ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟରେ କୋରୋନା ବିରୋଧରେ ଲଢୁଥିବା ଯୋଦ୍ଧାମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ତଥା ଉପକରଣ ଯୋଗାଇଦେବାକୁ ସରକାରଙ୍କୁ ଦାବି କରିଛନ୍ତି ।
ରବିବାର କମଲନାଥ କହିଛନ୍ତି ଯେ, ସରକାର, ଫିଲ୍ଡ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ, ମେଡିକାଲ କର୍ମଚାରୀ, ଆଶା କର୍ମଚାରୀ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଉଛି । ଅଧିକାରୀ, କର୍ମଚାରୀମାନେ ବହୁ ସଂଖ୍ୟାରେ କୋରୋନା ଦ୍ବାରା ସଂକ୍ରମିତ ହେଉଛନ୍ତି, ସେମାନଙ୍କୁ ତୁରନ୍ତ PPE କିଟ୍, ମାସ୍କ ସହ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଯୋଗାଇବା ଉଚିତ୍ ।
ସେ କହିଛନ୍ତି, ଅନ୍ୟ ରାଜ୍ୟମାନଙ୍କ ପରି ଏହି କ୍ଷେତ୍ରରେ କାମ କରୁଥିବା ଏହି ସମସ୍ତ କର୍ମୀ ଯୋଦ୍ଧାଙ୍କୁ 50 ଲକ୍ଷ ବୀମା ପ୍ରଦାନ କରାଯିବା ଉଚିତ ।
ଇନ୍ଦୋରର ଜୁନି ଥାନା ଆଇଆଇସି ଦେବେନ୍ଦ୍ର କୁମାର ଚନ୍ଦ୍ରବଂଶୀଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି କମଲନାଥ । ଏହାସହ ସେ କହିଛନ୍ତି ଯେ, ଇନ୍ଦୋରର ଶହୀଦ ପୋଲିସ ଅଧିକାରୀଙ୍କୁ ଶହୀଦ ମାନ୍ୟତା ପ୍ରଦାନ କରି ପରିବାରକୁ ସହାୟତା ଯୋଗାଇ ଦିଅନ୍ତୁ । ଗୋଟିଏ କୋଟି ଟଙ୍କା ଯୋଗାଇ ଦିଆଯିବା ଉଚିତ ବୋଲି ସେ ଦାବି କରିଛନ୍ତି ।
@IANS