ETV Bharat / bharat

ଚାଷୀ ଆନ୍ଦୋଳନ: ବିଜ୍ଞାନ ଭବନରେ ଆରମ୍ଭ ହେଲା ସପ୍ତମ ପର୍ଯ୍ୟାୟ ବୈଠକ

author img

By

Published : Jan 4, 2021, 3:24 PM IST

Updated : Jan 4, 2021, 3:36 PM IST

ଦିଲ୍ଲୀ ବିଜ୍ଞାନ ଭବନରେ ଆରମ୍ଭ ହେଲା ସପ୍ତମ ରାଉଣ୍ଡ ବୈଠକ । ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ ଚଷୀ ସଂଗଠନର ପ୍ରତିନିଧି ମାନେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

farmer movement seventh round meeting
ଚଷୀ ଆନ୍ଦୋଳନ: ବିଜ୍ଞାନ ଭବନରେ ଆରମ୍ଭ ହେଲା ସପ୍ତମ ରାଉଣ୍ଡ ବୈଠକ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ଦିଲ୍ଲୀ ବିଜ୍ଞାନ ଭବନରେ ଆରମ୍ଭ ହେଲା ସପ୍ତମ ରାଉଣ୍ଡ ବୈଠକ । ଏଥିରେ କେନ୍ଦ୍ର ସରକାର କୃଷି ମନ୍ତ୍ରୀ ସହ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ଓ ବିଭିନ୍ନ ଚାଷୀ ପ୍ରତିନିଧି ଯୋଗ ଦେଇଛନ୍ତି ।

ଦୀର୍ଘ 38 ଦିନ ହେବ ରାଜଧାନୀ ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ସରକାର କୃଷକ ଆଇନକୁ ବିରୋଧ କରି ଦେଶର ବିଭିନ୍ନ କୃଷକ ସଂଗଠନ ଦିଲ୍ଲୀ ସୀମାକୁ ଲାଗି ରହିଥିବା ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ଚଳାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଆନ୍ଦୋଳନରେ 50 ଜଣ ଚାଷୀଙ୍କ ପ୍ରାଣହାନୀ ହୋଇ ସାରିଛି। ନୂତନ କୃଷି ଆଇନକୁ ନେଇ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ 6 ଥର ଆଲୋଚନା ହୋଇଛି। ଷଷ୍ଠ ପର୍ଯ୍ୟାୟ ଆଲୋଚନା ବେଳେ ଚାଷୀଙ୍କ ଦୁଇଟି ଦାବିରେ ସହମତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି କୃଷି ବିଲ ଯଥା କୃଷକ ସଶକ୍ତିକରଣ ଏବଂ ସୁରକ୍ଷା ଚୁକ୍ତିନାମା, କୃଷି ସେବା ଆଇନ, 2020 । କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ପଦୋନ୍ନତି ଏବଂ ସୁବିଧା ଅଧିନିୟମ, 2020 ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଅଧିନିୟମ, 2020 । ଏହି ଆଇନ ଗୁଡିକ ରଦ୍ଦ କରିବା ପାଇଁ କୃଷକ ମାନେ ଆନ୍ଦୋଳନ କରୁଛନ୍ତି।

@ANI

Last Updated : Jan 4, 2021, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.