ETV Bharat / bharat

ଧରାପଡିଲା ନକଲି ଆଇପିଏସ ଅଫିସର, ଘରୁ 100 ପାସବୁକ ଜବତ - ଘରୁ 100 ପାସବୁକ ଜବତ

ମଧ୍ୟପ୍ରଦେଶର ଉଜ୍ଜୈନ ଜିଲ୍ଲାର ଘଟଣା । ଜଣେ ବ୍ୟକ୍ତି ନିଜକୁ ଆଇପିଏସ ଅଫିସର କହି ଲୋକଙ୍କୁ ଧମକଚମକ ଦେଉଥିବା ଠକ ଆଇପିଏସ ଅଫିସରକୁ ପୋଲିସ ଗିରଫ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଧରାପଡିଲା ନକଲି ଆଇପିଏସ ଅଫିସର
ଧରାପଡିଲା ନକଲି ଆଇପିଏସ ଅଫିସର
author img

By

Published : Aug 16, 2020, 10:11 PM IST

ଉଜ୍ଜୈନ: ଗିରଫ ହେଲେ ନକଲି ଆଇପିଏସ ଅଫିସର । ମଧ୍ୟପ୍ରଦେଶର ଉଜ୍ଜୈନ ଜିଲ୍ଲାର ଘଟଣା । ଜଣେ ବ୍ୟକ୍ତି ନିଜକୁ ଆଇପିଏସ ଅଫିସର କହି ଲୋକଙ୍କୁ ଧମକଚମକ ଦେଉଥିବା ଠକ ଅଫିସରକୁ ପୋଲିସ ଗିରଫ କରିଛି । ଏହାସହ ତାଙ୍କ ଘରୁ ଶହେରୁ ଅଧିକ ପାସବୁକ ଜବତ କରାଯାଇଛି।

ଏସଟିଏଫ ଅଧୀକ୍ଷକ ଗୀତେଶ ଗର୍ଗ ରବିବାର ଗଣମାଧ୍ୟମକୁ କହିଛନ୍ତି ଯେ, ଗିରଫ ବ୍ୟକ୍ତି ନିଜକୁ ସେ ବିପିନ୍ ମହେଶ୍ବରୀ କହୁଥିବା ବେଳେ ତାଙ୍କ ଜ୍ୟୋତିର୍ମୟ ବିଜୟଭର୍ଗିୟ ବୋଲି ଜଣା ପଡିଛି।

ଗର୍ଗଙ୍କ ଅନୁଯାୟୀ, ସେ ଇନ୍ଦୋରରୁ ଭୋପାଳ ଯିବାବେଳେ ସମସ୍ତ ଟୋଲ ଗେଟ ପାଖରେ ନିଜକୁ ଆଇପିଏସ ବିପିନ ମହେଶ୍ବରୀ ବୋଲି କହୁଥିଲା । ଗିରଫ ନକଲି ଆପିଏସ ଅଫିସରଙ୍କ ବିରୋଧରେ ଭୋପାଳରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଘରୁ ଶହ ଶହ ପାସବୁକ୍ ଜବତ କରାଯାଇଛି । ବ୍ୟାଙ୍କ ଆକାଉଣ୍ଟ ତାଙ୍କ ପତ୍ନୀ ଏବଂ ଚାକର ଇତ୍ୟାଦିଙ୍କ ନାମରେ ଅଛି ।

ପୋଲିସର ସୂଚନାନୁସାରେ, ଏହି ବ୍ୟକ୍ତିଙ୍କ ଜୀବନ ବିଳାସପୂର୍ଣ୍ଣ ଅଟେ । ସେ ଏକ ଫର୍ଚୁନର୍ କାର ରଖିଛନ୍ତି । ଯାହାକୁ କେହି ସହଜରେ ସନ୍ଦେହ କରିପାରିବେ ନାହିଁ ଯେ ସେ ଜଣେ ନକଲି ଅଫିସର ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.