ETV Bharat / bharat

ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ଫ୍ରି ଦିବସ , ଜାଣନ୍ତୁ କିଛି ଅଜଣା ତଥ୍ୟ - ଅନ୍ତର୍ଜାତୀୟ ଦିବସରେ ପ୍ଲାଷ୍ଟିକ୍ ବ୍ୟାଗ୍ ସମ୍ପର୍କରେ ଅଜଣା ତଥ୍ୟ

ପ୍ରତିବର୍ଷ ଜୁଲାଇ 3କୁ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ଫ୍ରି ଦିବସ ଭାବେ ପାଳନ କରାଯାଏ । ପ୍ଲାଷ୍ଟିକକୁ ନା କହିବା ସହ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକଠାରୁ ଦୂରେଇ ରହିବା ପାଇଁ ଏପରି ଦିବସର ପାଳନ କରାଯାଏ । ଅଧିକ ପଢନ୍ତୁ..

ଅନ୍ତର୍ଜାତୀୟ ଦିବସରେ ପ୍ଲାଷ୍ଟିକ୍ ବ୍ୟାଗ୍ ସମ୍ପର୍କରେ ଅଜଣା ତଥ୍ୟ

author img

By

Published : Jul 4, 2020, 7:10 AM IST

ହାଇଦ୍ରାବାଦ: ପ୍ରତିବର୍ଷ ଜୁଲାଇ 3କୁ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ଫ୍ରି ଦିବସ ଭାବେ ପାଳନ କରାଯାଏ । ପ୍ଲାଷ୍ଟିକକୁ ନା କହିବା ସହ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକଠାରୁ ଦୂରେଇ ରହିବା ପାଇଁ ଏପରି ଦିବସର ପାଳନ କରାଯାଏ । ପ୍ଲାଷ୍ଟିକର ବାରମ୍ବାର ବ୍ୟବହାର କେବଳ ପରିବେଶ ନୁହେଁ ଆମ ଶରୀର ପାଇଁ ମଧ୍ୟ ଅନେକ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ଏହି ଅନ୍ତର୍ଜାତୀୟ ଦିବସରେ ପ୍ଲାଷ୍ଟିକ୍ ସମ୍ପର୍କରେ କିଛି ଅଜଣା ଓ ମଜାଦାର ତଥ୍ୟ ।

ଆଫ୍ରିକାରେ ପ୍ଲାଷ୍ଟିକ ବ୍ୟାଗର ବ୍ୟବହାର ଏତେ ପରିମାଣର ହୁଏ ଯେ ଏହାକୁ ଲୋକ ନୂଆ ଜାତୀୟ ଫୁଲ ବୋଲି ସମ୍ବୋଧନ କରନ୍ତି । ପ୍ଲାଷ୍ଟିକ୍ ବ୍ୟାଗ୍ ଯୋଗୁଁ ଆଫ୍ରିକାରେ ପରିବେଶ ପ୍ରଦୂଷଣର ମାତ୍ରା ଅଧିକ ରହିଥାଏ । ସେଥିପାଇଁ ମଜାରେ ଲୋକେ ଏପରି ସମ୍ବୋଧନ କରନ୍ତି । ଉତ୍ତର ପ୍ରଶାନ୍ତୀୟ ମହାସାଗରରେ ସାମୁଦ୍ରିକ ଜୀବଜନ୍ତୁଙ୍କଠାରୁ ପ୍ଲାଷ୍ଟିକର ପରିମାଣ 6 ଗୁଣା ଅଧିକ ରହିଛି । ବିଶ୍ବରେ ଏଠାରେ ସର୍ବାଧିକ ପରିମାଣର ପ୍ଲାଷ୍ଟିକ୍ ମହଜୁଦ୍ ରହିଛି । ଏଥିରେ ପ୍ରତିବର୍ଷ ଲକ୍ଷାଧିକ ସାମୁଦ୍ରିକ ଉଦ୍ଭିଦ ଓ ଜୀବଜନ୍ତୁ ପ୍ରାଣ ହରାଇଥାନ୍ତି । ଇଣ୍ଡୋନେସିଆରେ ଏକ କମ୍ପାନୀ ଏପରି ଏକ ଇକୋ ଫ୍ରେଣ୍ଡଲୀ ପ୍ଲାଷ୍ଟିକ୍ ବ୍ୟାଗ୍ ବାହାର କରିଛି ଯାହାକୁ ଆପଣ ଖାଇପାରିବେ । ଏହା ଏକ ପରିବାରର ଚେରରୁ ତିଆରି ଯାହାକୁ ଆମେରିକା, ଆଫ୍ରିକା ଓ ଏସିଆରେ ଡାଏଟ୍ ଭାବେ ଗ୍ରହଣ କରାଯାଏ ।

ବିଶ୍ବରେ ପ୍ରତିବର୍ଷ 5 ଟ୍ରିଲିୟନ ପ୍ଲାଷ୍ଟିକ୍ ବ୍ୟାଗ କିଣି ବ୍ୟବହାର କରିଥାନ୍ତି ଲୋକେ । ଏହାର ଅର୍ଥ ଗୋଟିଏ ମିନିଟରେ ପ୍ରାୟ 10 ମିଲିୟନ ପ୍ଲାଷ୍ଟିକ୍ ବ୍ୟାଗର ବ୍ୟବହାର ହୋଇଥାଏ । ଏସବୁ ମିଶାଇଲେ ପ୍ରତି ଘଣ୍ଟାରେ ପୃଥିବୀ ଚାରିପଟେ ସାତ ଥର ଘୂରି ଆସିହେବ ଏବଂ ଫ୍ରାନ୍ସର 2 ଗୁଣା ଜାଗା ଭଳି ଏକ ସ୍ଥାନ ସୃଷ୍ଟି ହେବ । 2050 ସୁଦ୍ଧା ପ୍ରାୟ 12 ହଜାର ମିଲିୟନ ଟନର ପ୍ଲାଷ୍ଟିକ ବ୍ୟାଗ୍ ତିଆରି ହେବ ବୋଲି ଆକଳନ ହୋଇଛି । ବିଶ୍ବର 8ରୁ 10 ପ୍ରତିଶତ ତେଲ ଯୋଗାଣ ପ୍ଲାଷ୍ଟିକ୍ ତିଆରି କରିବାରେ ଲାଗିଥାଏ ।

ମହାସାଗରର ପ୍ରତି ସ୍କୋୟାର ମାଇଲରେ ପ୍ରାୟ 46 ହଜାର ପ୍ଲାଷ୍ଟିକ୍ ଖଣ୍ଡ ମିଳିଥାଏ । ଏଥିରେ ପ୍ରାୟ 1 ମିଲିୟନ ସମୁଦ୍ର ପକ୍ଷୀଙ୍କର ମୃତ୍ୟୁ ହୋଇଥାଏ । ସେହିପରି ପ୍ରତିବର୍ଷ ଏହାଦ୍ବାରା 1 ଲକ୍ଷରୁ ଅଧିକ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ଜୀବନ ହାରିଥାନ୍ତି । ପ୍ରତି 3 ଜଣରେ ଜଣେ ସାମୁଦ୍ରିକ କଇଁଛର ପାକସ୍ଥଳୀରେ ପ୍ଲାଷ୍ଟିକ୍ ଥିବାର ପ୍ରମାଣ ମିଳିଛି । ପ୍ରତି ପ୍ଲାଷ୍ଟିକ୍ ବ୍ୟାଗ୍ ନଷ୍ଟ ହେବା ପାଇଁ 15ରୁ 1000 ବର୍ଷ ସମୟ ନେଇଥାଏ । ଏହା ଭିତରେ ମିଳିତ ଜାତିସଙ୍ଘର ଖବର ବିଶ୍ବ ପାଇଁ ଅଧିକ ଚିନ୍ତାର କାରଣ ପାଲଟିଛି । ଏହା ଅନୁସାରେ ପ୍ରାୟ 127ଟି ରାଷ୍ଟ୍ର ପ୍ଲାଷ୍ଟିକ୍ ବ୍ୟାଗ୍ ନିୟମିତ ବ୍ୟବହାର କରିବାକୁ ଜୁଲାଇ 2018ରେ ନିଷ୍ପତ୍ତି ନେଇଥିବା ଜଣାପଡିଛି । 91ଟି ଦେଶରୁ 25ଟି ରାଷ୍ଟ୍ର ଏହା ଉପରେ ବ୍ୟାନ ଲଗାଇଥିଲେ ମଧ୍ୟ ଅନେକ ପ୍ରକାର ଛାଡ ଦେଇଛନ୍ତି ।

ମାତ୍ର 16ଟି ଦେଶ ଏହା ଉପରେ କଡା କଟକଣା ଲଗାଇବା ସହ ଅନ୍ୟାନ୍ୟ ଉପକରଣରୁ ପ୍ରସ୍ତୁତ ବ୍ୟାଗ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ଦେଶରେ ଏହା ଉପରେ ଅନେକ ନୂଆ ନିୟମ ରହିଛି । ଅଷ୍ଟ୍ରେଲିଆ ଓ ଭାରତ ଭଳି ଦେଶ ଏହାକୁ ବ୍ୟାନ୍ ପାଇଁ ନୂଆ ନିୟମ ଆଣିଛନ୍ତି । ପ୍ଲାଷ୍ଟିକ୍ ବ୍ୟାଗ ବଦଳରେ ପେପର ବ୍ୟାଗ୍ ବ୍ୟବହାର କରିବା ଏକ ଉତ୍ତମ ଉପାୟ । ଚୀନ୍ ଏହାର ଆମଦାନୀ ଉପରେ ବ୍ୟାନ ଲଗାଇବା ସହ ଦୋକାନୀଙ୍କୁ ଏଥିପାଇଁ ଗ୍ରାହକଙ୍କଠାରୁ ଅର୍ଥ ନେବାକୁ ନିର୍ଦ୍ଦେଶ ଦେଇଛି । ଇକ୍ବେଡର, ଗୁୟାନା ଭଳି ଦେଶ ମଧ୍ୟ ଏହାକୁ ନଷ୍ଟ କରିବାକୁ ମନା କରିଛନ୍ତି । ହେଲେ ଏମାନଙ୍କ ମଧ୍ୟରେ କୌଣସି ଦେଶ ଏହାର ଉତ୍ପାଦନ ଉପରେ ନିଷେଧାଦେଶ ଲଗାଇନାହାନ୍ତି । କେବଳ ଆଫ୍ରିକାର କେପ ଭେରଡେ ଦେଶ 2015ରେ 50 ଏବଂ 2016ରେ 100 ପ୍ରତିଶତ ପ୍ଲାଷ୍ଟିକ୍ ବ୍ୟାନ୍ କାର୍ଯ୍ୟକାରୀ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.