ETV Bharat / bharat

କୋରୋନା କାରଣରୁ ଦେଶରେ ବଢିପାରେ ଆତ୍ମହତ୍ୟା: ବିଶେଷଜ୍ଞ - experts says corona virus causing panic depression

ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ବିଶ୍ବରେ ମହାମାରୀ ବେଳେବେଳେ ଅବସାଦର କାରଣ ହୋଇପାରେ। ଏହାସହ କିଛି ଲୋକଙ୍କୁ ପାଇଁ ଆତ୍ମହତ୍ୟାର କାରଣ ମଧ୍ୟ ।

କୋଭିଡ-19 କାରଣରୁ ଦେଶରେ ବଢିପାରେ ଆତ୍ମହତ୍ୟା
କୋଭିଡ-19 କାରଣରୁ ଦେଶରେ ବଢିପାରେ ଆତ୍ମହତ୍ୟା
author img

By

Published : Jun 27, 2020, 6:36 PM IST

ନୂଆଦିଲ୍ଲୀ: ତାମିଲନାଡୁ ସମେତ ଦେଶର ଅନେକ ରାଜ୍ୟରେ ମାରାତ୍ମକ କୋରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏମଧ୍ୟରେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ବିଶ୍ବରେ ମହାମାରୀ ବେଳେବେଳେ ଅବସାଦର କାରଣ ହୋଇପାରେ। ଏହାସହ କିଛି ଲୋକଙ୍କୁ ପାଇଁ ଆତ୍ମହତ୍ୟାର କାରଣ ମଧ୍ୟ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଅଧିରତା, ସଂକ୍ରମଣର ଭୟ, ଅତ୍ୟଧିକ ଅସ୍ଥିରତା, ନିରନ୍ତର ଆଶ୍ବସନା ଖୋଜୁଥିବା ଆଚରଣ, ଶୋଇବା ବ୍ୟାଘାତ, ଅତ୍ୟଧିକ ଚିନ୍ତା, ଅସହାୟତାର ଅନୁଭବ ଓ ଅର୍ଥନୈତିକ ଅବସାଦର ଭୟ ଲୋକଙ୍କ ମଧ୍ୟରେ ଉଦାସୀନତା ଓ ଚିନ୍ତାର ମୁଖ୍ୟ କାରଣ ।

ବିଶେଷଜ୍ଞ ମାନେ ଆହୁରି କହିଛନ୍ତି ଯେ ଚାକିରି ହରାଇବା ଭୟ, ଆର୍ଥିକ ବୋଝ, ଭବିଷ୍ୟତ ବିଷୟରେ ଅନିଶ୍ଚିତତା, ଖାଦ୍ୟ ଶେଷ ହେବାର ଭୟ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଏହି ଚିନ୍ତାଧାରାକୁ ବଢାଇଥାଏ । କୋଭିଡ-19 ଆରମ୍ଭ ହେବା ଦିନଠାରୁ ଅନଲାଇନ୍ ଫୋରମ୍ ଗୁଡିକରେ ମାନସିକ ସ୍ବାସ୍ଥ୍ୟ ସମସ୍ୟାରେ ସାହାଯ୍ୟ ଲୋଡିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏପ୍ରିଲ୍ ଶେଷ ସୁଦ୍ଧା ପ୍ରାୟ 3,632 କଲ୍ ଗ୍ରହଣ କରାଯାଇଥିଲା ଓ 2,603 ​​କଲର୍ ଫୋନ ଯୋଗେ ମାନସିକ ରୋଗ ପରାମର୍ଶ ମାଗିଥିଲେ । ସ୍ଥିତି ଖରାପ ସହ ମାନସିକ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି ଏହି କାରଣରୁ ଦେଶରେ ଆତ୍ମହତ୍ୟା ପ୍ରବୃତ୍ତି ମଧ୍ୟ ବୃଦ୍ଧି ପାଇପାରେ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.