ETV Bharat / bharat

ରାମ ଜନ୍ମଭୂମି ଆନ୍ଦୋଳନ ପଛର ପ୍ରମୁଖ ଚେହେରା

author img

By

Published : Aug 4, 2020, 8:05 AM IST

ରାମ ମନ୍ଦିର ନିର୍ମାଣ ପାଇଁ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନଭେମ୍ବର 9, 2009ରେ ପଥ ପରିଷ୍କାର କରିବା ପରେ ଅଯୋଧ୍ୟାରେ ଏକ ଧାର୍ମିକ ଢାଞ୍ଚାକୁ ନେଇ 70 ବର୍ଷ ଧରି ଚାଲିଥିବା ବିବାଦର ସମାଧାନ ହୋଇଥିଲା। ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସମୟରେ ଯେଉଁସବୁ ବ୍ୟାପକ ଆନ୍ଦୋଳନ ହୋଇଥିଲା ସେଥିରେ ଅନେକ ବ୍ୟକ୍ତି ପ୍ରମୁଖ ନେୃତ୍ବତ୍ବ ନେଇଥିଲେ।

ରାମ ଜନ୍ମଭୂମି ଆନ୍ଦୋଳନ ପଛର ପ୍ରମୁଖ ଚେହେରା
ରାମ ଜନ୍ମଭୂମି ଆନ୍ଦୋଳନ ପଛର ପ୍ରମୁଖ ଚେହେରା

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାମ ମନ୍ଦିର ନିର୍ମାଣ ପାଇଁ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନଭେମ୍ବର 9, 2009ରେ ପଥ ପରିଷ୍କାର କରିବା ପରେ ଅଯୋଧ୍ୟାରେ ଏକ ଧାର୍ମିକ ଢାଞ୍ଚାକୁ ନେଇ 70 ବର୍ଷ ଧରି ଚାଲିଥିବା ବିବାଦର ସମାଧାନ ହୋଇଥିଲା। ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସମୟରେ ଯେଉଁସବୁ ବ୍ୟାପକ ଆନ୍ଦୋଳନ ହୋଇଥିଲା ସେଥିରେ ଅନେକ ବ୍ୟକ୍ତି ପ୍ରମୁଖ ନେୃତ୍ବତ୍ବ ନେଇଥିଲେ। ‘ଆସ୍ଥାନ ଜନ୍ମଭୂମି’ରେ ସ୍ଥାପିତ ମୂର୍ତ୍ତି ପୂଜା ପାଇଁ ଅଧିକାର ଦାବି କରି ଗୋପାଳ ସିଂହ ବିଶାରଦ 1950ରେ ପ୍ରଥମ ଟାଇଟେଲ ସୁଟ୍ କରିଥିଲେ। ସେଦିନଠାରୁ ଆରମ୍ଭ ହୋଇଥିଲା ରାମ ମନ୍ଦିର ସମ୍ପର୍କିତ ଘଟଣାକ୍ରମ।

ରାମ ଜନ୍ମଭୂମି ଆନ୍ଦୋଳନ ପଛର ପ୍ରମୁଖ ଚେହେରା

ବିବାଦୀୟ ସ୍ଥାନରେ ସ୍ଥାନ ପାଇଥିବା ମୂର୍ତ୍ତି ପୂଜା କରିବାକୁ ଲୋୟର କୋର୍ଟରେ ଆବେଦନ କରିଥିବା ଭକ୍ତ ଗୋପାଳ ସିଂହ ବିଶାରଦଙ୍କର କିନ୍ତୁ 1986ରେ ମୃତ୍ୟୁ ଘଟିଥିଲା। ଏହି ଆଇନଗତ ଲଢେଇକୁ ତାଙ୍କ ପୁଅ ରାଜେନ୍ଦ୍ର ସିଂହ ଆଗେଇ ନେଇଥିଲେ। ଏହାପରେ 1959ରେ ନିର୍ମୋହୀ ଆଖଡ଼ା ସଂଘର୍ଷରେ ସାମିଲ ହୋଇ ବିବାଦୀୟ ସ୍ଥାନ ଦଖଲ ପାଇଁ ତୃତୀୟ ସୁଟ୍ ଦାଖଲ କରିଥିଲା। ଯେଉଁଠି ପ୍ରଭୁ ରାମଚନ୍ଦ୍ର ଜନ୍ମ ନେଇଥିବା ବିଶ୍ବାସ କରାଯାଏ ସେହି ସ୍ଥାନକୁ ନିଜର ବୋଲି ନିର୍ମୋହୀ ଆଖଡ଼ା ଦାବି କରିଥିଲା। ଅଯୋଧ୍ୟା ମାମଲାର ଅନ୍ୟତମ ମୁଖ୍ୟ ଦାବିଦାର ନିର୍ମୋହୀ ଆଖଡାର ସରପଞ୍ଚ ଥିଲେ ମହନ୍ତ ଭାସ୍କର ଦାସ। ଦାସ ବହୁବର୍ଷ ଧରି ଏହି ସଂପ୍ରଦାୟର ପ୍ରତିନିଧିତ୍ବ କରୁଥିଲେ। ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି) ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିଲା।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ 1984ରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହା ପଛରେ ଥିବା ନେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ ଭିଏଚପି ସଭାପତି ଅଶୋକ ସିଂଘଲ। ତାଙ୍କୁ ରାମ ମନ୍ଦିର ଆନ୍ଦୋଳନର ଜଣେ ମୁଖ୍ୟ କର୍ଣ୍ଣଧାର ବୋଲି ବିବେଚନା କରାଯାଏ। ଗୋଟିଏ ପରେ ଗୋଟିଏ ଘଟଣା ଭିତରେ ପୂର୍ବତନ ଭିଏଚପି ଉପ-ସଭାପତି ଦେଓକୀ ନନ୍ଦନ ଅଗ୍ରୱାଲ ପ୍ରଭୁ ରାମଙ୍କ ନାମରେ ଜମିର ସ୍ବତ୍ତ୍ବାଧିକାର ଏବଂ ଦଖଲ ଦେବା ପାଇଁ ଆବେଦନ କରି ଆଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ସାନି ଆବେଦନ ଦାଖଲ କରିଥିଲେ।

1989ରେ ଭିଏଚପି ଅଯୋଧ୍ୟାରେ ଶିଳାନ୍ୟାସ ସମାରୋହ କରିଥିଲା ଏବଂ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଶିଳା ସ୍ଥାପନ କରାଯାଇଥିଲା। ତତ୍କାଳୀନ ବିଜେପି ସଭାପତି ଲାଲକୃଷ୍ଣ ଆଡଭାନି ରାମ ଜନ୍ମଭୂମିଠାରେ ରାମ ମନ୍ଦିର ନିର୍ମାଣ ସଂକଳ୍ପ ସହିତ ଗୁଜରାଟର ସୋମନାଥଠାରୁ ରଥଯାତ୍ରା ଆରମ୍ଭ କରିଥିଲେ। ଏହି ରଥଯାତ୍ରା ହିଁ ଲୋକଙ୍କ ମନରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ସାହ ବଢାଇଥିଲା। ଲାଲକୃଷ୍ଣ ଆଡଭାନି ଏବଂ ମୂରଲୀ ମନୋହର ଯୋଷୀଙ୍କ ନେତୃତ୍ବ ଏବଂ ଦେଶବ୍ୟାପୀ ରଥ ବୁଲାଇବା ନେଇ ସେମାନଙ୍କ ଚିନ୍ତାଧାରା ରାମ ମନ୍ଦିର ଆନ୍ଦୋଳନକୁ ବିଶାଳ କରି ଗଢି ତୋଳିଥିଲା।

1991ରେ ମୂରଲୀ ମନୋହର ଯୋଷୀ ଯେତେବେଳେ ବିଜେପିର ସଭାପତି ଦାୟିତ୍ବ ନେଲେ ସେତେବେଳେ ସେ ପ୍ରଭୁ ରାମଙ୍କ ଜନ୍ମସ୍ଥାନକୁ ନେଇ ଆନ୍ଦୋଳନକୁ ନୂଆ ଦିଗ ଦେଇଥିଲେ। ବିଜେପି ନେତା ଏବଂ ହିନ୍ଦୁ ଜାତୀୟତାବାଦୀ ସଂଗଠନ ଗୁଡିକ ମନ୍ଦିର ନିର୍ମାଣ ପାଇଁ ଭିଏଚପି ଏବଂ ସଂଘ ପରିବାରଠାରୁ ସମର୍ଥନ ପାଇଲେ। ଉତ୍ତର ପ୍ରଦେଶରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିବା କଲ୍ୟାଣ ସିଂହ ବିବାଦୀୟ ସ୍ଥାନରେ 2.77 ଏକର ଜମି ଅଧିଗ୍ରହଣ କରିବା ସହ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସହମତି ପୂର୍ବକ ସମାଧାନ ଦିଗରେ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ।

ଶିବସେନା ପ୍ରତିଷ୍ଠାତା ବାଲ୍ ଥାକରେ ମଧ୍ୟ ରାମ ମନ୍ଦିର ଆନ୍ଦୋଳନ ଆଗରେ ଥିଲେ ଏବଂ ବହୁ ପୂର୍ବରୁ ସେ ଏହାକୁ ସମର୍ଥନ କରି ଆସୁଥିଲେ। ଅନ୍ୟ ବିଜେପି ନେତାଙ୍କ ସହ ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ହେଉଛନ୍ତି ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା। ତାଙ୍କର ଆକ୍ରମଣାତ୍ମକ ଭାଷଣ ରାମ ମନ୍ଦିର ଆନ୍ଦୋଳନକୁ ଆଗକୁ ନେବାରେ ମୁଖ୍ୟ ଭୂମିକା ନେଇଥିଲା। ମନ୍ଦିର ଆନ୍ଦୋଳନ ସହିତ ସଂଘ ପରିବାରର ଯେଉଁମାନେ ଜଡିତ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ରାମ ଜନ୍ମଭୂମି ସ୍ଥାନରେ ରାମ ମନ୍ଦିର ନିର୍ମାଣକୁ ସମ୍ଭବପର କରିବାରେ ଏବଂ ସମ୍ପୂର୍ଣ୍ଣ ଅଯୋଧ୍ୟା ବିବାଦର ବିଭିନ୍ନ ମୋଡ଼ରେ ଏହି ସବୁ ପ୍ରମୁଖ ନେତାଙ୍କ ଭୂମିକା ଓ ଯୋଗଦାନ ରହି ଆସିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.