ହାଇଦ୍ରାବାଦ: ଆମେରିକାନ୍ ଫାଦରହୁଡର ଲେଖକ ଲରେନ୍ସ ଆର. ସାମୁଲେ ପ୍ରଥମେ ଏହି ପ୍ରଥା ଆରମ୍ଭ କରିଥିଲେ । 1900 ଦଶକ ପୂର୍ବରୁ ପିତାଙ୍କ ପାଇଁ ଦିନଟିଏ ବୋଲି କେହି ଭାବିନଥିଲେ । ମାତ୍ର ପ୍ରଥମ କରି 1908 ମସିହାରେ ୱେଷ୍ଟ ଭର୍ଜିନିଆ ଚର୍ଚ୍ଚରେ ଏହାକୁ ପାଳନ କରାଗଲା । ଆମେରିକା ଇତିହାସର ସବୁଠାରୁ ଭୟଙ୍କର ଖଣି ଦୁର୍ଘଟଣାରେ ଶହ ଶହ ପୁରୁଷଙ୍କ ମୃତ୍ୟୁ ପରେ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପିତାଙ୍କୁ ଧନ୍ୟବାଦ ଜଣାଇବାର ଦିନଟିଏ । ଗ୍ରେସ୍ ଗୋଲ୍ଡେନ କ୍ଲେଟନ ନାମକ ଜଣେ ଝିଅ ପ୍ରଥମେ ପିତାଙ୍କ ପାଇଁ ଦିନଟିଏ ପାଳିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ସମ୍ପୁର୍ଣ ଦେଶରେ ଏହାକୁ ପାଳନ କରାଗଲା ।
ୱାସିଂଟନର ସୋନାଲ ସ୍ମାର୍ଟ ଡୋଡ୍ ନିଜ ପିତାଙ୍କ ପାଇଁ ମଧ୍ୟ ଦିନଟିଏ ପାଳନ କରିବାକୁ ଚାହୁଁଥିଲେ । ମାତୃ ଦିବସକୁ ଦେଶସାରା ଗ୍ରହଣ କରାଯାଇଥିଲେ ମଧ୍ୟ ପିତା ଦିବସ ଏ ଯାଏଁ ପାଳନ ହୋଇପାରିନଥିଲା । ତେଣୁ ସେ 1910 ଜୁନ 19ରେ ପ୍ରଥମେ ପିତା ଦିବସ ପାଳନ କରିଥିଲେ କାରଣ ତାଙ୍କ ପିତା ହିଁ ତାଙ୍କ ସମେତ 5 ଭାଇ-ଭଉଣୀକୁ ବଡ କରିଥିଲେ । ତେବେ ଆମେରିକାରେ ଡୋଡ୍ ଙ୍କୁ ଆଧୁନିକ ପିତା ଦିବସର ଜନନୀ ବୋଲି କୁହାଯାଏ ।
ସିଙ୍ଗଲ୍ ଫାଦର-ହୁଡ୍-
ଆମେରିକାରେ ସେତେବେଳେ ଅଧିକ ଛାଡପତ୍ର, ଅଣ-ବୈବାହିକ କାରଣରୁ କେବଳ ପିତା ହିଁ ଏକକ ଅଭିଭାବକ ଭାବରେ ସନ୍ତାନଙ୍କୁ ପାଳୁଥିଲେ । 2011ରେ ଆମେରିକାର ପ୍ରାୟ 2.6 ମିଲିୟନ ପିତା ଏକକ ଅଭିଭାବକ ଭାବରେ ନିଜ ଶିଶୁଙ୍କ ଦେଖାଶୁଣା କରୁଥିଲେ । ବ୍ରିଟେନରେ 3 ମିଲିୟନ ଓ କାନାଡାରେ 3 ଲକ୍ଷ 30 ହଜାର ପିତା ଏକକ ଅଭିଭାବକ ଥିଲେ ।
ଆଜି ପର୍ଯ୍ୟନ୍ତ ଏକାକୀ ପିତାମାତାଙ୍କ ଉପରେ ଗବେଷଣା ମୁଖ୍ୟତଃ ଏକାକୀ ମାତାମାନଙ୍କ ଉପରେ ଧ୍ୟାନ ଦେଇଛି । ଏକକ ମା ମାନଙ୍କ ମଧ୍ୟରେ ସାଧାରଣତଃ କମ୍ ସାମାଜିକ-ଅର୍ଥନୈତିକ ସ୍ଥିତି, ଖରାପ ସ୍ବାସ୍ଥ୍ୟ ଏବଂ ମାନସିକ ସ୍ତରରେ ଅସୁବିଧା ଏବଂ ସାଧାରଣ ଜନତାଙ୍କ ଅପେକ୍ଷା ଅଧିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ ।
ଏକାକୀ ପିତା ହେବା ଏକ ବଡ ସମସ୍ୟା । ପରିବାର ପ୍ରତିପୋଷଣ ସହ ଶିଶୁର ଦାୟିତ୍ବ, ସମାଜ ଆଦିର ଭାର ସମ୍ଭାଳିବା ସହଜ ନୁହେଁ । ଅନେକ ସମୟରେ ସେମାନେ କାହାକୁ କେତେବେଳେ କେଉଁ ସହାୟତା ମଗାଯିବ ସେ ନେଇ ମଧ୍ୟ ଅବଗତ ନଥାନ୍ତି । କାମ ସହ ଶିଶୁଙ୍କ ପ୍ରତ୍ୟେକ ସମସ୍ୟରା ସମାଧାନ କରିବାକୁ ପଡିଥାଏ ।
ଯେତେବେଳେ ବ୍ୟକ୍ତିଗତ ଜୀବନରର ମୁକାବିଲା କରିବାକୁ ଆସେ, ଅବିବାହିତ ପିତାମାନେ ନିଜ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରକୃତରେ କଠିନ ଚେଷ୍ଟା କରନ୍ତି । ଶିଶୁଙ୍କ ବାପା-ମା ଉଭୟର ଭଲ ପାଇବା ଦେବା ପାଇଁ ସଂଘର୍ଷ କରିବା ଛୋଟ କଥା ନୁହେଁ । ଏହାସହ ଜୀବନରେ ଆସୁଥିବା ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ପଡିଥାଏ ।
ପିତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ନିଜ ଶିଶୁକୁ ଉପଯୁକ୍ତ ଅନୁଶାସନ ଦେବା । ଛୁଆ ବଡ ହେବା ପରେ ଏହି ଦାୟିତ୍ବ ଅଧିକ ବଢିଯାଏ । ଭୁଲ, ଠିକର ପରାମର୍ଶକୁ ଛୁଆମାନେ ସାଧାରଣତଃ ସେହି ବୟସରେ ଗ୍ରହଣ କରିବାକୁ ପସନ୍ଦ କରନ୍ତିନି ।
କିଛି ପ୍ରସିଦ୍ଧ ସିଙ୍ଗଲ୍ ଫାଦର୍-
ଆଦିତ୍ୟ ତିୱାରୀ-
ପୁନେର ଏକ ସଫ୍ଟୱେୟାର ଇଞ୍ଜିନିୟର ଆଦିତ୍ୟ ତିୱାରୀ ଆକ୍ଷରିକ ଭାବରେ ଦେଶର ସବୁଠାରୁ କନିଷ୍ଠ ପୋଷ୍ୟ ପିତାମାତା । ଯେଉଁ ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା କୁସଂସ୍କାର ସେହି ବ୍ୟକ୍ତି ସନ୍ତାନ ଗ୍ରହଣ କରିବାକୁ ପସନ୍ଦ କରିଥିଲେ । ସେ 27 ବର୍ଷ ବୟସରେ ଡାଉନ୍ ସିଣ୍ଡ୍ରୋମ ଥିବା ଅବନୀଶକୁ ସନ୍ତାନ ରୂପେ ଗ୍ରହଣ କରିଥିଲେ ।
କରଣ ଜୋହର-
ବଲିଉଡର ପପୁଲାର ଫିଲ୍ମ ନିର୍ମାତା କରଣ ଜୋହର, ସୋରୋଗେସୀ ମାଧ୍ୟମରେ ଦୁଇଟି ଯାଆଁଳା ଶିଶୁର ପିତା ହୋଇଛନ୍ତି । ତାଙ୍କ ଦୁଇ ଶିଶୁଙ୍କ ନାମ, ୟଶ୍ ଓ ରୁହି । ସେ ନିଜ ମା ଙ୍କ ସହାୟତାରେ ନିଜ 2 ଶିଶୁକୁ ପାଳନ କରୁଛନ୍ତି ।
ରାହୁଲ ବୋଷ-
ସେ ଆଣ୍ଡାମାନ-ନିକୋବରରୁ 2008ରେ 11 ବର୍ଷିୟ 6ଟି ଶିଶୁଙ୍କୁ ଉଦ୍ଧାର କରିଥିଲେ । ସେ ସେମାନଙ୍କ ଶିକ୍ଷା ପାଇଁ 24 ଲକ୍ଷ ଖର୍ଚ୍ଚ କରିଥିଲେ । ସେମାନଙ୍କୁ ସେ ଆନ୍ଧ୍ରାପ୍ରଦେଶର ଋିଷି ଭ୍ୟାଲିରେ ପଢାଉଛନ୍ତି ।
ରାହୁଲ ଦେବ-
ମଡେଲ, ଅଭିନେତା, ଉଦ୍ୟୋଗୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା 2009 ମସିହାରେ ତାଙ୍କ ପତ୍ନୀ କର୍କଟ ରୋଗରେ ଦେହାନ୍ତ ହେବା ପରଠାରୁ ତାଙ୍କ ପୁଅ ସିଦ୍ଧାନ୍ତଙ୍କ ପାଇଁ ଏକକ ଅଭିଭାବକ ସେ ।
ତୁଷାର କପୁର-
ଗୋଲମାଲ୍ ସିରିଜ ପାଇଁ ପପୁଲାର ହୋଇଥିବା ତୁଷାର କପୁର ସୋରୋଗେସୀ ମାଧ୍ୟମରେ ପୁତ୍ର ସନ୍ତାନର ପିତା ହୋଇଥିଲେ ।
ହ୍ରିତିକ ରୋଶନ-
ବଲିଉଡର ଷ୍ଟାର ହ୍ରିତିକ, ସୁଜେନଙ୍କ ସହ 13 ବର୍ଷର ପୁରୁଣା ସମ୍ପର୍କର ବିଚ୍ଛେଦ ପରେ ନିଜ 2 ପୁଅକୁ ସେ ହିଁ ବଡ କରିଛନ୍ତି । ସେ ସେମାନଙ୍କ ସହ ଅଧିକରୁ ଅଧିକ ସମୟ ବିତାନ୍ତି । ସୋସିଆଲ ମିଡିଆରେ ସେମାନଙ୍କ ଫଟୋକୁ ବେଶ୍ ପସନ୍ଦ କରାଯାଏ ।
ଅନୁରାଗ କସ୍ୟପ-
ସମସ୍ତେ ଏକଥା ଜାଣନ୍ତି ନାହିଁ କି କାଲକୀଙ୍କ ସହ ଅନୁରାଗଙ୍କ ଏହା ଦ୍ବିତୀୟ ବିବାହ । ଆରତୀ ବଜାଜଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ତାଙ୍କ ଝିଅ ଆଲିଆକୁ ସେ ନିଜେ ବଡ କରିଛନ୍ତି । ତେବେ କଲକୀଙ୍କ ସହ ବି ତାଙ୍କର ବିଚ୍ଛେଦ ହୋଇସାରିଲାଣି ।
କମଲ୍ ହାସନ-
1980 ଦଶକର ସୁପରହିଟ କଳାକାର କମଲ୍ ହାସନ ନିଜ ଦୁଇ ଝିଅ, ଶ୍ରୁତି ଓ ଅକ୍ସରାକୁ ଏକାକୀ ବଡ କରିଛନ୍ତି । ବର୍ତ୍ତମାନ କମଲ୍ ଅଭିନେତ୍ରୀ ଗୌତମୀଙ୍କ ସହ ରିଲେନସ୍ ରେ ଅଛନ୍ତି ।
ଟମ୍ କ୍ରୁଜ୍-
ହଲିଉଡର ଟମ୍ କ୍ରୁଜଙ୍କୁ କିଏ ନ ଜାଣିଛି ।କିନ୍ତୁ ଏହା ଅତି କମ୍ ଜାଣିଛନ୍ତି ଯେ, ସେ ମଧ୍ୟ ସିଙ୍ଗଲ୍ ଫାଦର । ସେ 3 ଥର ବିବାହ କରିଛନ୍ତି । ଓ ତାଙ୍କର 3 ଟି ସନ୍ତାନ । ସେମାନଙ୍କ ମଧ୍ୟରୁ 2 ଜଣ ପୋଷ୍ୟ ସନ୍ତାନ ।