ନୂଆଦିଲ୍ଲୀ: କ’ଣ ମୋଦିଙ୍କ କ୍ୟାବିନେଟରେ ଯୋଗ ଦେବେ ଅମିତ ଶାହ ? ନିର୍ବାଚନ ଫଳ ଆସିବା ପରେ ବିଜେପି ବିପୁଳ ବଜୟ ଲାଭ କରିଛି । ଭଟ ଗଣତିରେ ଆରମ୍ଭରୁ ଟ୍ରେଣ୍ଡ କରିବା ସହିତ ଅତି ସହଜରେ ମ୍ୟାଜିକ ନମ୍ବର ମଧ୍ୟ ଅତିକ୍ରମ କରିଛି ବିଜେପି । ତେବେ ବର୍ତ୍ତମାନ ଗଣତି ସରିଥିବାରୁ ସମସ୍ତଙ୍କ ଫୋକସ ମୋଦିଙ୍କ ନୂଆ କ୍ୟାବିନେଟ୍ ଉପରେ ।
ଯଦିଓ ବିଜେପି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଏ ନେଇ କୌଣସି ଘୋଷଣା ହୋଇନାହିଁ, ତଥାପି ଚର୍ଚ୍ଚା ଜୋର ଧରିଛି ଯେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପୋର୍ଟଫୋଲିଓ ମିଳିପାରେ । ନିର୍ବାଚନୀ ଅଙ୍କ କଷି ବିଜେପିକୁ ନିର୍ବାଚନରେ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ଶାହ । ତେବେ ବିଜେପିର ଚାଣକ୍ୟ ଦଳୀୟ ଅଧ୍ୟକ୍ଷ ପଦ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଶାହଙ୍କ ରିପ୍ଲେସ ନେଇ ଚିନ୍ତାରେ ଦଳ ।
ଏପଟେ ମେଣ୍ଟ ଦଳ ଶିବସେନା, ଜେଡିୟୁ, ଏଲଜେପି, ଅକାଳି ଦଳ ଏବଂ ଆପନା ଦଳ ଏନଡିଏରେ ଯୋଗ ଦେବା ସୁନିଶ୍ଚିତ । ତେବେ ବିଜେପି ନିଜ ପାଖରେ ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିବା ନେଇ ଆଶା କରାଯାଉଛି ।