ETV Bharat / bharat

ଅସଲି ପୋଲିସ ହାବୁଡରେ ନକଲି ଆଇଏଏସ ବାବୁ

ପୋଲିସର କହିବା ମୁତାବକ, ଏମାନେ ନିଜକୁ ନ୍ୟାସନାଲ ସ୍କିଲ ଡେଭେଲପମେଣ୍ଟ ସେଣ୍ଟର ସହ କିଛି ଅନ୍ୟ ପ୍ରମୁଖ ସରକାରୀ ବିଭାଗର ଅଧିକାରୀ କରି ସାଧାରଣ ଲୋକଙ୍କୁ ଭୁଆଁ ବନେଇ ଆସୁଥିଲେ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 16, 2019, 12:48 PM IST

ନୂଆଦିଲ୍ଲୀ: ଦୁଇ ନକଲି ଆଇଏଏସ ଅଫିସରଙ୍କୁ ଗିରଫ କରିଛି ପୋଲିସ । ଲୋକଙ୍କ ଉପରେ ରୁବାବ ଝାଡ଼ୁଥିବା ଏହି ଦୁଇ ନକଲି ଆଇଏଏସ ଅଧିକାରୀଙ୍କୁ ଦିଲ୍ଲୀର କନ୍ନଟ ପ୍ୟାଲେସ ଅଞ୍ଚଳରୁ ଗିରଫ କରିଛି ।

ଗିରଫ ହୋଇଥିବା ଦୁଇ ନକଲି ଆଇଏଏସ ଅଫିସର ହେଲେ 34 ବର୍ଷୀୟ ଶିବ ଚୌହାନ ଓ 40 ବର୍ଷୀୟ କିଶାନ କୁମାର । ପୋଲିସର କହିବା ମୁତାବକ, ଏମାନେ ନିଜକୁ ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ସହ କିଛି ଅନ୍ୟ ପ୍ରମୁଖ ସରକାରୀ ବିଭାଗର ଅଧିକାରୀ କହି ସାଧାରଣ ଲୋକଙ୍କୁ ଭୁଆଁ ବନେଇ ଆସୁଥିଲେ ।

କେବଳ ଏତିକି ନୁହେଁ, ଭାରତ ସରକାର ଲେଖାଥିବା ଧଳା ଫରଫର କାରରେ ବସି ବୁଲୁଥିଲେ । ଏନେଇ ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ଅଭିଯୋଗକୁ ଗୁରୁତର ସହ ନେଇ ଦୁଇ ଜଣଙ୍କୁ ଗିରଫ କରିଛି ।

ଏମାନଙ୍କ ନିକଟରୁ ସରକାରୀ ବିଭାଗର ଜାଲ କାଗଜପତ୍ର, ଷ୍ଟାମ୍ପ ସହ ସରକାରୀ ବିଭାଗ ସମ୍ବନ୍ଧୀୟ ଅନେକ ଜାଲ ଜିନିଷ ଜବତ କରିଛି ପୋଲିସ ।

Intro:Body:

bbb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.