ETV Bharat / bharat

କେନ୍ଦ୍ର ଜିଏସଟି ଦେୟ ଛାଡ କଲେ ପଞ୍ଜାବ କୋରୋନା ସହିତ ଲଢିପାରିବ: ମନପ୍ରୀତ ବାଦଲ

ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ ଇଟିଭି ଭାରତକୁ କହିଛନ୍ତି, ଯଦି କେନ୍ଦ୍ର ସରକାର ଜିଏସଟି ଦେୟ ଛାଡ କରନ୍ତି ତେବେ ପଞ୍ଜାବ କୋରୋନା ଭାଇରସ ସହ ଲଢିପାରିବ । ଜିଏସଟି ବାବଦରେ ପଞ୍ଜାବର ପ୍ରାୟ 6,000 କୋଟି ଟଙ୍କା ବାକି ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ ସମ୍ମିଳନୀ ପୂର୍ବରୁ ଇଟିଭି ଭାରତର କୃଷ୍ଣାନନ୍ଦ ତ୍ରିପାଠୀଙ୍କ ସହ ଏକ ସ୍ବତନ୍ତ୍ର କଥାବାର୍ତ୍ତାରେ ଶ୍ରୀ ବାଦଲ ଏହା କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 2, 2020, 9:06 PM IST

Exclusive: Punjab can fight coronavirus itself if Centre clears our GST dues, says Manpreet Badal
କେନ୍ଦ୍ର ଜିଏସଟି ଦେୟ ମାଫ କଲେ ପଞ୍ଜାବ କୋରୋନା ସହିତ ଲଢିପାରିବ: ମନପ୍ରୀତ ବାଦଲ

ହାଇଦ୍ରାବାଦ: ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ ଇଟିଭି ଭାରତକୁ କହିଛନ୍ତି, ଯଦି କେନ୍ଦ୍ର ସରକାର ଜିଏସଟି ଦେୟ ଛାଡ କରନ୍ତି ତେବେ ପଞ୍ଜାବ କୋରୋନା ଭାଇରସ ସହ ଲଢିପାରିବ । ଜିଏସଟି ବାବଦରେ ପଞ୍ଜାବର ପ୍ରାୟ 6,000 କୋଟି ଟଙ୍କା ବାକି ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ ସମ୍ମିଳନୀ ପୂର୍ବରୁ ଇଟିଭି ଭାରତର କୃଷ୍ଣାନନ୍ଦ ତ୍ରିପାଠୀଙ୍କ ସହ ଏକ ସ୍ବତନ୍ତ୍ର କଥାବାର୍ତ୍ତାରେ ଶ୍ରୀ ବାଦଲ ଏହା କହିଛନ୍ତି ।

ରାଜ୍ୟଗୁଡିକରେ ଉପଲବ୍ଧ ସୀମିତ ଆର୍ଥିକ ଉତ୍ସକୁ ଦୃଷ୍ଟିରେ ରଖି ଆର୍ଥିକ ଦାୟିତ୍ବ ଏବଂ ବଜେଟ ପରିଚାଳନା ନିୟମ ଅଧିନିୟମ ଅନୁଯାୟୀ ରାଜ୍ୟର ଆର୍ଥିକ ନିଅଣ୍ଟ ସିଲିଂ ବୃଦ୍ଧି କରିବାକୁ ମଧ୍ୟ ଦାବି କରିଛନ୍ତି । ଲକଡାଉନ୍ ପଦକ୍ଷେପ ଯୋଗୁଁ କାରବାର ବନ୍ଦ ହୋଇଥିବା ବେଳେ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଶ୍ରୀ ବାଦଲ ଏକ ଆର୍ଥିକ ପ୍ୟାକେଜ ମଧ୍ୟ ଦାବି କରିଛନ୍ତି ।

ଇଟିଭି ଭାରତ: କୋରୋନା ଭାଇରସ ସହିତ ଲଢିବା ପାଇଁ ଆପଣ କେନ୍ଦ୍ରରୁ କେଉଁ ସମର୍ଥନ ଚାହୁଁଛନ୍ତି ?

ମନପ୍ରୀତ ବାଦଲ: ଯଦି କେନ୍ଦ୍ର ଆମର ଜିଏସଟି କ୍ଷତିପୂରଣ ଦେୟ ଏବଂ ବକେୟା ଅର୍ଥ ପ୍ରଦାନ କରେ ତେବେ ଆମେ ନିଜେ କୋରୋନା ଭାଇରସ ସହ ଲଢେଇ କରିପାରିବ ।

ଇଟିଭି ଭାରତ: ଜିଏସଟି କ୍ଷତିପୂରଣ ଦେୟର ବର୍ତ୍ତମାନର ସ୍ଥିତି କ’ଣ, କାରଣ କେନ୍ଦ୍ର ଦ୍ବିପାକ୍ଷିକ ଭିତ୍ତିରେ ସେଗୁଡିକୁ ସମାଧାନ କରେ ?

ମନପ୍ରୀତ ବାଦଲ: ଆମର ଦେୟ ପ୍ରାୟ 6,000 କୋଟି ଟଙ୍କା ପରିଶୋଧ କରିବାକୁ ପଡିବ, କାରଣ ଆମର କିଛି ବକେୟା ମଧ୍ୟ କେନ୍ଦ୍ର ସହିତ ବିଚାରାଧୀନ ଅଛି । ତେଣୁ ଆମେ ଅନୁଭବ କରୁଛୁ ଯଦି କେନ୍ଦ୍ର କୌଣସି ସହାୟତା ନଦିଏ । ଅନ୍ତତ ପକ୍ଷେ କେନ୍ଦ୍ର ଆମ ପାଇଁ ଯାହା ଋଣ ଦେଉ ।

ଇଟିଭି ଭାରତ: ଆପଣ ମଧ୍ୟ ନିଜ ରାଜ୍ୟର ଆବଶ୍ୟକୀୟ ଋଣ ସୀମାକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି କି ?

ମନପ୍ରୀତ ବାଦଲ: ଗୋଟିଏ ଟଙ୍କା ମଧ୍ୟ ଆସୁନାହିଁ, ପେଟ୍ରୋଲ, ଡିଜେଲ କିମ୍ବା ମଦ ବିକ୍ରି ହେଉନାହିଁ । ସେହିଭଳି ସମ୍ପତ୍ତି କାରବାର ହେଉନାହିଁ କି ଷ୍ଟାମ୍ପ ଏବଂ ପଞ୍ଜୀକରଣ ଡ୍ୟୁଟି ହିସାବରେ କିଛି ଆସୁନାହିଁ |

ଯଦିଓ ଆମର କିଛି ଆସୁନାହିଁ କିନ୍ତୁ ଦରମା ଏବଂ ମଜୁରୀ ପରି ଆମର କିଛି ନିର୍ଦ୍ଦିଷ୍ଟ ଖର୍ଚ୍ଚ ଅଛି, ଆମକୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ମଧ୍ୟ ଦେବାକୁ ପଡିବ ଏବଂ ଆମର ଋଣର ପରିଶୋଧ ମଧ୍ୟ କରିବାକୁ ପଡିବ | ଭବିଷ୍ୟତରେ ଆମେ କିପରି ରାଜ୍ୟ ଚଳାଇବୁ ଆମେ ଜାଣିନାହୁଁ, ଏପରିକି ଭାରତ ସରକାର ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ।

କିନ୍ତୁ ଆମେ ସୀମା ଅତିକ୍ରମ କରି ପାରିବୁ ନାହିଁ, କିମ୍ବା ଆମେ ମୁଦ୍ରା ମୁଦ୍ରଣ କରିପାରିବୁ ନାହିଁ କି ମୁଦ୍ରା ପରିଚାଳନା କରିପାରିବୁନାହିଁ । କେନ୍ଦ୍ର ଏହାର ଋଣ ଆବଶ୍ୟକତାର ସୀମା ବୃଦ୍ଧି କରିପାରିବ ଏବଂ ମୁଦ୍ରା ପ୍ରିଣ୍ଟ କରିପାରିବ ତେଣୁ କେନ୍ଦ୍ରକୁ ମଧ୍ୟ ଏହି ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡିବ ।

ଏହା କେବଳ ପଞ୍ଜାବ ପାଇଁ ନୁହେଁ, ଏହା ସମସ୍ତ ରାଜ୍ୟ ସହିତ ଅଛି, ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ଦେଖିବାକୁ ପଡ଼ିବ ଯେ କିପରି ଆର୍ଥିକ କାର୍ଯ୍ୟକଳାପକୁ ପୁନର୍ଜୀବିତ କରାଯାଇପାରିବ, ଯାହା ବର୍ତ୍ତମାନ ଏକରକମ ବନ୍ଦ ହୋଇଯାଇଛି | ବର୍ତ୍ତମାନ ସେମାନଙ୍କୁ (କେନ୍ଦ୍ର ସରକାର) ଏହି ସବୁ ବିଷୟରେ ଚିନ୍ତା କରିବାକୁ ପଡିବ ।

ଇଟିଭି ଭାରତ: ଅନ୍ୟ କେତେକ ରାଜ୍ୟ ଯେପରି ବିଚାର କରିଛନ୍ତି ସରକାରଙ୍କ ପାଇଁ ଦରମା ହ୍ରାସ କରିବାକୁ ଚିନ୍ତା କରୁଛନ୍ତି କି ନାହିଁ ?

ମନପ୍ରୀତ ବାଦଲ: ଆମେ ଏହା ବିଚାର କରିନାହୁଁ କାରଣ ମାର୍ଚ୍ଚରେ ଆମେ ଟିକସ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲୁ ତେଣୁ ଦରମା ଦେବାର ସ୍ଥିତିରେ ଅଛୁ । ଅବଶ୍ୟ ଯେତେବେଳେ ଏପ୍ରିଲ୍ ପାଇଁ ଟିକସ ସଂଗ୍ରହ ହେବ ନାହିଁ ତେବେ ମେ’ରେ ଏହି ପରିସ୍ଥିତି ଉପୁଜିପାରେ, ତେବେ ଆମକୁ ଏହି ପ୍ରସଙ୍ଗ ଉପରେ ବିଚାର କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.