ କମ୍ପାନୀରେ ମଧ୍ୟ ନିଆଁ ଲାଗିଥିବା ଜଣାପଡିଛି ।

ହୁତୁହୁତୁ ହୋଇ ଜଳିଗଲା ରବର ପ୍ଲାଣ୍ଟ: 11 ଘଣ୍ଟା ପରେ ବି ଅଣାୟତଃ ନିଆଁ

author img

By

Published : Jun 27, 2020, 11:42 AM IST

ଗାନ୍ଧିନଗର: ଗୁଜୁରାଟ ଭାଲସାଦ ଜିଲ୍ଲାର ସରିଗାମ GIDC ର ଦାଶମେଶ ରବର ପ୍ଲାଣ୍ଟରେ ବଡ ଧରଣର ଅଗ୍ନିକାଣ୍ଡ । ଶୁକ୍ରବାର ରାତି ପ୍ରାୟ 11ଟାରୁ ଆରମ୍ଭ ହୋଇ ଶନିବାର ରାତି 10ଟା ପର୍ଯ୍ୟନ୍ତ ନିଆଁ ଲିଭିନାହିଁ । ଧିରେ ଧିରେ ନିଆଁ ବ୍ୟାପୀ ନିକଟରେ ଥିବା ଅନ୍ୟ ଦୁଇଟି କମ୍ପାନୀରେ ମଧ୍ୟ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ହୁତୁହୁତୁ ହୋଇ ଜଳିଗଲା ରବର ପ୍ଲାଣ୍ଟ: 11 ଘଣ୍ଟା ପରେ ବି ଅଣାୟତଃ ନିଆଁ

ସରିଗାମ GIDC ଶୁକ୍ରବାର ରାତି ପ୍ରାୟ 11ଟାରେ ରବର ପ୍ଲାଣ୍ଟରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଖବର ମିଳିବା ପରେ ଅଗ୍ନିଶମ ବିଭାଗର ଟିମ୍ କମ୍ପାନୀରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲେ। 3ଟି ଯାକ କମ୍ପାନୀ ନିଆଁରେ ପୋଡି ହୋଇଯାଇଥିଲା । ତେବେ ଗତ 11 ଘଣ୍ଟା ଧରି ନିଆଁ ଲିଭି ନଥିବା ଜଣାପଡିଛି ।

ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । କିନ୍ତୁ କମ୍ପାନୀଗୁଡିକରେ ଥିବା ସମସ୍ତ ସାମଗ୍ରୀ ଏବଂ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ସରିଗାମ ଶିଳ୍ପାଞ୍ଚଳରେ ଆତଙ୍କ ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

fire news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.