ETV Bharat / bharat

ଜୁମକୁ ଫେସବୁକ ‘ମେସେଞ୍ଜର ରୁମ୍ସ’ର ଖୋଲା ଚ୍ୟାଲେଞ୍ଜ

ଲକଡାଉନ ସମୟରେ ବଢି ଚାଲିଛି ଜୁମ ଆପର ଲୋକପ୍ରିୟତା । ଏମିତିରେ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ଏହାକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛି । ପ୍ରଥମେ ଗୁଗୁଲ ମିଟ ଏହାକୁ ଚ୍ୟାଲେଞ୍ଜ ଦେଇଥିବା ବେଳେ ଏବେ ରେସକୁ ଓହ୍ଲାଇଛି ଫେସବୁକ ।

author img

By

Published : Apr 25, 2020, 9:59 PM IST

messenger rooms to challenge zoom, messenger rooms, facebook challenges zoom, challenge to zoom app, technology news, ଜୁମକୁ ଚ୍ୟାଲେଞ୍ଜ ଦେବ ମେସେଞ୍ଜର ରୁମ୍ସ, ମେସେଞ୍ଜର ରୁମ୍ସ, ଫେସବୁକର ଜୁମକୁ ଚ୍ୟାଲେଞ୍ଜ, ଜୁମ ଆପକୁ ଚ୍ୟାଲେଞ୍ଜ, ଟେକ୍ନୋଲୋଜି ନ୍ୟୁଜ୍‌
ଜୁମକୁ ଫେସବୁକ ‘ମେସେଞ୍ଜର ରୁମ୍ସ’ର ଖୋଲା ଚ୍ୟାଲେଞ୍ଜ

ସାନଫ୍ରାନ୍ସିସ୍କୋ: ଲକଡାଉନ ସମୟରେ ବଢି ଚାଲିଛି ଜୁମ ଆପର ଲୋକପ୍ରିୟତା । ଏମିତିରେ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ଏହାକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛି । ପ୍ରଥମେ ଗୁଗୁଲ ମିଟ ଏହାକୁ ଚ୍ୟାଲେଞ୍ଜ ଦେଇଥିବା ବେଳେ ଏବେ ରେସକୁ ଓହ୍ଲାଇଛି ଫେସବୁକ । ଫେସବୁକର ମେସେଞ୍ଜର ରୁମ୍ସ ସହ ଏବେ ଜୁମକୁ ମିଳିଛି ନୂଆ ଚ୍ୟାଲେଞ୍ଜ । ଜୁମ ଆପ୍‌ରେ ପ୍ରାୟ 100 ଜଣ ବ୍ୟକ୍ତି ପାର୍ଟିସିପେଟ କରିପାରୁଥିବା ବେଳେ ମେସେଞ୍ଜର ରୁମ୍ସରେ ନାହିଁ କୌଣସି ଲିମିଟ ।

ମେସେଞ୍ଜର ରୁମ୍ସରେ ପ୍ରଥମେ ମେସେଞ୍ଜରକୁ ଯାଇ ଆପଣ ଯେକୌଣସି ଚାଟ ସହ ଏକ ରୁମ କ୍ରିଏଟ କରିପାରିବେ । ଏହାପରେ ଆପଣ ଏହି ଚାଟକୁ ଭିଡିଓ କଲ ରିକ୍ବେଷ୍ଟ ପଠେଇପାରିବେ । ଏହି ଭିଡିଓ କଲ ପାଇଁ ମେସେଞ୍ଜର ରୁମର ଲିଙ୍କ ଆପଣ ନିଜ ଷ୍ଟୋରୀ ଫିଡ, ପର୍ସନାଲ ଓ ଗ୍ରୁପ ଚାଟରେ ଶେୟାର କରିପାରିବେ । ତେବେ ରୁମ କ୍ରିଏଟ କରିବା ସମୟରେ ଆପଣଙ୍କ ଭିଡିଓ କଲ ରିକ୍ବେଷ୍ଟ କିଏ ଦେଖିପାରିବେ, କିଏ ନାହିଁ ତାହା ଆପଣ ସିଲେକ୍ଟ କରିପାରିବେ ।

ଏହି ମେସେଞ୍ଜର ରୁମ୍ସର ଆଉ ଏକ ପ୍ଲସ ପଏଣ୍ଟ ହେଉଛି କି ଏହାକୁ ଆପଣ ନିଜ ଫୋନ ଓ କମ୍ପ୍ୟୁଟର ଉଭୟରେ ଆକ୍ସେସ କରିପାରିବେ । ଏଥିପାଇଁ ଆପଣଙ୍କୁ ଅନ୍ୟ କୌଣସି ଅଧିକ ଆପ୍‌ ଡାଉନଲୋଡ କରିବାକୁ ହେବ ନାହିଁ । ଏଥିପାଇଁ ଫେସବୁକ ଆକାଉଣ୍ଟ ଥିବାର ମଧ୍ୟ ଆବଶ୍ୟକତା ନାହିଁ । ବର୍ତ୍ତମାନ ଏହି ସର୍ଭିସ ୟୁଏସରେ ଲଞ୍ଚ ହେବାକୁ ଥିବା ବେଳେ ଆଗାମୀ ଦିନରେ ଏହା ବିଶ୍ବରେ ଅନ୍ୟ ରାଷ୍ଟ୍ରମାନଙ୍କରେ ଲଞ୍ଚ ହେବ ।

ଏନେଇ ଫେସବୁକ ସିଇଓ ମାର୍କ ଜ୍ୟୁକରବର୍ଗ ଏକ ଲାଇଭ ବ୍ରୋଡକାଷ୍ଟରେ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି । ମେସେଞ୍ଜର ରୁମ ଜୁମ ପରି ଏକ 360 ଡିଗ୍ରୀର ଆପ୍‌ । ଏଥିରେ 14ଟି ନୂଆ କ୍ୟାମେରା ଫିଲ୍ଟର ରହିବ । ଯାହା ୟୁଜର୍ସଙ୍କ ଫେସ ଓ ସ୍ପେଶ ଉଭୟକୁ ବ୍ରାଇଟ କରିବାରେ ସାହାଯ୍ୟ କରିବ । କୋରୋନା ସମୟରେ ୱାର୍କ ଫ୍ରମ ହୋମ ଚାଲିଥିବାରୁ ବଢୁଛି ଭିଡିଓ କଲ ଓ ଭିଡିଓ କନଫରେନ୍ସର ବ୍ୟବହାର । ଏନେଇ ଫେସବୁକ ଲଞ୍ଚ କରିବାକୁ ଯାଉଛି ଏହି ନୂଆ ଫିଚର । ଯାହା ଜୁମ ଆପକୁ କଡା ଟକ୍କର ଦେବ ନିଶ୍ଚୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.