ETV Bharat / bharat

କାଲିଠୁ ଫିନଲାଣ୍ଡ ଗସ୍ତରେ ବୈଦେଶିକ ମନ୍ତ୍ରୀ

author img

By

Published : Sep 18, 2019, 10:53 PM IST

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆସନ୍ତା କାଲିଠାରୁ 21 ତାରିଖ ପର୍ଯ୍ୟନ୍ତ ଫିନଲାଣ୍ଡ ଗସ୍ତରେ ଯିବେ । ଏହି ଅବସରରେ ଫିନଲାଣ୍ଡ ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ସଂପର୍କ ପ୍ରସଙ୍ଗରେ ଆଲୋଚନା କରିବେ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆସନ୍ତାକାଲି ଠାରୁ ଫିନଲାଣ୍ଡ ଗସ୍ତରେ ଯିବେ । ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ କାଲିଠାରୁ ଆରମ୍ଭ ହୋଇ 21 ତାରିଖ ପର୍ଯ୍ୟନ୍ତ ରହିବ । ଗସ୍ତ ଅବସରରେ ଫିନଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତରେ ଫିନଲାଣ୍ଡ ବୈଦେଶିକ ମନ୍ତ୍ରୀ ଏଚଇ ପେକ୍କା ହାଭିସ୍ତୋଙ୍କ ସହ ଜୟଶଙ୍କର ଦ୍ବିପାକ୍ଷିକ ସଂପର୍କ ପ୍ରସଙ୍ଗରେ ଆଲୋଚନା କରିବେ । ଏହାପରେ ରାଷ୍ଟ୍ରପତି ସାଉଲି ନିନିଷ୍ଟ ଓ ପ୍ରଧାନମନ୍ତ୍ରୀ ଆଣ୍ଟି ରିନ୍ନେଙ୍କ ସହ ଭେଟିବେ ।

ବୈଦେଶିକ ମନ୍ତ୍ରୀ ଫିନଲାଣ୍ଡ ସାଂସଦମାନଙ୍କୁ ଭେଟିବେ । ଏହା ସହ ଫିନିସ ଆନ୍ତର୍ଜାତୀୟ ବ୍ୟାପାର ସଂସ୍ଥାନରେ ‘ଭାରତ ଓ ବିଶ୍ବ - ଭାରତୀୟ ବୈଦେଶିକ ନୀତି’ ପ୍ରସଙ୍ଗରେ ଏକ ବକ୍ତବ୍ୟ ରଖିବେ । ଭାରତ-ଫିନଲାଣ୍ଡ ସମ୍ବନ୍ଧକୁ ମଜଭୁତ କରିବାରେ ସାହାଯ୍ୟ କରିବ ।

ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ବୈଦେଶିକ ମନ୍ତ୍ରୀ ଫିନଲାଣ୍ଡରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ । ଏହି ପ୍ରତିମୂର୍ତ୍ତି ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ଫିନଲାଣ୍ଡକୁ ପ୍ରଦାନ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.