ବେଜିଙ୍ଗ: କାନ ଭିତରେ ଅସରପା ଘର । କଥା ଟା ଟିକିଏ ଅଡୁଆ ଲାଗୁଥିଲେ ବି ଏହା ସତ । ଆଜ୍ଞା ହଁ, ଏକ ବ୍ୟକ୍ତି କାନରେ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଆଉ ଯେବେ ଡାକ୍ତର କାନର ଚିକିତ୍ସା କରିଥିଲେ କାନରୁ ବାହାରିଥିଲା ଅସରପା । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ପୁରା ଅସରପାର ଫ୍ୟାମିଲି ।
ଏହି ଘଟଣା ଦେଖିବାକୁ ମିଳିଛି ଚୀନର ଗୁଆଙ୍ଗଡେଙ୍ଗ ଅଞ୍ଚଳରେ । ସେଠାରେ ରହୁଥିବା ଜଣେ 24 ବର୍ଷୀୟ ବାଳକର କାନରେ ବହୁତ ଯନ୍ତ୍ରଣା ହେବାରୁ ସେ ଯେବେ ଚିକିତ୍ସା ପାଇଁ ଯାଇଥିଲେ ତାଙ୍କ କାନରୁ ବାହାରିଥିଲା 10ଟି ଅସରପା । ଖାଲି ଛୋଟ ଅସରପା ନୁହେଁ, ଏଥିରେ ଥିଲା ଏକ ବଡ ଅସରପା । ଯିଏ ସେହି ସମସ୍ତ ଅସରପାର ମା' ଥିଲା । ଡାକ୍ତରଙ୍କ କହିବାନୁୟାୟୀ କାନରେ ଏହି ଅସରପା ଗୁଡିକ କେବେଠୁ ଘର କରି ରହିଛନ୍ତି ତାହା ଜଣାପଡି ନାହିଁ । କିନ୍ତୁ ଏହି ଅସରପା ଗୁଡିକ ଯୁବକର କାନର ଅନ୍ତଃନଳୀ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛନ୍ତି ।
ଉକ୍ତ ଯୁବକଟିକୁ ପଚରା ଉଚରା କରାଯିବା ପରେ ଏହା ଜଣା ପଡିଛି ଯେ ସେ ନିଜ ବେଡ୍ରେ ଖାଇଥାନ୍ତି । ଆଉ ଖାଇବା ପରେ ନିଜ ପ୍ଲେଟ ସହ ସେହି ଖାଇବା ଥାଳିକୁ ବି ବେଡ୍ରେ ହିଁ ରଖିଥାନ୍ତି । ଆଉ ପରେ ଥାଳିରେ ଲାଗିଥିବା ଖାଦ୍ୟ ଖାଇବାକୁ ଆସିଥାନ୍ତି ଅସରପା । ଯାହାଦ୍ବାରା ଯୁବକଙ୍କର ଏହି ଅବସ୍ଥା ହୋଇଛି ।