ETV Bharat / bharat

ଲୋକଙ୍କୁ ଲେଜି କରୁଛି ସୋସିଆଲ ମିଡିଆ କ୍ରେଜ - social media platform is bad

ଡିମାଣ୍ଡରେ ରହିଛି ସୋସିଆଲ ନେଟୱାର୍କିଂ ସାଇଟ। ଯୁଗ ବଦଳିବା ସହ ସମୟ ବ୍ୟବଧାନରେ ବାହାରୁଛି ବିଭିନ୍ନ ନେଟୱାର୍କିଂ ସାଇଟ। ଏହି ସମସ୍ତ ସାଇଟରେ ଲୋକମାନେ ଦିନର 24 ଘଣ୍ଟାରୁ ଅତିବେଶୀରେ 7 ଘଣ୍ଟା ଅତିବାହିତ କରୁଛନ୍ତି। ତେବେ ପଢନ୍ତୁ ଏହି ସାଇଟର କ୍ରେଜିନେସ ବିଷୟରେ...

ଡିଜାଇନ ଫଟୋ
author img

By

Published : Sep 11, 2019, 1:54 PM IST

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ ଓ ଆସୁଛି 5-ଜି ଜମାନା। ଏହି ଟ୍ରେଣ୍ଡି ସମୟରେ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି ସୋସିଆଲ ନେଟୱାର୍କିଂ ସାଇଟ । ସେଥିମଧ୍ୟରୁ ସାରା ବିଶ୍ବରେ ଟପ 5 ରେ ରହିଛି ଫେସବୁକ୍, ଟ୍ବିଟର, ହ୍ବାଟସାପ୍, ସ୍ନାପଚାଟ୍ ଓ ଇନଷ୍ଟାଗ୍ରାମ ।

ଏହି ସମସ୍ତ ସୋସିଆଲ ନେଟୱାର୍କିଂ ସାଇଟରେ ପାଖାପାଖି 1 ବିଲିୟନ ୟୁଜର୍ସ ରହିଛନ୍ତି। ବିତ୍ତଶାଳୀ ରାଷ୍ଟ୍ରଗୁଡିକର ମଧ୍ୟବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ହାରାହାରି 90 ପ୍ରତିଶତ ଲୋକ ସୋସିଆଲ ନେଟୱାର୍କିଂ ସାଇଟରେ ସମୟ ଅତିବାହିତ କରୁଥିବାବେଳେ ଛୋଟପିଲାମାନେ ଦୈନିକ 4 ଘଣ୍ଟା ସୋସିଆଲ ମିଡିଆକୁ ଦେଉଛନ୍ତି।

pic
ସୋସିଆଲ ମିଡିଆ କ୍ରେଜି, ଲୋକଙ୍କୁ କରୁଛି ଲେଜି

ତେଣୁ ବାରମ୍ବାର ସଚେତନ କରାଯାଇଛି, ଯେ ସୋସିଆଲ ମିଡିଆ ଆମ ପାଇଁ କ୍ଷତିକାରକ ଅଟେ। ଏହି ସମସ୍ତ ସାଇଟରେ ଆସୁଥିବା ଷ୍ଟୋରୀଗୁଡିକ ଅନେକ ସମୟରେ ଆମ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇଥାଏ। ହେଲେ ଏହା ଏତେ ଜରୁରୀ ହୋଇଗଲାଣି ଯେ ଲୋକେ ଚାହିଁଲେ ବି ଏଥିରୁ ବିରତି ନେଇ ପାରୁନାହାଁନ୍ତି।

ତେଣୁ କଥାରେ ଅଛି ବିଷକୁ ଯଦି ଆମେ ଅଜାଣତରେ ଖାଇବା ବିଷ ଆମକୁ କ୍ଷମା ଦେବନି ବରଂ ଆମ ଶରୀରର କ୍ଷତି ପହଞ୍ଚାଇ ଆମକୁ ମୃତ୍ୟୁ ମୁଖକୁ ଟାଣି ଆଣିବ। ଠିକ୍ ସେମିତି ଏହା ଏପରି ଏକ ବିଷ ବୋତଲ ଯାହାକୁ ଆମେ ପ୍ରତିଦିନ ପ୍ରତ୍ୟେକ ମୂହୁର୍ତ୍ତରେ ଆମ ପାଖରେ ଧରି ବୁଲୁଛେ।

ଉଦାହରଣ ସ୍ବରୂପ ଏକ ରିପୋର୍ଟ ଅନୁସାରେ ଆମେରିକାରେ ପ୍ରତିବର୍ଷ ସୁଇସାଇଡ ରେଟ, ମାନସିକ ଭାରସାମ୍ୟ ହରାଇବା, ଅନିଦ୍ରା ରହିବା ସହ ଅନ୍ୟମନସ୍କ ରହିବା ମୁଖ୍ୟକାରଣ ହେଉଛି ସୋସିଆଲ ମିଡିଆ। ଏହିପରି ଅନେକ କଥା ବିଭିନ୍ନ ସମୟରେ ହେଡଲାଇନ ଭାବେ ପ୍ରକାଶ ପାଉଛି ଯେଉଁଥିରେ ଏହାର ଉପକାରିତା ଓ ଅପକାରିତା ଉପରେ ବର୍ଣ୍ଣନା କରାଯାଇଛି ହେଲେ ଜିରୋ କାଜୁଆଲିଟି ଓ କାହାର ଭ୍ରୂକ୍ଷେପ ନାହିଁ।

ଏବେକାର ଏହି ସ୍ମାର୍ଟସମୟରେ ହାତରେ ରହିଥିବା ସ୍ମାର୍ଟ ଫୋନରେ ବିଭିନ୍ନ ଆପ ରହିଛି। ଯାହା ଆମର ହାର୍ଟବିଟ, ସ୍ଲିପିଂ ରେଟ ଓ ୱାର୍କିଂ ରେଟ, ଏପରିକି କେତେ ସମୟ ଅନଲାଇନରେ ବିତାଇଲେ ତାହର ସବିଶେଷ ବିବରଣୀ ଦେଇଦେଉଛି।

ଆମମାନଙ୍କ ମଧ୍ୟରୁ ଅନେକ ଲୋକ ଏକମତ ହେଉଛନ୍ତି କି ସୋସିଆଲ ମିଡିଆ ପ୍ଲାଟଫର୍ମ ଆମ ଜୀବନକୁ ବିଭିନ୍ନ ମାଧ୍ୟମରେ ସହଜ ଓ ସରଳ ବନାଇଦେଇଛି।

ତେବେ ଗବେଷଣା କ'ଣ କହୁଛି ସୋସିଆଲ ମିଡିଆର ବ୍ୟବହାର ଆମ ଦୈନନ୍ଦିନ ଜୀବନ ଉପରେ ...

ଖବରକାଗଜରେ ପ୍ରକାଶିତ ଅନେକ ତଥ୍ୟ ନିତିଦିନ ଆମକୁ କିଛି ନକରାତ୍ମକ ଆଭାସ ଦେଇଥାଏ। ଯାହାର ପ୍ରାରମ୍ଭିକ ପ୍ରଭାବ କମ ଜଣାପଡିବା ସହ ଏହା କୁପ୍ରଭାବ ଧିରେ ଧିରେ ଜଣାପଡିଥାଏ। ଏହାସତ୍ତ୍ବେ ସୋସିଆଲ ମିଡିଆର କିଛିଟା ଭଲ ପ୍ରଭାବ ରହିଛି ଯାହାକୁ ଆମକୁ ଆଜିକା ସମୟରେ ଡିଜିଟାଲ ପ୍ଲାର୍ଟଫର୍ମରେ ଛିଡା କରାଇପାରିଛି।

ନଜର ପକାନ୍ତୁ କିଛି ତଥ୍ୟାବଳୀ ଓ ଚାର୍ଟ ଉପରେ...

ତଳେ ଦିଆଯାଇଥିବା ଏହି ଚାର୍ଟଟି ପ୍ରତ୍ୟେକ ଦିନ ଲୋକଙ୍କ ବିଭିନ୍ନ ସୋସିଆଲ୍ ମିଡିଆରେ ଅତିବାହିତ ସମୟକୁ ସୂଚାଉଛି। ସେଥିମଧ୍ୟରୁ ଚାର୍ଟରେ ଥିବା ଆଭରେଜ ଲୋକ କିଛିଦିନ ଅତିବାହିତ ସମୟ ମଧ୍ୟରୁ ଖୁସି ନଥିବା ଜଣାପଡୁଛି। ଏହି ତଥ୍ୟ ଏକ ଆପର ରିପୋର୍ଟ ଅନୁସାରେ ବାହାର କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.