ଅମରାବତୀ: ହିନ୍ଦୁ ରୀତିନୀତିରେ ବାର ମାସରେ ତେର ପର୍ବ, ଅନେକ ଯାତ୍ରା , ଭିନ୍ନ ଭିନ୍ନ ପର୍ବପର୍ବାଣୀ । ତେତିଶ କୋଟି ଦେବତା ପୂଜା ପାଆନ୍ତି । ଏମିତି ଏକ ଧର୍ମ ଯେଉଁଠି ପଥର ଠାରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତଙ୍କୁ ପୂଜାର୍ଚ୍ଚନା କରାଯାଏ । ଏମିତି କିଛି ପର୍ବ, ଜାନି ଯାତ୍ରା ରହିଛି ଯାହା ଯେତେକି ନିଆରା ସେତିକି ବିଶ୍ବାସ ଓ ଭକ୍ତି ଭାବନାର ପ୍ରତୀକ । ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ହାନୁମାଲ ଗ୍ରାମରେ ନିଆରା କଙ୍କଡା ଓ କଖାରୁ ପର୍ବ ।
ପ୍ରତି ତିନି ବର୍ଷରେ ଥରେ ଗ୍ରାମର ଆଦିବାସୀ ଅଧିବାସୀ ଏହି ପର୍ବ ପାଳନ କରୁଛନ୍ତି । ଏହି ପର୍ବରେ ସମାରୋହ ପାଇଁ ଲୋକମାନେ କଙ୍କଡାକୁ କେନାଲ ନିକଟରୁ ସଂଗ୍ରହ କରି ରଖିବା ସହ ଏକ ପ୍ରକୋଷ୍ଠରେ ଏକତ୍ରିତ କରିଥାନ୍ତି । ଏହାପରେ ସମସ୍ତେ ଦୁଇ ଗୋଟି ଶିଳାକୁ ବିଧି ପୂର୍ବକ ପୂଜା କରିଥାନ୍ତି । ଏହି ଦୁଇଟି ଶିଳା ଆଦିବାସୀଙ୍କ ଜ୍ୟେଷ୍ଠ ଅଟନ୍ତି । ଏହି ସ୍ବତନ୍ତ୍ର ପୂଜା ସରିଲା ପରେ ଗ୍ରାମର ମହିଳା ମାନେ ଢେମଶା ନୃତ୍ୟ କରିଥାନ୍ତି । ଏହି ନୃତ୍ୟ ଗୀତର ଆସନର ରାତ୍ରୀରୁ ସକାଳ ପର୍ଯ୍ୟନ୍ତ ଚାଲିଥାଏ ।
ନୃତ୍ୟ ପରେ ପରେ ସମସ୍ତେ କଙ୍କଡା ଓ କଖାରୁକୁ ଧରିବା ପାଇଁ ଚେଷ୍ଟା କରିଥାନ୍ତି । ଯେଉଁମାନେ କଙ୍କଡା ଓ କଖାରୁ ଧରିବାରେ ସଫଳ ରୁହନ୍ତି, ସେମାନଙ୍କ ବିଶ୍ବାସ ଯେ ନୂଆ ବର୍ଷ ସେମାନଙ୍କ ପାଇଁ ଶୁଭଦାୟକ ରହିବ ।