ETV Bharat / bharat

କୋରୋନା ପାଇଁ ଚାକିରି ହରାଇବା ଭୟ, ଆତ୍ମହତ୍ୟା କଲେ ସପରିବାର - ପୂରା ପରିବାର ସହ ବ୍ୟକ୍ତିଙ୍କ ଆତ୍ମହତ୍ୟା

ଶନିବାର କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଛି ଯାହା ପ୍ରମାଣ କରୁଛି ଯେ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚାକିରୀ ହରାଇବାର ଭୟ କେତେ ମାତ୍ରାରେ ରହିଛି। ଯାହାର ପରିଣାମ ସ୍ବରୂପ ପରିବାରର 3ଜଣ ସଦସ୍ୟ ସମୂହ ଆତ୍ମହତ୍ୟା କରିଛନ୍ତି।

three of family die by suicide
କୋରୋନା ଯୋଗୁଁ ଚାକିରି ହରାଇବା ଭୟ,
author img

By

Published : Jul 26, 2020, 8:45 PM IST

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଅନେକଙ୍କ ଜୀବନ ଯାଉଥିବାବେଳେ ଅନେକଙ୍କ ଜୀବନ ଜୀବିକା ସଙ୍କଟରେ ପଡିଛି । ଆଉ ଏହାରି ମଧ୍ୟରେ ଏବେ ଲୋକଙ୍କ ମନରେ ଚାକିରୀ ହରାଇବା ଭୟ ମଧ୍ୟ ରହିଛି । ଶନିବାର କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଛି ଯାହା ପ୍ରମାଣ କରୁଛି ଯେ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚାକିରୀ ହରାଇବାର ଭୟ କେତେ ମାତ୍ରାରେ ରହିଛି। ଯାହାର ପରିଣାମ ସ୍ବରୂପ ପରିବାରର 3ଜଣ ସଦସ୍ୟ ସମୂହ ଆତ୍ମହତ୍ୟା କରିଛନ୍ତି।

ଏ ବିଷୟରେ କର୍ଣ୍ଣାଟକ ପୋଲିସ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, କୋରୋନା କାଳରେ ମୃତ ବ୍ୟକ୍ତିଙ୍କୁ ନିଜ ଚାକିରୀ ହରାଇବା ଭୟ ଥିଲା । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ଏବଂ ତାଙ୍କ କୁନି ଝିଅର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ପୋଲିସ ସୂଚନା ଅନୁସାରେ, ଏହି ଘଟଣା ଶନିବାର ଘଟିଛି। ଧରୱାଡର ସବର୍ବାନ ପୋଲିସ ଷ୍ଟେସନର ଇନ୍ସପେକ୍ଟର କହିଛନ୍ତି ଯେ, ମୃତକଙ୍କ ପାଖରୁ ଏକ ସୁଇସାଇଡ ନୋଟ ମିଳିଛି। କୋରୋନା ମହାମାରୀ କାରଣରୁ ତାଙ୍କୁ ଚାକିରୀ ହରାଇବାର ଭୟ ସବୁବେଳେ ଘାରୁଥିଲା। ଏହି କାରଣରୁ ବ୍ୟକ୍ତି ଜଣକ ନିଜ ପତ୍ନୀ ଓ ଝିଅ ସହିତ ସମୂହ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.