ଚଣ୍ଡିଗଡ/ଶ୍ରୀନଗର: ପଞ୍ଜାବରେ ଆରମ୍ଭ ହୋଇଛି ବୈଶାଖୀ ପର୍ବ । ନିଜ ଘରେ ରହି ପ୍ରାର୍ଥନା କରିବାକୁ ରବିବାର ପଞ୍ଜାବ ସିଏମ କ୍ୟାପଟେନ ଅମରିନ୍ଦର ସିଂ ନାଗରିକମାନଙ୍କୁ ନିବେଦନ କରିଥିଲେ । ତେବେ କୋରୋନା ଭାଇରସକୁ ନେଇ ଜାରି ରହିଥିବା ଲକଡାଉନ ମଧ୍ୟରେ ଶ୍ରଦ୍ଧାଳୁ ମାନେ ଘରେ ରହି ପ୍ରାର୍ଥନା କରୁଥିଲେ । ହେଲେ ଏହି ଅବସରରେ ଆଜି କିଛି ଭକ୍ତ ଅମୃତସରରେ ଥିବା ସୂର୍ଣ୍ଣ ମନ୍ଦିର ପରିଦର୍ଶନ କରଥିବା ଦେଖିବାକୁ ମିଳିଛି ।

ସେହିପରି ପଞ୍ଜାବର ଲୁଧିଆନାର ମଡେଲ ଟାଉନ ଏକ୍ସଟେନସନ୍ ଅନ୍ତର୍ଗତ ଗୁରୁଦ୍ୱାରା ସହିଦ ବାବା ଦୀପ ସିଂଙ୍କ ନିକଟରେ ଖୁବ୍ କମ୍ ଲୋକ ପ୍ରାର୍ଥନା କରିଛନ୍ତି । ଆଉ ସେମାନଙ୍କ ଭିତରେ ସାମାଜିକ ଦୂରତା ଥିବା ମଧ୍ୟ ଦେଖିବାକୁ ମିଳିଛି ।
ଅନ୍ୟପଟେ ଜାମ୍ମୁ କାଶ୍ମୀରେ ମଧ୍ୟ ଜାରି ରହିଛି ଲକଡାଉନ । ଏହି ବୈଶାଖୀ ଅବସରରେ ଜାମ୍ମୁର ଡିଜିଆନା ଗୁରୁଦ୍ୱାରରେ ଖୁବ୍ କମ୍ ଭକ୍ତ ପ୍ରାର୍ଥନା କରିଛନ୍ତି । ଗୁରୁଦ୍ୱାରର ମୁଖ୍ୟ ଅମ୍ରିକ୍ ସିଂ କହିଛନ୍ତି, ଯେ ଲୋକମାନେ ପ୍ରାର୍ଥନା କରିବା ସମୟରେ ସାମାଜିକ ଦୂରତା ବଜାୟ ରଖିଛନ୍ତି।