ETV Bharat / bharat

ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ଆହତ

ଜାମ୍ମୁକାଶ୍ମୀରର ସୋପୋର ଜିଲ୍ଲାର ମାଲମାପାନପୋରରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏଥିରେ ଜଣେ ଯବାନ ଆହତ ହୋଇଥିବାବେଳେ ଜଣେ ଆତଙ୍କୀ ନିହତ ହୋଇଛି ।

author img

By

Published : Aug 3, 2019, 8:54 AM IST

Updated : Aug 3, 2019, 9:33 AM IST

ଫଟୋ ସୌଜନ୍ୟ :ଏଏନ୍ଆ‌ଇ@ଟ୍ବିଟର

ଶ୍ରୀନଗର: ଲଗାତାର କିଛି ଦିନ ଧରି ଅଶାନ୍ତ ରହୁଛି ଜମ୍ମୁ-କାଶ୍ମୀର । ଏଠାରେ ସୋପୋର ଜିଲ୍ଲାର ମାଲମାପାନପୋରରେ ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏଥିରେ ଜଣେ ଯବାନ ଆହତ ହୋଇଥିବାବେଳେ ଜଣେ ଆତଙ୍କୀ ନିହତ ହୋଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନାର 22 ରାଷ୍ଟ୍ରୀୟ ରାଇଫଲ୍ , ଏସଓଜି ଏବଂ ସିଆରପିଏଫ୍ର ସଂଯୁକ୍ତ ଟିମ୍ ପକ୍ଷରୁ ବାରପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

fire between terrorists and security forces
ଫଟୋ ସୌଜନ୍ୟ: ଟ୍ବିଟର@ANI

ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ମାଲମାପାନପୋରାରେ ଘେରାବନ୍ଦୀ କରିବା ପରେ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହାପରେ ସୁରକ୍ଷାବଳ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ

ଏହାପୂର୍ବରୁ ଶୁକ୍ରବାର ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ମୃତ ଆତଙ୍କୀ ହେଉଛି ଜିନତ୍ ଇସଲାମ୍‌ । ଅନେକ ନାଗରିକଙ୍କ ହତ୍ୟା ଏବଂ ଆତଙ୍କୀ ଆକ୍ରମଣରେ ତାର ହାତ ରହିଥିଲା ।

Intro:Body:

BLANK FOR LINK 

Conclusion:
Last Updated : Aug 3, 2019, 9:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.