ETV Bharat / bharat

‘ଆତଙ୍କୀ ଆକ୍ରମଣ ବାହାନା, 35(ଏ)-370କୁ ବି ହଟାଇ ପାରିବେନି’ - ଫାରୁଖ ଅବଦୁଲ୍ଲା

ହିନ୍ଦୁ-ହିନ୍ଦୁ-ହିନ୍ଦୁ । ବର୍ତ୍ତମାନ ସରକାରଙ୍କ ଏପରି ଆଭିମୁଖ୍ୟ ହିଁ ଆମପାଇଁ ଚିନ୍ତାର ବିଷୟ ବୋଲି କହିଛନ୍ତି ଫାରୁଖ ଅବଦୁଲ୍ଲା । କାଶ୍ମୀରରେ ସୈନ୍ୟ ମୁତୟନ ନେଇ କରିଛନ୍ତି ଚିନ୍ତାପ୍ରକଟ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 29, 2019, 5:59 PM IST

Updated : Jul 29, 2019, 7:39 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଅଧିକ 10 ହଜାର ସୈନ୍ୟ ମୁତୟନ ହେବା ପରେ ଚର୍ଚ୍ଚା ସରଗରମ । କୁହାଯାଉଛି ଧାରା 35(ଏ) ହଟାଇବା ପାଇଁ ଏହା ସରକାରଙ୍କ ପ୍ରାକ-ପ୍ରସ୍ତୁତି । ସରକାରଙ୍କ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ କାଶ୍ମୀର ପରିଦର୍ଶନ କରିସାରିଛନ୍ତି । ଆଉ ଏହାରି ଭିତରେ ଆଜି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଫାରୁଖ ଅବଦୁଲ୍ଲା ।

ଭିଡିଓ ସୌଜନ୍ୟ: ଏଏନଆଇ

କାଶ୍ମୀରରେ ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ପରେ ଏପ୍ରକାର ପଦକ୍ଷେପ ବୋଲି ସରକାର କହୁଛନ୍ତି । ହେଲେ ଏହାକୁ କଟାକ୍ଷ କରିଛନ୍ତି ଅବଦୁଲ୍ଲା । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଯେଉଁ 40 ହଜାର ଆତଙ୍କବାଦୀ କଥା କହିଥିଲେ, ତାକୁ ନେଇ କ’ଣ ଏପ୍ରକାର ପଦକ୍ଷେପ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର କହୁଛନ୍ତି ଅମରନାଥ ଯାତ୍ରା ଠିକଠାକ ଚାଲିଛି । ତେବେ ପୁଣି କାହିଁକି ଏତେ ସଂଖ୍ୟକ ସେନା ମୁତୟନ ବୋଲି ପଚାରିଛନ୍ତି ଅବଦୁଲ୍ଲା ।

ସେହିପରି ଧାରା 35(ଏ) କୁ ନେଇ ଅବଦୁଲ୍ଲା କହିଛନ୍ତି, ଏହା କାଶ୍ମୀରରୁ ହଟେଇ ପାରିବେ ନାହିଁ । କେବଳ 35(ଏ) କାହିଁକି, ଧାରା 370କୁ ମଧ୍ୟ ହଟାଯାଇପାରିବ ନାହିଁ । କାହିଁକି ନା ଏହା କାଶ୍ମୀର ଲୋକଙ୍କ ହକ୍ ବୋଲି ସେ କହିଛନ୍ତି । ବର୍ତ୍ତମାନ ସରକାର ହିନ୍ଦୁତ୍ବ ଆଡକୁ ଯାଉଥିବା କହି ସେ ସଙ୍କଟ ପ୍ରକାଶ ମଧ୍ୟ କରିଛନ୍ତି ।

Intro:Body:

TESTING

Conclusion:
Last Updated : Jul 29, 2019, 7:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.