ETV Bharat / bharat

ଆଜି ସାରା ଦେଶ ପାଳୁଛି ବିଶ୍ବ ପିତୃ ଦିବସ

ଆଜି ବିଶ୍ବ ପିତୃ ଦିବସ ପାଳନ କରୁଛି ସାରା ଦେଶ । ପ୍ରଥମେ ଏହି ଦିନଟିର ପାଳନ ପ୍ରଥମେ ପଶ୍ଚିମ ଭର୍ଜିନିଆରୁ ଆରମ୍ଭ ହୋଇଥିଲା ।

author img

By

Published : Jun 16, 2019, 8:13 AM IST

ଫାଇଲ ଫଟୋ

‘‘ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ’’

ଆଜି ବିଶ୍ବ ପିତୃ ଦିବସ । ସନ୍ତାନ ପ୍ରତି ପିତାଙ୍କର ତ୍ୟାଗ ଓ ବଳିଦାନ ଅତୁଳନୀୟ । ପ୍ରତି ବର୍ଷ ଜୁନ ମାସ ଦ୍ବିତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରାଯାଏ । ଆଉ ଚଳିତ ବର୍ଷ ମଧ୍ୟ ଏହି ଦିନକୁ ବହୁ ଧୁମ ଧାମରେ ପାଳୁଛନ୍ତି ସନ୍ତାନମାନେ । ପରିବାରର ମେରୁଦଣ୍ଡ ହେଉଛନ୍ତି ପିତା । ନିଜର ଇଚ୍ଛାକୁ ବଳିଦେଇ ସେ ସନ୍ତାନ ପାଖେ ଅଜାଡି ଦିଅନ୍ତି ଦୁନିଆର ସବୁ ଖୁସି ।

ତେବେ ଏହି ପିତୃଦିବସ ଆରମ୍ଭ ହୋଇଥିଲା ପଶ୍ଚିମ ଭର୍ଜିନିଆର ଫେୟାରମୋର୍ଟ ସହରରେ । 1908 ମସିହାରେ ଜୁଲାଇ 5 ତାରିଖରେ ସାରା ବିଶ୍ବ ପାଳିଥିଲା ପ୍ରଥମ ପିତୃ ଦିବସ । ହେଲେ ଏହି ପିତୃ ଦିବସ ପଛରେ ଲୁଚି ରହିଛି ଏକ ବଡ କାହାଣୀ । 1907 ଡିସେମ୍ବର 7 ତାରିଖ । ମୋନୋଗାହର ଏକ କୋଇଲା କାରଖାନାରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ପ୍ରାୟ 362 ଲୋକଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ଭିତରୁ ମୃତ ପିତାଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବିଶେଷ ଦିବସର ଆୟୋଜନ କରାଯାଇଥିଲା । ସେବେ ଠାରୁ ହିଁ ଏହି ଦିନକୁ ପିତୃ ଦିବସର ନାମ ଦିଆଯାଇଥିଲା ।

ଗତ 10 ବର୍ଷ ହେବ ଫାଦର୍ସ ଡେ ବା ପିତୃ ଦିବସର ଡ୍ରେଣ୍ଡ ଅଧିକ ଦେଖିବାକୁ ମିଳୁଛି । ବଜାରରେ ଏନେଇ ଭଳିକି ଭଳି ଗିଫ୍ଟ ଏବଂ କାର୍ଡ ବିକ୍ରି ହେଉଛି । ଆଉ ସନ୍ତାନମାନେ କେକ କାଟି ଉପହାର ଦେଇ ପାଳୁଛନ୍ତି ପିତୃ ଦିବସ ।

Intro:Body:

fafa

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.