ETV Bharat / bharat

ମୁମ୍ବାଇରେ ଗଣେଶୋତ୍ସବ ପାଇଁ ମୂର୍ତ୍ତି ତିଆରି ଆରମ୍ଭ, ପାଳନ ହେବନି ଦହି ହାଣ୍ଡି ପର୍ବ

ମହାରାଷ୍ଟ୍ରରେ ଭୟଙ୍କର ଭାବେ ବ୍ୟାପୁଛି କୋରୋନା ଭାଇରସ । ଯାହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଗଣେଶୋତ୍ସବକୁ ଅତି ନିରାଡମ୍ବର ଭାବେ ପାଳନ କରିବା ସହ, କାରଖାନାରେ ମୂର୍ତ୍ତି ଗୁଡିକର ଉଚ୍ଚତା ଛୋଟ କରି ପ୍ରସ୍ତୁତ କରାଯାଉଛି । ଅଧିକ ପଢନ୍ତୁ...

factories-begin-preparations-for-ganeshotsava-amid-corona-transition-in-mumbai
ମୁମ୍ବାଇରେ ଗଣେଶୋତ୍ସବ ପାଇଁ ମୂର୍ତ୍ତି ତିଆରି ଆରମ୍ଭ
author img

By

Published : Jun 29, 2020, 10:14 PM IST

ମୁମ୍ବାଇ: ପ୍ରାୟ 3 ମାସ ପରେ ମହାରାଷ୍ଟ୍ରର ସବୁଠୁ ପ୍ରସିଦ୍ଧ ଓ ବଡ ମହୋତ୍ସବ ଗଣେଶ ପୂଜା ଆରମ୍ଭ ହେବାକୁ ଯାଉଛି । କିନ୍ତୁ ସବୁଥର ପରି ଚଳିତ ବର୍ଷ ଏହି ମହୋତ୍ସବକୁ ଅତି ଧୁମଧାମରେ ପାଳନ କରାନଯିବାକୁ ନିଷ୍ପତ୍ତି ହୋଇଛି । କୋରୋନା କାରଣରୁ ମୁମ୍ବାଇର ସମସ୍ତ ଗଣେଶ ଉତ୍ସବ ମଣ୍ଡଳୀ ଏଥର ଛୋଟ ଗଣପତି ମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଭଗବାନ ବିଘ୍ନ ବିନାଶକଙ୍କ ମୂର୍ତ୍ତି କାରଖାନାଗୁଡ଼ିକରେ 3 ରୁ 4 ଫୁଟ ଭିତରେ ତିଆରି କରାଯାଉଛି ।

ଦକ୍ଷିଣ ମୁମ୍ବାଇ ଗିରଗାଓଁରେ ପ୍ରସିଦ୍ଧ ଶିଳ୍ପୀ ପ୍ରଫୁଲ୍ଲଚନ୍ଦ୍ର ବିଲୟେଙ୍କର ଏକ କାରଖାନା ରହିଛି । ପ୍ରତିବର୍ଷ ପରି ଏଥର ମଧ୍ୟ ସେଠାରେ ପ୍ରତିମା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାୟ 10 ଜଣ କାରିଗର ଶହ ଶହ ମୂର୍ତ୍ତି ରଙ୍ଗ କରିବା ଏବଂ ସଜାଇବାରେ ବ୍ୟସ୍ତ ଅଛନ୍ତି ।

ବିଲୟଙ୍କ କହିବା ଅନୁଯାୟୀ, ସେହି ସମସ୍ତ ମୂର୍ତ୍ତିଗୁଡ଼ିକ ପ୍ଲାଷ୍ଟର ଅଫ ପ୍ୟାରିସ ବଦଳରେ ମାଟିରେ ତିଆରି ହୋଇଛି । ଯାହାଫଳରେ ଏଗୁଡିକ ବିସର୍ଜନ ସମୟରେ ପାଣିରେ ମିସିଯାଇ ପାରିବ । କୋରୋନାକୁ ଦୃଷ୍ଟିରେ ରଖି ସେ କାରଖାନାର ସମସ୍ତ କାରିଗରଙ୍କ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି ଏବଂ କୌଣସି କାରିଗରଙ୍କୁ ବାହାରକୁ ଯିବାକୁ ଅନୁମତି ନାହିଁ ।

ଗଣପତି ମୂର୍ତ୍ତି ବୁକିଂ ପାଇଁ ଆସୁଥିବା ଗ୍ରାହକଙ୍କୁ ମଧ୍ୟ କାରଖାନା ଭିତରେ ପ୍ରବେଶକୁ ବାରଣ କରାଯାଇଛି । ମୂର୍ତ୍ତିକୁ ସିଧାସଳଖ ଦେଖାଇବା ପରିବର୍ତ୍ତେ, ଫଟୋଗ୍ରାଫ ମାଧ୍ୟମରେ ସେମାନଙ୍କ ପସନ୍ଦର ପ୍ରତିମା ବାଛିବା ପାଇଁ କୁହାଯାଉଛି ।

ସୂଚନାମୁତାବକ, ମହାରାଷ୍ଟ୍ର ସରକାର ଚଳିତଥର ଗଣେଶ ଉତ୍ସବକୁ ଅତି ନିରାଡମ୍ବର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୂର୍ତ୍ତିର ଆକାର 4 ଫୁଟରୁ ଅଧିକ ହେବା ଉଚିତ ନୁହେଁ ଯାହା ଦ୍ବାରା ଏହାକୁ ପୂଜା ପେଣ୍ଡାଲ ଉଉପରକୁ ଉଠାଇବା ଏବଂ ବିସର୍ଜନ ସମୟରେ ପାଣିରେ ବୁଡ଼ାଇବା ପାଇଁ ବେଶି ଲୋକଙ୍କ ଆବଶ୍ୟକ ହେବନାହିଁ । ଗଣେଶ ପୂଜାର ଭଷାଣି ମଧ୍ୟ ଆଡମ୍ବର ପୂର୍ଣ୍ଣ ନ ହେବାକୁ କୁହାଯାଇଛି ।

ଗଣେଶୋତ୍ସବ ମଣ୍ଡଳୀର ସମନ୍ୱୟ କମିଟି ସରକାରଙ୍କ ସହ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି । ଅନେକ ମଣ୍ଡଳୀ ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଗଣପତି ଦର୍ଶନର ବ୍ୟବସ୍ଥା କରୁଛନ୍ତି । ଗଣେଶୋତ୍ସବ ପୂର୍ବରୁ ପାଳନ କରାଯାଉଥିବା ଅନ୍ୟ ଏକ ବଡ ପର୍ବ ଦହି ହାଣ୍ଡି ମଧ୍ୟ ଏଥର ପାଳନ କରାଯିବ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.