ETV Bharat / bharat

ସ୍ବାଭିମାନୀ ଚାଷୀ: ସରକାରଙ୍କ ଖାଦ୍ୟ ଗ୍ରହଣ କଲେନି, ସିଂଘୁ ସୀମାରୁ ଆସିଲା ରାଜମା-ଭାତ - ସିଂଘୁ ସୀମା

ସରକାରଙ୍କ ପକ୍ଷରୁ ପରସା ଯାଇଥିବା ମଧ୍ୟାହ୍ନ ଭୋଜନଙ୍କୁ ଚାଷୀମାନେ ଗ୍ରହଣ କରିବାକୁ ମନା କରିଦେଇଥିଲେ । ତେବେ ସାଙ୍ଗରେ ଆଣିଥିବା ରନ୍ଧା ଖାଦ୍ୟ ଖାଇଛନ୍ତି ଚାଷୀ । ଅଧିକ ପଢନ୍ତୁ...

ସରକାରଙ୍କ ଖାଦ୍ୟ ଗ୍ରହଣ କଲେ ନାହିଁ ଚାଷୀ, ସିଂଘୁ ସୀମାରୁ ଆସିଲା ରାଜମା-ଭାତ

author img

By

Published : Dec 3, 2020, 5:28 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟରେ ଜାରି ରହିଛି ଆଲୋଚନା । ତେବେ ଏହି ଆଲୋଚନାକୁ 3 ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ନିଜ ଦାବିରୁ ଓହରିବାକୁ ନାରାଜ ଚାଷୀ । ଏହାରି ମଧ୍ୟରେ ହୋଇଥିଲା ଲଞ୍ଚ ବ୍ରେକ୍ । ତେବେ ସରକାରଙ୍କ ପକ୍ଷରୁ ପରସା ଯାଇଥିବା ମଧ୍ୟାହ୍ନ ଭୋଜନଙ୍କୁ ଚାଷୀମାନେ ଗ୍ରହଣ କରିବାକୁ ମନା କରିଦେଇଥିଲେ । ତେବେ ନିଜେ ସାଙ୍ଗରେ ଆଣିଥିବା ରନ୍ଧା ଖାଦ୍ୟ ଖାଇଛନ୍ତି ଆନ୍ଦୋଳନରତ ଚାଷୀ ।

ସରକାରଙ୍କ ଖାଦ୍ୟ ଗ୍ରହଣ କଲେ ନାହିଁ ଚାଷୀ, ସିଂଘୁ ସୀମାରୁ ଆସିଲା ରାଜମା-ଭାତ

ଚାଷୀମାନଙ୍କ ପାଇଁ ସିଂଘୁ ସୀମାରୁ, ଚାଷୀମାନେ ପ୍ରସ୍ତୁତ କରିଥିବା ରନ୍ଧା ଖାଦ୍ୟ ଆମ୍ବୁଲାନ୍ସରେ ପ୍ୟାକ୍‌ ହୋଇ ଆସିଥିଲା ଖାଦ୍ୟ । ସରକାରଙ୍କ ପକ୍ଷରୁ ଦିଆଯାଇବାକୁ ଥିବା ଖାଦ୍ୟ ନଖାଇବାକୁ ପୂର୍ବରୁ ହିଁ ସ୍ଥିର କରିନେଇଥିଲେ ଚାଷୀ । ସୂଚନାନୁସାରେ ସିଂଘୁ ସୀମାରୁ ରାଜମା, ଭାତ, ତରକାରୀ, ପୁରୀ ଏବଂ ଡାଲି, ରୋଟି ଅଣାଯାଇ ବୈଠକରେ ଉପସ୍ଥିତ ଚାଷୀ ନେତାଙ୍କ ପାଖରେ ପହଞ୍ଚାଯାଇଥିଲା ।

ଗତ 8 ଦିନ ଧରି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀମାନେ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । କୃଷି ଆଇନ ପ୍ରତ୍ୟାହାର କରିବାକୁ ଚାଷୀମାନେ ଦାବି କରୁଛନ୍ତି । ଏଥି ସହିତ ସରକାର ଚାଷୀଙ୍କୁ ମନାଇବା ସହ ଏହା ଚାଷୀଙ୍କ ସପକ୍ଷରେ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.