ETV Bharat / bharat

ଡ୍ୟୁଟି ସାରି ମାଗଣାରେ ମାସ୍କ ତିଆରି କରି ବାଣ୍ଟୁଛନ୍ତି ମହିଳା କନେଷ୍ଟବଳ - female constable making mask

ଡ୍ୟୁଟି ସହିତ ପୋଲିସ କ୍ବାଟରରେ ମାସ୍କ ପ୍ରସ୍ତୁତ କରୁଛନ୍ତି ଏବଂ ସେହି ମାସ୍କକୁ ଗରିବ, ବସ୍ତିମାନଙ୍କରେ ମାଗଣାରେ ବାଣ୍ଟୁଛନ୍ତି ଉତ୍ତର ପ୍ରଦେଶର ଆମ୍ରୋହ ଥାନାର ମହିଳା କନେଷ୍ଟେବଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଡ୍ୟୁଟି ସାରି ମାଗଣାରେ ମାସ୍କ ତିଆରି କରି ବାଣ୍ଟୁଛନ୍ତି ମହିଳା କନେଷ୍ଟବଳ

author img

By

Published : May 13, 2020, 6:51 AM IST

ନୂଆଦିଲ୍ଲୀ: ପୋଲିସ ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ନାକାରତ୍ମକ ଚିନ୍ତାଧାରା ସୃଷ୍ଟି ହୁଏ, କିନ୍ତୁ ଉତ୍ତରପ୍ରଦେଶର ଆମ୍ରୋହା ଥାନାର ମହିଳା କନଷ୍ଟେବଳମାନେ ଏହି ସଙ୍କଟ ସମୟରେ ଏପରି କାର୍ଯ୍ୟ କରୁଛନ୍ତି, ଯାହା ସମସ୍ତଙ୍କ ଦ୍ବାରା ପ୍ରଶଂସିତ । ମହିଳା ପୋଲିସ ଡ୍ୟୁଟି ସହିତ ସାମାଜିକ ସେବାରେ ଦିନରାତି କାମ କରୁଛନ୍ତି ।

ସେମାନେ ଡ୍ୟୁଟି ସହିତ ପୋଲିସ କ୍ବାଟରରେ ମାସ୍କ ପ୍ରସ୍ତୁତ କରୁଛନ୍ତି ଏବଂ ସେହି ମାସ୍କକୁ ଗରିବ, ବସ୍ତିମାନଙ୍କରେ ମାଗଣାରେ ବାଣ୍ଟୁଛନ୍ତି । ଏହା ସହିତ ସେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଉଛନ୍ତି । ମାସ୍କ ବିନା ଚଳିବା ଅସମ୍ଭବ, ତେଣୁ ଏହି ମହିଳା ପୋଲିସ କର୍ମଚାରୀମାନେ ନିଷ୍ପତ୍ତି ନେଇଛନ୍ତି ଯେ ହଜାର ହଜାର ମାସ୍କ ତିଆରି କରି ଲୋକଙ୍କୁ ମାଗଣାରେ ବାଣ୍ଟିବେ । ଫଳରେ

ଭବିଷ୍ୟତରେ କାହାକୁ କୌଣସି ଅସୁବିଧା ହେବ ନାହିଁ ।

ଆମ୍ରୋହର ମହିଳା ପୋଲିସ କହିଛନ୍ତି ଯେ ଡ୍ୟୁଟି ସମୟରେ ଆମେ ସହର ଏବଂ ଗାଁରେ ଦେଖିଛୁ ଯେ ଲୋକମାନେ ମାସ୍କ ବିନା ବୁଲୁଛନ୍ତି । ମାସ୍କର ଅଭାବ ହେତୁ ଆମେ ଗରିବ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ 10 ହଜାର ମାସ୍କ ତିଆରି କରିଛୁ । ଯାହାଦ୍ବାରା ପ୍ରତ୍ୟେକ ମଣିଷ ମାସ୍କ ପାଇପାରିବେ । ସେ କହିଛନ୍ତି ଯେ ମାସ୍କ ବିନା ବାହାରକୁ ନଆସିବାକୁ ଆମେ ଲୋକଙ୍କୁ ମଧ୍ୟ ନିବେଦନ କରିଛୁ । ଯେଉଁମାନେ ମାସ୍କ ଆବଶ୍ୟକ କରନ୍ତି ସେମାନଙ୍କୁ ଆମେ ମାସ୍କ ବିତରଣ କରିବାକୁ ଚେଷ୍ଟା କରିବୁ, ଯାହା ଦ୍ବାରା ସମସ୍ତେ ଏହି ମହାମାରୀରୁ ରକ୍ଷା ପାଇପାରିବେ । ସେପଟେ ମହିଳା ପୋଲିସ କର୍ମଚାରୀ କହିଛନ୍ତି ଯେ ଡ୍ୟୁଟିରୁ ଆସିବା ପରେ ଆମେ ମାସ୍କ ତିଆରି କରିବାରେ ପ୍ରାୟ 2 ଘଣ୍ଟା ବିତାଇଥାଉ । ପୋଲିସ ପ୍ରଶାସନର ସମସ୍ତ ଲୋକଙ୍କୁ ମାସ୍କ ମଧ୍ୟ ବଣ୍ଟା ଯାଉଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.