ଫରିଦାବାଦ: ଖାଦ୍ୟରେ ନିଦ ବଟିଆ ଦେଇ ଚାକରାଣୀର ଡକାୟତି । ଏଭଳି ଅଭିଯୋଗ ଆସିଛି ରାଜଧାନୀ ଦିଲ୍ଲୀକୁ ଲାଗିଥିବା ହରିୟାଣାର ଫରିଦାବାଦ ସହରରୁ । ଯେଉଁଠି ଚୋରି ଓ ଡକାୟତି ମାମଲାରେ ଫରିଦାବାଦ ପୋଲିସ ଚାକରାଣୀକୁ ଗିରଫ କରିଥିବା ଜଣାପଡିଛି । । ଚାକରାଣୀ ଜଣକ ଘରୁ 10 ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା ।
ସୂଚନା ଅନୁସାରେ, ଜୁଲାଇ 15 ରେ ଫରିଦାବାଦର ସେକ୍ଟର-9 ରେ ରହୁଥିବା ଇନ୍ଦ୍ରଜିତ ସିଂ ନାମକ ଜଣେ ବ୍ୟବସାୟୀଙ୍କ ଘର ଚୋରି ହୋଇଥିଲା। ପ୍ରାୟ 10 ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ଫରିଦାବାଦ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଚୋରି ହେବା ଦିନରୁ ଚାକରାଣୀ ଫେରାର ଥିବାରୁ ପୋଲିସର ସନ୍ଦେହ ହୋଇଥିଲା । ଏହା ପରେ ଚାକରାଣୀକୁ ଗିରଫ କରି ପଚରାଉଚରା ପରେ ସେ ଇନ୍ଦ୍ରଜିତଙ୍କ ପରିବାରକୁ ଖାଦ୍ୟରେ ନିଦ ବଟିକା ଦେଇ ଦେବାରୁ ପୂରା ପରିବାର ଶୋଇପଡିଥିଲେ । ଏହାର ଫାଇଦା ଉଠାଇ ଚାକରାଣୀ ସମେତ ପୁଅ ଓ ସ୍ବାମୀ ମିଶି ଘରେ ଲୁଟ କରିଥିଲେ । ଏବେ ଏହି ତିନି ଜଣଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି ।