ନୂଆଦିଲ୍ଲୀ: ହ୍ୟାକର୍ସଙ୍କ ଟାର୍ଗେଟରେ ସ୍ମାର୍ଟଫୋନ ୟୁଜର୍ସ । ଏଥର କଣ୍ଟାକ୍ଟ ଟ୍ରେସିଂ ଆପ୍ କୁ ହତିଆର କରି ୟୁଜର୍ସଙ୍କୁ ଠକିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ହ୍ୟାକର୍ସ । ଦେଶରେ ଆତଙ୍କ ସୃଷ୍ଟି କରୁଥିବା କୋରୋନା ଭାଇରସ ପାଇଁ ହେଉଥିବା ସଂକ୍ରମଣକୁ ରୋକିବାକୁ କଣ୍ଟାକ୍ଟ ଟ୍ରେସିଂ କରିବାକୁ ବିକଶିତ ହୋଇଥିବା ଆପ୍ ର ଫର୍ଜି ଭର୍ସନ କରି ୟୁଜର୍ସଙ୍କୁ ଆଟାକ୍ କରୁଛନ୍ତି ।
ଏନୋମଲି ଥ୍ରେଟ ରିସର୍ଚ୍ଚର ରିପୋର୍ଟ ଅନୁସାରେ, ଏହାଦ୍ବାରା ସାରା ଭାରତ ସମେତ ବିଶ୍ବର 10 ଦେଶର ୟୁଜର୍ସ ମାନଙ୍କ ଡାଟା ଲିକ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଏହି ନୂଆ ମାଲୱେର୍ ବା (ଭାଇରସ୍) ଫୋନକୁ ସମ୍ପୁର୍ଣ୍ଣ ଭାବେ ପ୍ରବେଶ କରି ଫୋନକଲ ମଧ୍ୟ ରେକର୍ଡ କରିଥାଏ ।
ଆଉ ଏଥିପାଇଁ ଏକରୁ ଅଧିକ ଆପକୁ ମାଧ୍ୟମ କରାଯାଉଛି । ନିକଟରେ ଚର୍ଚ୍ଚା ହେଉଥିଲା ହ୍ୟାକର୍ସମାନେ ସରକାରୀ କଣ୍ଟାକ୍ଟ ଟ୍ରେସିଂ ଆପ ଆରୋଗ୍ୟ ସେତୁ ଆପର ମଧ୍ୟ ଫେକ୍ ଭର୍ସନ ତିଆରି କରିନେଇଛନ୍ତି । ଏହାସହ ଆଉ ଏକ ଫର୍ଜି ଆପ୍ ଛତିଶଗଡର କଣ୍ଟାଣ୍ଟ ଟ୍ରେଂସି ଆପର ନକଲ କରିବାରେ ସକ୍ଷମ ଥିଲା । ମାତ୍ର ସବୁଠୁ ଆଶ୍ଚର୍ଯ୍ୟ କଥା ଯେ, ଏଥିରେ ଏମିତି ଏକରୁ ଅନେକ ଆପ୍ ରହିଛି, ଯିଏ ଅସଲି ଆପ ନାଁରେ ୟୁଜର୍ସଙ୍କ ଠାରୁ ଠକେଇ କରିବାକୁ ଚେଷ୍ଟା କରାଯାଉଛି ।
ଏହାସହ ସ୍ପାଇନୋଟ ନାମକ ଭାଇରସ ଡିଭାଇସରୁ ଏସଏମଏସ, ଲୋକେସନ ଡାଟା ଏବଂ କଣ୍ଟାକ୍ଟ ଟ୍ରେଂସି ତଥ୍ୟା ହ୍ୟାକ କରିବାରେ ସଫଳ ହୋଇଥାଏ । ଆଣ୍ଡ୍ରଏଡ ହେଡଲାଇନ୍ସ ରିପୋର୍ଟ ଅନୁଯାୟୀ, ଏମିତି 12 ଟି ନକଲି ବା ଫର୍ଜି ଆପକୁ ତିଆରି କରାଯାଇଛି । ଯାହା ଅଧାରୁ ଅଧିକ ୟୁଜର୍ସଙ୍କ ଡିଭାଇସର କ୍ଷତି ଘଟାଉଛି ।
ଡିଭାଇସକୁ କ୍ଷତି ପହଞ୍ଚାଉଥିବା ଅନ୍ୟ ଏକ ଭାଇରସ ହେଉଛି ଆଡୱେୟାର । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଚିହ୍ନଟ ହୋଇଥିବା ନୂଆ ବିପଦ ମଧ୍ୟରେ 4 ଟି ଆପ୍ ରହିଛି । ଯାହାକୁ ଅନୁବିସ୍ (Anubis) କିମ୍ବା ସ୍ପାଇନୋଟ( Spynote) ଉପରେ ବିକଶିତ କରାଯାଇଇଛି। ଯାହାର ସବୁଠୁ ଅଧିକ ବିପଦ ଭାରତ, ବ୍ରାଜିଲ, ଋଷିଆ ଏବଂ ଇଣ୍ଡୋନେସିଆର ୟୁଜର୍ସଙ୍କ ଉପରେ ପଡିବ ।