ETV Bharat / bharat

ଏଫଏଟିଏଫ ବୈଠକ: ପାକିସ୍ତାନକୁ ରକ୍ଷା କରିବେ 3 ବନ୍ଧୁ ! - ଏଫଏଟିଏଫ ବୈଠକରେ ପାକିସ୍ତାନର ଭାଗ୍ୟ ପରୀକ୍ଷା

ଅକ୍ଟୋବର ୧୩ରୁ ୧୮ ମଧ୍ୟରେ ଏଫଏଟିଏଫର  ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି । ଏହି ବୈଠକରେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ । ବର୍ତ୍ତମାନ 'ଗ୍ରେ' ଲିଷ୍ଟରେ ଥିବା ପାକିସ୍ତାନ ଏହି ତାଲିକାରେ ହିଁ ରହିବ କି ଡାଉନଗ୍ରେଡ ହୋଇ 'ବ୍ଲାକ'ଲିଷ୍ଟ କୁ ଯିବ ତାହା ଆଗାମୀ 13 ରୁ 18 ମଧ୍ୟରେ ଜଣା ପଡିବ ।

ଫାଇଲ ଫଟୋ
author img

By

Published : Oct 1, 2019, 10:23 AM IST

ନୂଆଦିଲ୍ଲୀ: ଅକ୍ଟୋବର 13 ରୁ 18 ମଧ୍ୟରେ ହେବ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ । ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ)ରେ ବର୍ତ୍ତମାନ 'ଗ୍ରେ' ଲିଷ୍ଟରେ ଥିବା ପାକିସ୍ତାନ ଏହି ତାଲିକାରେ ହିଁ ରହିବ କି ଡାଉନଗ୍ରେଡ ହୋଇ 'ବ୍ଲାକ'ଲିଷ୍ଟ କୁ ଯିବ ତାହା ଆଗାମୀ 13 ରୁ 18 ମଧ୍ୟରେ ଜଣା ପଡିବ ।

ଅକ୍ଟୋବର ୧୩ରୁ ୧୮ ମଧ୍ୟରେ ଏଫଏଟିଏଫର ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି । ଏହି ବୈଠକରେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିରୁ ବାହାରିବା ପାଇଁ ପାକିସ୍ତାନକୁ ମୋଟ ୩୬ ରୁ ୧୫ ଭୋଟ ହାସଲ କରିବାକୁ ହେବ । ତେବେ ଏହି ଭୋଟ ହାସଲ କରିବା ପାକିସ୍ତାନ ପାଇଁ କାଠିକର ପାଠ ସାବ୍ୟସ୍ତ ହୋଇପାରେ ।

ଚଳିତ ବର୍ଷ ଜୁନରେ ହୋଇଥିବା ଏଫଏଟିଏଫ ବୈଠକରେ ପାକିସ୍ତାନକୁ ତାର ପ୍ରିୟ ବନ୍ଧୁ ଚୀନ, ପାରମ୍ପରିକ ସମର୍ଥକ ତୁର୍କୀ ଓ ମାଲେସିଆ ଯେକୌଣସି ପ୍ରକାରରେ ବ୍ଲାକଲିଷ୍ଟ ଅନ୍ତର୍ଭୁକ୍ତ ହେବାରୁ ରକ୍ଷା କରିଥିଲେ । ତେବେ ଚଳିତ ଥର ମଧ୍ୟ ବ୍ଲାକଲିଷ୍ଟ ହେବାରୁ ବଞ୍ଚିତ ହେବା ପାଇଁ ପାକିସ୍ତାନକୁ ଏଫଏଟିଏଫର ୩ ସଦସ୍ୟଙ୍କ ସମର୍ଥନର ଆବଶ୍ୟକ ହେବ । ଏଥିପାଇଁ ପାକ୍‌ ଚୀନ ବ୍ୟତୀତ ମାଲେସିଆ ଓ ତୁର୍କୀ ଉପରେ ଆସ୍ଥା ପ୍ରକଟ କରିଛି ।

ତେବେ ମିଳିତ ଜାତିସଙ୍ଘ ମହାସଭାର 74 ତମ ଅଧିବେଶନରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଫଏଟିଏଫ ବୈଠକର ଅନ୍ୟ ସଦସ୍ୟ ଦେଶର ନେତାଙ୍କୁ ପ୍ରଭାବିତ କରିବାରେ ଅସଫଳ ହୋଇଥିଲେ । ଫଳରେ ପାକିସ୍ତାନକୁ ଆଶ୍ବସ୍ଥି ଦେବାଲାଗି ଏବେ କେବଳ ଚୀନ, ମାଲେସିଆ ଓ ତୁର୍କୀ ହିଁ ସାହାଭରଷା ବୋଲି ଚର୍ଚ୍ଚା ହେଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.